• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ହିନ୍ଦୁ ବିବାହରେ ସିନ୍ଥିରେ ସିନ୍ଦୂର ଦେବାର ପ୍ରଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିବାହିତ ଭାରତୀୟ ମହିଳାମାନେ ବର୍ଷ ବର୍ଷ ଧରି ସିନ୍ଦୂର ଲଗେଇବାର ପରମ୍ପରା ରହିଛି। ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଟୋପାଏ ସିନ୍ଦୂର ମହତ୍ତ୍ୱ କଥା ମଧ୍ୟ ଦେଖାଯାଇଛି। ଆପଣ ଜାଣନ୍ତି କି ସଧବା ନାରୀର ପ୍ରତୀକ ଏହି ଟୋପାଏ ସିନ୍ଦୂର କେଶ ଏବଂ ଚର୍ମର ଅନେକ ସମସ୍ୟାର ମୂଳ କାରଣ ପାଲଟିଛି।

ସାଧାରଣତଃ ଏହି ସିନ୍ଦୂର ଚେହେରାର ଚମକକୁ ବଢାଇଥାଏ କିନ୍ତୁ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କଉଛି। ମଥାରେ ସିନ୍ଦୁର ଲଗେଇବାର ଅନେକ ଲାଭ ରହିଛି। ଏହାକୁ ମହିଳା ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଅଧିକାଂଶ ମହିଳା ଏହି ସିନ୍ଦୂର ବଜାରରୁ କିଣି ମଥାରେ ଲଗାଇଥାନ୍ତି।

ଗତ କିଛି ବର୍ଷ ହେଲା ଏହି ପବିତ୍ର ସିନ୍ଦୂରର ନକଲିକୁ ନେଇ ଅଭିଯୋଗ ମଧ୍ୟ କରାଯାଉଛି। ଅନେକ ମହିଳା ସିନ୍ଦୂର ଲଗାଇବା ପରେ ଚୁଟି ଝଡ଼ିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ କିଛି ଲୋକଙ୍କ ଚର୍ମରେ ଦେଖାଯାଉଛି। ତେବେ ଏହି ସିନ୍ଦୂରର ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡାଇବା ପାଇଁ, ଆପଣ ଏହାକୁ ଅତି ସହଜରେ ଘରେ ତିଆରି କରିପାରିବେ।

ଅଧିକ ପଢ଼ନ୍ତୁ: ଗ୍ରୀଷ୍ମର ତାତିରୁ ମୁହଁକୁ ଥଣ୍ଡା ରଖିବା ନେଇ ଜାଣନ୍ତୁ ୫ ଘରୋଇ ଟିପ୍ସ

ସିନ୍ଦୂର ବ୍ୟବହାରର ଲାଭ:

ଆଧୁନିକ ଯୁଗରେ, ଅନେକ ବିବାହିତ ମହିଳା ସିନ୍ଦୂର ଲଗାନ୍ତି ନାହିଁ। କେତେକ ମହିଳା ଏହାକୁ କେବଳ କେତେକ ପୂଜା, ପର୍ବ, ବିଶେଷ କାର୍ଯ୍ୟକ୍ରମରେ ବ୍ୟବହାର କରୁଥିବାବେଳେ କେତେକ କେଶ ଝଡ଼ିବା ସମସ୍ୟା ହେତୁ ଏହାକୁ ବ୍ୟବହାର କରନ୍ତି ନାହିଁ।

ତେବେ ସିନ୍ଦୂର ଯେ କେବଳ ରୀତିନୀତି କିମ୍ବା ବିବାହର ସଙ୍କେତ ତାହା ନୁହେଁ, ଏହାର ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି। ଯେଉଁ ସିନ୍ଦୂରରେ କେମିକାଲ୍ ନ ଥାଏ ତାହାର ଉପକାର ହେଲା -

  • ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ
  • ମନ ମଧ୍ୟ ଶାନ୍ତ ରହେ
  • ରକ୍ତ ସଞ୍ଚାଳନ ବଢିଥାଏ
  • ଏଥିରେ ପାରା ଧାତୁ ବ୍ୟବହୃତ ହେଉଥିବାରୁ ଏହା ମୁହଁରେ ପଡୁଥିବା କୁଞ୍ଚନକୁ ହ୍ରାସ କରିଥାଏ

ଘରେ ୩ଟି ଉପାୟରେ ତିଆରି କରନ୍ତୁ ସିନ୍ଦୂର:

ବିଟ୍‌ରୁ ସିନ୍ଦୂର ତିଆରି:

ବିଟ୍ କେବଳ ଖାଦ୍ୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଆପଣ ଏଥିରୁ ସିନ୍ଦୂର ମଧ୍ୟ କରିପାରିବେ।

ଉପାଦାନ:

  • ଏଥିପାଇଁ ଗୋଟିଏ ବିଟ୍ ନିଅନ୍ତୁ
  • ୫ ବୁନ୍ଦା ରୋଜମେରୀ ତେଲ ନିଅନ୍ତୁ

କିପରି କରିବେ:

  • ବିଟ୍‌କୁ ଧୋଇ ସଫା କରିବା ପରେ ଏହାକୁ ଛେଲି ଦିଅନ୍ତୁ
  • ବର୍ତ୍ତମାନ ଏହାକୁ ଗୁଣ୍ଡ କରନ୍ତୁ
  • ଏହାକୁ ଫ୍ୟାନରେ ୩-୪ ଦିନ ଶୁଖିବାକୁ ଛାଡିଦିଅନ୍ତୁ
  • ଏହା ଶୁଖିଗଲେ ଏହାକୁ ଗ୍ରାଇଣ୍ଡ୍ କରି ପାଉଡର ତିଆରି କରନ୍ତୁ
  • ଏହି ମିଶ୍ରଣରେ ରୋଜମେରୀ ଏସିଆନ ତେଲ ମିଶାନ୍ତୁ
  • ପ୍ରସ୍ତୁତ ମିଶ୍ରଣକୁ ଏକ ପାତ୍ରରେ ଭର୍ତ୍ତି କରି ରଖନ୍ତୁ
  • ଏହି ମିଶ୍ରଣ ଗାଢ ଗୋଲାପୀ ରଙ୍ଗର ହୋଇଯିବ
  • ଏହାକୁ ବ୍ୟବହାର କଲେ କୋଣସି କ୍ଷତି ହେବ ନାହିଁ

ହଳଦୀ ସିନ୍ଦୂର:

ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀରେ ଭରପୂର ହଳଦୀ। ଅନେକ ଏହାକୁ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରନ୍ତି। ଏଥିରୁ ମଧ୍ୟ ପ୍ରାକୃତିକ ସିନ୍ଦୂର ପ୍ରସ୍ତୁତ କରିପାରିବେ।

ଅଧିକ ପଢ଼ନ୍ତୁ: Skin Care Tips: ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ କିଛି ଟିପ୍ସ୍

ଉପାଦାନ:

  • ଏକ ବଡ ଚାମଚ ହଳଦୀ ଗୁଣ୍ଡ
  • ଏକ ଛୋଟ ଚାମଚ ବେକିଂ ସୋଡା
  • ଏକ ବଡ ଚାମଚ ଲେମ୍ବୁ ରସ

କିପରି କରିବେ:

  • ଏକ ଗିନାରେ ହଳଦୀ, ବେକିଂ ସୋଡା ଏବଂ ଲେମ୍ବୁ ରସ ମିଶାନ୍ତୁ
  • ଏହି ମିଶ୍ରଣକୁ କିଛି ସମୟ ପାଇଁ ରଖନ୍ତୁ
  • କିଛି ସମୟ ପରେ ଏହା ଗାଢ କମଳା ହୋଇଯିବ
  • ଏହାକୁ ଏକ ପାତ୍ରରେ ରଖନ୍ତୁ
  • ଆପଣ ପ୍ରତିଦିନ ଏହାକୁ ବିନା କ୍ଷତିରେ ବ୍ୟବହାର କରିପାରିବେ

ଗୋଲାପ ସିନ୍ଦୂର:

ଗୋଲାପ ଏବଂ ସେଥିରୁ ତିଆରି ଜିନିଷ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ। ଗୋଲାପରୁ ସିନ୍ଦୂର ତିଆରି କରି ଆପଣ ନିଜ କେଶ ଏବଂ ଚର୍ମର ଯତ୍ନ ନେଇପାରିବେ।

ଉପାଦାନ:

  • ଗୋଟିଏ ବଡ ପାତ୍ରରେ ଗୋଲାପ ପାଖୁଡା
  • ୫ ବୁନ୍ଦା ଚନ୍ଦନ ତେଲ

କିପରି କରିବେ:

  • ଗୋଲାପ ଫୁଲ ପାଖୁଡାକୁ ପାଣିରେ ଧୋଇ ଫ୍ୟାନରେ ଶୁଖାନ୍ତୁ। ଏହା ୪-୫ ଦିନ ଲାଗିବ
  • ଶୁଖିଲା ଗୋଲାପ ପାଖୁଡାକୁ ଏକ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ୍ କରି ପାଉଡର ତିଆରି କରନ୍ତୁ
  • ଏବେ ସେଥିରେ କିଛି ବୁନ୍ଦା ଚନ୍ଦନ ତେଲ ମିଶାନ୍ତୁ
  • ଏହି ମିଶ୍ରଣକୁ ଏକ ପାତ୍ରରେ ରଖନ୍ତୁ
  • ବଜାରର ସିନ୍ଦୂର ନ ଆଣି ଏହାକୁ ବ୍ୟବହାର କରନ୍ତୁ