• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଧାରଣତଃ ଜଣେ ବ୍ୟକ୍ତି ଘରେ ବସି ବସି ବୋର ହେଲେ ଟିଭି ଦେଖିଥାଏ । ନଚେତ ବହି ପଢ଼େ । ନହେଲେ ଆଜିକାଲିକା ଟ୍ରେଣ୍ଡ ଅନୁସାରେ ମୋବାଇଲରେ ୱେବ୍‌ ସିରିଜ୍‌ ଦେଖେ । ଆଉ ଅତି ବେଶି ହେଲେ ମୋବାଇଲରେ ସୋସିଆଲ ମିଡିଆ ଖୋଲି ସ୍କ୍ରଲ କରି ଟାଇମ୍‌ ପାସ୍‌ କରେ । ତେବେ ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ଜଣେ ବ୍ୟକ୍ତି ଡାନିଏଲ ଏମ୍‌ଲିନ୍‌ ଜୋନ୍‌ସ ନିଜର ଖାଲି ସମୟରେ ଘରେ ବସି ଏକ ଗଛକୁ ବଡ଼ କରୁଛନ୍ତି । ତେବେ ଆପଣ କହିବେ ଗଛକୁ ବଡ଼ କରିବା ତ ବହୁତ ଭଲ କଥା । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ଆଜ୍ଞା ହଁ ଏଥିରେ ଆଶ୍ଚର୍ଯ୍ୟ ହେଲା ଭଳି କଥା ରହିଛି । କାରଣ ଏହି ଗଛ କୌଣସି ସାଧାରଣ ଗଛ ନୁହେଁ । ଏହା ଏମିତି ଏକ ଗଛ ଯାହାକୁ ବିଶ୍ୱର ସବୁଠାରୁ ବିପଜ୍ଜନକ ଗଛ ବୋଲି କୁହାଯାଏ ।

ଏହି ଗଛର ନାଁ ‘ଡେନ୍‌ଡ୍ରୋସ୍ନାଇଡ୍‌ ମୋରୋଡିଜ୍‌’ । ଏହା ସାଧାରଣତଃ ଅଷ୍ଟ୍ରେଲିଆର ମାଲେସିଆରେ ଦେଖାଯାଏ । ଏହାକୁ ଛୁଇଁବା ମାତ୍ରେ ଅନେକ ସମୟ ପର୍ଯ୍ୟନ୍ତ ହାତ ଦରଜ ରହେ । କୁହାଯାଏ ଏହି ଗଛକୁ ଛୁଇଁବା ମାତ୍ର ମନରେ ବାରମ୍ବାର ‘ଆତ୍ମହତ୍ୟା’ କରିବାର ଚିନ୍ତା ଆସେ ।

Suicidal PlantSuicidal Plant

ଖାଲି ସେତିକି ନୁହେଁ ଏହି ଗଛକୁ ‘ଜିମ୍ପି-ଜିମ୍ପି’ ଏବଂ ‘ସୁଇସାଇଡ୍ ପ୍ଲାଣ୍ଟ’ ମଧ୍ୟ କୁହାଯାଏ । ଏହି ଗଛକୁ ଛୁଇଁଥିବା ବ୍ୟକ୍ତି ବଷଁ ବର୍ଷ ଧରି କଷ୍ଟ ପାଇଥାଏ । ଯଦି ତା’ର ସ୍କିନ୍‌ରୁ ଗଛର ସେହି ଶୁଙ୍ଗ ବା ଆଂସ ଅଂଶ ବାହାର କରାନଯାଏ, ତେବେ କଷ୍ଟ ବହୁତ ବଢ଼ିଯାଏ । ଏହି ଗଛକୁ ମଣିଷ ମାନଙ୍କଠାରୁ ଦୂରରେ ରଖାଯାଏ ।

ତେବେ ଡାନିଏଲ ଏମ୍‌ଲିନ୍‌ ଜୋନ୍‌ସ ନିଜ ଘରେ ଏହି ବିପଜ୍ଜନକ ଗଛ ଚାରିପଟେ ଏକ ତାର ଜାଲି ଦେଇ ରଖିଛନ୍ତି । ଯେମିତି କାହାର ହାତ ଏହି ଗଛରେ ବାଜିବ ନାହିଁ । କିମ୍ବା କେହି ଏହି ଗଛ ସଂସ୍ପର୍ଶରେ ଆସିବେ ନାହିଁ । ଡାନିଏଲ କହିଛନ୍ତି ସେ ଏହି ଗଛକୁ ନିଜ ବେଡ୍‌ରୁମ୍‌ ବାହାରେ ରଖିଛନ୍ତି । ଆମେରିକାର ଏକ କମ୍ପାନୀରୁ ସେ ଏହାର ମଞ୍ଜି କିଣିଥିଲେ । ଏଥିପାଇଁ ତାଙ୍କୁ ପ୍ରାୟ ୬୦ ଅଷ୍ଟ୍ରେଲିଆନ୍‌ ଡଲାର ଦେବାକୁ ପଡ଼ିଛି ।

ଡାନିଏଲ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଯେକୌଣସି ସାଧାରଣ ଗଛ ବି ଲଗାଇପାରିଥାନ୍ତେ । କିନ୍ତୁ ଏହି ଗଛ ଆର୍ଥ୍ରାଇଟିସ୍ ଭଳି ରୋଗର ଉପଶମ କରିଥାଏ ବୋଲି କୁହାଯାଉଛି । ତେବେ ଏହା କେତେ ସତ କେତେ ମିଛ ସେ ଜାଣିନାହାନ୍ତି ।