• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ  ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୁଘରର ଚାବି ଫେରାଇଲେ ବର୍ଷା । କଟକ ଏସ୍‌ଡିଜେଏମ୍ କୋର୍ଟରେ ଚାବି ଦାଖଲ କଲେ ବର୍ଷା । ପରିବାର ଅଦାଲତରେ ଦ୍ୱିତୀୟ ଦିନରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କରାଯାଇଛି । ଏବେ କୋର୍ଟରେ ଏହି ଚାବି ରଖାଯାଇଛି । ଖୁବ୍‌ଶୀଘ୍ର ଅନୁଭବଙ୍କୁ ତାଙ୍କ ଘର ଚାବି ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ତେବେ ଦୀର୍ଘ ଦିନ ହେବ ଏହି ମାମଲା ଚାଲି ଆସିଛି । ଓଡ଼ିଶାବାସୀ ମଧ୍ୟ ଚାହିଁ ବସିଛନ୍ତି କେବେ ତୁଟିବ ଓଲିଉଡର ଏହି ସୁପରଷ୍ଟାର ଅନୁଭବ-ବର୍ଷା କଳି ।

ଗତ ୨୮ ତାରିଖରେ ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଘରର ଚାବି ମଗାଯାଇଥିଲା । ବର୍ଷା ତାଙ୍କ ଶାଶୁଘର ଚାବି ନଭେମ୍ବର ୨ ତାରିଖ ସୁଦ୍ଧା ସ୍ୱାମୀ ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବେ ବୋଲି ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦେଶ ଅନୁସାରେ ଆଜି ଚାବି ଫେରାଇଛନ୍ତି ବର୍ଷା । ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନକରନ୍ତି ତେବେ ସେହି ଚାବିକୁ ବର୍ଷା କୋର୍ଟରେ ଜମା କରିବା ପାଇଁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଥିଲେ ।

କୋର୍ଟଙ୍କ ପୂର୍ବ ଆଦେଶ ସତ୍ତ୍ୱେ ବର୍ଷା ତାଙ୍କ ଶାଶୁଘର ଚାବି ପ୍ରଦାନ କରି ନ ଥିଲେ । ଏହାକୁ ନେଇ ସାଂସଦ ଅନୁଭବ କୋର୍ଟରେ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଚାବି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ଏହାସହ ବର୍ଷା ରୁଜୁ କରିଥିବା ଅନ୍ୟ ୨ ମାମଲାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ ।

ସୋସିଆଲ ମିଡିଆ ରେ ବିଭିନ୍ନ ମନ୍ତବ୍ୟ ନେଇ ଅନୁଭବ ଭିଡିଓ ସେୟାର କରିଥିଲେ । ଏହା ବର୍ଷାଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିଥିବାରୁ ଏହାକୁ ନେଇ ଏକ ମାନହାନୀ ମକଦ୍ଦମା କରିବାକୁ କୋର୍ଟ ଆଦେଶ ଦେବାକୁ ବର୍ଷା ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ । ତେବେ ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ଏସଡିଜେଏମ୍ କୋର୍ଟ ।

ସେହିପରି ବର୍ଷାଙ୍କ ପକ୍ଷରୁ କୋର୍ଟରେ ଆଉ ଏକ ଆବେଦନ କରାଯାଇ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ପ୍ରାର୍ଥନା କରାଯାଇଥିଲା । ମୂଳ ଆବେଦନରେ ପୁଣିଥରେ ସଂଶୋଧନ କଲେ ଅଯଥା ମାମଲା ଲମ୍ବିବ ବୋଲି କହିବା ସହ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।