• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ତରେ ଟି-୨୦ ବିଶ୍ୱକପ୍‌‌(T20 World Cup 2022)ର ଏକ ହାଇ ଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଛି । ଭାରତ- ବାଲାଂଦେଶ ମଧ୍ୟରେ ଗ୍ରୁପ୍‌ ମ୍ୟାଚ୍‌ ଖେଳାଯାଇଛି । ପାକିସ୍ତାନ, ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ, ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ ହାତଛଡା କରି ଏବେ ଗ୍ରୁପ୍‌ରେ ଟପ୍‌ ୨ରେ ରହିବା ପାଇଁ ପ୍ରୟାସ କରିବ । ହେଲେ ବାଲାଂଦେଶ ବି ଭାରତକୁ ପୂର୍ବରୁ ଅନେକ ଟି-୨୦ରେ ନାକେଦମ୍‌ କରିଛି । ରେକର୍ଡ ଅବଶ୍ୟ ଭାରତ ସପକ୍ଷରେ ରହିଥାଇପାରେ।

ତେବେ ପ୍ରଥମେ ବ୍ୟାଟିଂ କରି ଭାରତ ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ ଦେଇଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପୁଣିଥରେ ପଡ଼ିଆରେ କୋହଲିଙ୍କ ଜଲୱା ଦେଖିବାକୁ ମିଳିଥିଲା । କୋହଲି ବିସ୍ଫୋରକ ଅନ୍ଦାଜରେ ୪୪ ବଲ୍‌ରେ ଅପରାଜିତ ୬୪ ରନ୍‌ କରିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୧୬ ବଲ୍‌ରେ ୩୦ ରନ୍‌ କରିଥିଲେ । ରାହୁଲଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆଜି ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।