Advertisment

BJD Political Turmoil: ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ; କହିଲେ, ବିଜେଡି ଏବେ ହୋଇଯାଇଛି ୪ ଫାଳ

କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି ।

author-image
Santosh Kumar Sahoo
undefined

ବିଜେଡି ଚେର କାଟୁଛନ୍ତି ୫ ନେତା !

ବିଜେଡିକୁ ଏବେ ତାଲିକା ଅଡୁଆ । ଗୋଲକ ଧନ୍ଦାରେ ସୁପ୍ରିମୋ । ଟାର୍ଗେଟରେ ଆଗ ଧାଡ଼ିର ପରାଜିତ ନେତା । ଦଳର ରାଜ୍ୟ ପରିଷଦ ତାଲିକାରୁ କର୍ପୋରେଟର ଅମରେଶ ଜେନାଙ୍କ ନାଁ ବାଦ୍ ଦିଆଯାଇଥିବା ଅଭିଯୋଗ ଆଣି ରାତି ଅଧିଆ ସଞ୍ଜୟ ଦାସବର୍ମାଙ୍କୁ ଘେରିଲେ କର୍ମୀ। ନିଜେ ଅମରେଶ ବି ଆଜି ମିଡିଆ ଆଗରେ ଆଗଧାଡ଼ିର ପରାଜିତ ନେତାଙ୍କ ଉପରେ ବର୍ଷିବା ସହ କହିଛନ୍ତି ଏମାନେ ହିଁ ଦଳର ଚେର କାଟୁଛନ୍ତି । ସେପଟେ ଦଳ ଭିତରୁ ବି ଏଭଳି ନେତାଙ୍କ ବିରୋଧରେ ଏକାଧିକ ସ୍ବର ଉଠିଲାଣି । ଅନ୍ୟପଟେ ଘର କଳି କଥା ଲୁଚାଇବାକୁ ବିଜେଡି କହିଛି, ଏଯାଏ ତାଲିକା ପ୍ରକାଶ ପାଇନି ।

Advertisment

ଅଧିକ ପଢ଼ନ୍ତୁ: ‘BJDକୁ ବଙ୍ଗୋପସାଗର ପାଖକୁ ନେଇଗଲେଣି, କେବଳ ସମୁଦ୍ର ଗର୍ଭରେ ବୁଡ଼ାଇବା ବାକି ଅଛି’

କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି । ଗତକାଲି ଅମରେଶଙ୍କ ଶତାଧିକ ସମର୍ଥକ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ଭୁବନେଶ୍ବର ବାସଭବନକୁ ଯାଇ ହଙ୍ଗାମା କରିଥିଲେ । ଯେଉଁଠି ଅମରେଶଙ୍କ ସମର୍ଥକ ସଞ୍ଜୟଙ୍କୁ ପଚାରିଥିଲେ କାହିଁକି ରାଜ୍ୟ ପରିଷଦ ତାଲିକାରୁ ବାଦ ପଡିଲେ ଅମରେଶ ଜେନା । ତେବେ ଅମରେଶ କିନ୍ତୁ ଏହି ସମୟରେ ସେଠାରେ ନଥିଲେ । ଏହାପରେ ଅମରେଶଙ୍କ ସମର୍ଥକ ଅତନୁ ସବ୍ୟସାଚୀ ନାୟକଙ୍କ ଘରକୁ ଜବାବ ମାଗିବାକୁ ଯାଉଥିଲେ ।

Advertisment

ଆଉ ଏହି ସମୟରେ ଅମରେଶ ନିଜେ ଆସି ସମର୍ଥକଙ୍କୁ ବୁଝାସୁଝା କରିବାରୁ ଅତନୁଙ୍କ ବାସଭବନ ଆଗରୁ ଫେରିଥିଲେ କର୍ମୀ । ଏଠି ପ୍ରଶ୍ନ ଦିନେ ସଞ୍ଜୟଙ୍କ ଅତି ଘନିଷ୍ଠ ଥିବା ଅମରେଶ, କାହିଁକି ଖୋଲା ଖୋଲି ବିରୋଧ ପ୍ରଦର୍ଶନ କଲେ । ଅମରେଶ ଆଜି ଓଟିଭିକୁ ପ୍ରତିକ୍ରିୟା ଦେଇ ସଞ୍ଜୟ, ଅତନୁ, ଦେବୀ ମିଶ୍ର, ପ୍ରତାପ ଜେନା ଓ ବବି ଦାସଙ୍କ ଉଦ୍ଦେଶ୍ୟରେ ନାଁ ନନେଇ ବାଣ ମାରିଛନ୍ତି । କହିଛନ୍ତି ଏହି ପରାଜିତ ନେତାଙ୍କ ପାଇଁ ଦଳ ଆଜି ରସାତଳକୁ ଯାଇଛି । ନିଜ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟାଖିତ ଏହି ନେତାମାନେ ଦଳର ଚେର କାଟୁଛନ୍ତି । ଦ୍ବିତୀୟ କ୍ଷମତା କେନ୍ଦ୍ର ହେବାକୁ ଏମାନେ ପ୍ରୟାସ କରୁଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଅମରେଶ ।

ଅମେରଶଙ୍କ ପରେ ଦଳ ବିରୋଧର ବିଷ ଓଗାଳିଛନ୍ତି ଆଉ ଜଣେ ବିଜେଡି ବିଦ୍ରୋହୀ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପରକାର । ସେ ମଧ୍ୟ ତଥାକଥିତ ଆଗଧାଡିର ନେତାଙ୍କ ଉପରେ ବର୍ଷିଛନ୍ତି । ଯୁବନେତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଡକାଯାଉନଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଯୁବ ନେତାଙ୍କୁ ସିନିୟରମାନେ ଆଗକୁ ଛାଡୁନାହାନ୍ତି । ଯେଉଁଥିପାଇଁ ନବୀନଙ୍କ ଆଗରେ ଫେରାଦ ହେବେ ବୋଲି ସୂଚନା ଦେଇଛନ୍ତି ବିରଞ୍ଚି ।

ଅନ୍ୟପଟେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯଦି କିଛି ଅସନ୍ତୋଷ ଅଛି ତେବେ ସଭାପତିଙ୍କୁ ଜଣାଇପାରିବେ। ଅନ୍ୟପଟେ ଘଟଣାକୁ ତାଳି ପକାଇବାକୁ ଚେଷ୍ଟା କରି ଦଳ କହିଛି ଅମରେଶଙ୍କ ସମର୍ଥକ ସଞ୍ଜୟଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ପରିଷଦ ତାଲିକା ପ୍ରକାଶ ପାଇଲେ ସବୁ ସ୍ପଷ୍ଟ ହେବ।

ପୂର୍ବରୁ ନିର୍ବାଚନ ସମୟରେ ଅମରେଶ ଓ ବିରଞ୍ଚି ନେତୃତ୍ବକୁ ଖୋଲା ଚାଲେଞ୍ଜ ଦେଇଥିଲେ। ଆଉ ଏବେ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ତାଲିକାକୁ ନେଇ ବିବାଦ ତୀବ୍ର ରୂପ ନେଲାଣି। ଦେଖିବାର କଥା ହେଉଛି ବିଦ୍ରୋହଙ୍କୁ ନବୀନ କେମିତି ସମ୍ଭାଳୁଛନ୍ତି ।

ଅଧିକ ପଢ଼ନ୍ତୁ: ନବୀନଙ୍କ ତଣ୍ଟିରେ କାର୍ଯ୍ୟକାରିଣୀ କମିଟି କଣ୍ଟା, ବିଦ୍ରୋହ ଡରରେ ଟେନସନରେ ବିଜେଡି ମୁଖିଆ

Bhubaneswar Naveen Patnaik BJD Sanjay Das Burma
Advertisment
Advertisment