Advertisment

Bhubaneswar Kidnapping: ଭୁବନେଶ୍ୱରରୁ କିଡନାପ୍ ଖୋର୍ଦ୍ଧାରୁ ରେସ୍କ୍ୟୁ, ଟ୍ୟୁସନ୍ ସାର୍‌ ରଚିଥିଲେ ଅପହରଣ ଷଡ଼ଯନ୍ତ୍ର

ଘଣ୍ଟାର ନନଷ୍ଟପ୍ ଅପରେସନ୍ । ଚାରି ଚାରିଟି ଟିମର ଛାନଭିନ୍ । ଶେଷରେ ମିଳିଲା ଅପହୃତ ନାବାଳକ ପ୍ରତ୍ୟୁଷର ପତ୍ତା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ କିଏ ଏବଂ କେମିତି କରିଥିଲା କିଡ୍‌ନାପ୍, ପୋଲିସ ସହ ପ୍ରେସମିଟରେ ଖୋଲିଲା ସବୁ ଗୁମର । ଅପହରଣର ୭ ଘଣ୍ଟା ପରେ ପୋଲିସ ଦ୍ବାରା ଉଦ୍ଧାର ପାଇଛି ୮ ବର୍ଷିୟ ନାବାଳକ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Bhubaneswar Kidnapping

ନାବାଳକ ବଖାଣିଲା ଅପହରଣର ଲୋମଟାଙ୍କୁରା କାହାଣୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ କିଏ ଏବଂ କେମିତି କରିଥିଲା କିଡନ୍ୟାପ୍, ପୋଲିସ ସହ ପ୍ରେସମିଟରେ ଖୋଲିଲା ସବୁ ଗୁମର । ଅପହରଣର ୭ ଘଣ୍ଟା ପରେ ପୋଲିସ ଦ୍ବାରା ଉଦ୍ଧାର ପାଇଛି ୮ ବର୍ଷିୟ ନାବାଳକ । ଅପହରଣ ପଛର କାରଣ ସଂପର୍କରେ ଖୁଲାସା କରି ପୋଲିସ କହିଛି, ଟଙ୍କା ପାଇଁ ଟ୍ୟସନ୍ ସାର ରଚିଥିଲା ଅପହରଣର ନାଟକ । ଏହି ଘଟଣାରେ ସେହି ଗାଁର ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି । 

Advertisment

ଘଣ୍ଟାର ନନଷ୍ଟପ୍ ଅପରେସନ୍ । ଚାରି ଚାରିଟି ଟିମର ଛାନଭିନ୍ । ଶେଷରେ ମିଳିଲା ଅପହୃତ ନାବାଳକ ପ୍ରତ୍ୟୁଷର ପତ୍ତା । ଉଦ୍ଧାର ହେଲା ଅପହରଣକାରୀଙ୍କ କବଳରୁ । ସ୍କୁଲରୁ ଫେରିବାବେଳେ ମଝି ବାଟରୁ କିଡନାପ୍ କରିନେଇଥିଲେ ଦୁର୍ବୃତ୍ତ । କଳା କାର୍‌ରେ ବସାଇ ନେଇଯାଇଥିଲେ । ଶେଷରେ ପୋଲିସ ଖୋର୍ଦ୍ଧା ନିରାକାରପୁରରୁ ନାବାଳକକୁ ଉଦ୍ଧାର କରିଛି । ଏହି ଅପହରଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ପିଲାଟିର ଟ୍ୟୁସନ୍ ସାର୍ । ଏ ସଂପର୍କରେ ଗୁମର ଖୋଲିଛି ନିଜେ ପ୍ରତ୍ୟୁଷ ।

ଅଧିକ ପଢ଼ନ୍ତୁ: ଡେଲାଙ୍ଗ ରତନପୁରରେ ନିଖୋଜ ନାବାଳକକୁ ନୃଶଂସ ହତ୍ୟା

ପରିବାର ଲୋକଙ୍କ କହିବା କଥା, ସମୟ ସକାଳ ପ୍ରାୟ ସାଢ଼େ ୧୦ଟା । କିଛି ଦୂରରେ ଥିବା ସ୍କୁଲରୁ ଘରକୁ ଫେରୁଥିଲା ନାବାଳକ । କିନ୍ତୁ ରାସ୍ତା ମଝିରେ ତା’ର ବାଟ ଓଗାଳିଲା ଏକ କଳା କାର୍ । କାରରୁ ୨ ଦୁର୍ବୃତ୍ତ ବାହାରି ପିସ୍ତଲ ଦେଖାଇବା ସହ ନାବାଳକକୁ କୁଆଡ଼େ ଅପହରଣ କରି ନେଇଯାଇଥିଲେ । ତେବେ କୁଆଡ଼େ ନେଲେ, କିଏ ସେହି ଦୁର୍ବୃତ୍ତ ନା କେହି ଜାଣିପାରିଲେ ନା କୌଣସି ସନ୍ଧାନ ପାଇଲେ । 

Advertisment

ପ୍ରଥମେ ଶୁଣିବାକୁ ମିଳିଲା, ଅପହରଣର ୩ ଘଣ୍ଟା ମଧ୍ୟରେ ପୋଲିସ ପିଲାଟିକୁ ଉଦ୍ଧାର କରିଛି । ପୋଲିସ ବି ଘରକୁ ଆସିଥିଲା ଓ ପିଲାର ବାପାଙ୍କୁ PCRରେ ବସାଇ ନେଇଥିଲା । କିନ୍ତୁ ପରେ ଜଣାପଡ଼ିଲା ପିଲା ଉଦ୍ଧାର ହୋଇନି । ତେବେ ଦୁର୍ବୃତ୍ତମାନେ ନାବାଳକକୁ କିଡନ୍ୟାପ୍ କରି କୁଆଡ଼େ ଖସିଗଲେ ? କାହିଁକି କଲେ କିଡନ୍ୟାପ୍ ? 

ଅପହୃତ ନାବାଳକର ମା’ଙ୍କ କହିବା କଥା, ଅପହରଣର ଅଧଘଣ୍ଟା ପରେ ତାଙ୍କୁ କୁଆଡ଼େ ଦୁର୍ବୃତ୍ତ ଫୋନ୍ କରି ୨୦ ଲକ୍ଷ ଟଙ୍କା ମାଗିଥିଲେ । ଜମିବାଡ଼ି ବିକ୍ରି କରି ଘରେ ରଖିଥିବା ଟଙ୍କା ଦେବାକୁ ଧମକ ଦେଇଥିଲେ । 

ଆଶ୍ୱସ୍ତିର ଖବର ହେଉଛି, ୭ ଘଣ୍ଟାର ଅପରେସନ୍ ପରେ ଶେଷରେ ଅପହୃତ ନାବାଳକ ପ୍ରତ୍ୟୁଷକୁ ଉଦ୍ଧାର କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରୁ ନାବାଳକକୁ ପୋଲିସ ଉଦ୍ଧାର କରିଥିବାବେଳେ କିଡନାପ୍ ପଛରେ ଗାଁର ଜଣେ ଯୁବକ ହିଁ ମାଷ୍ଟର ମାଇଣ୍ଡ ବୋଲି ସୂଚନା ମିଳିଛି । ଜମି ବିକ୍ରି ଟଙ୍କା ନେବା ପାଇଁ ସଂପୃକ୍ତ ଯୁବକ ରଚିଥିଲା ଅପହରଣର ନାଟକ । ୪ ସହଯୋଗୀଙ୍କୁ ସେ ଏଥିରେ ନିୟୋଜିତ କରିଥିଲା । ଶେଷରେ ପୋଲିସ ସଂପୃକ୍ତ ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି । 

Kidnapping Case Bhubaneswar Kidnapping
Advertisment
Advertisment