Advertisment

ତାଇୱାନ୍ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଆମେରିକା

ଏବେ ବିଶ୍ୱ ଆଗରେ ୨ଟି ବିକଳ୍ପ- ଗଣତନ୍ତ୍ର ଓ ଏକତନ୍ତ୍ର । ତାଇୱାନ୍ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଆମେରିକା । ଆମେରିକା ତାଇନାନ୍‌ର ଭରସାଯୋଗ୍ୟ ସହଯୋଗୀ । ବହୁ ବାଦ ବିବାଦ ଓ ଚୀନ୍‌ର ଧମକ ସତ୍ତ୍ୱେ ତାଇୱାନ୍ ଗସ୍ତରେ ଆସି ଏଭଳି ବଳିଷ୍ଠ ବକ୍ତବ୍ୟ ରଖିଛନ୍ତି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ବାଚସ୍ପତି ନାନ୍‌ସି ପେଲୋସି ।

author-image
Otv Khabar Bureau
China Taiwan Controversy

China Taiwan Controversy

ଆମେରିକା ତାଇୱାନ୍‌ର ଗଣତନ୍ତ୍ରକୁ ସମର୍ଥନ କରେ ଏବଂ ତାକୁ କେବେବି ଏକୁଟିଆ ଛାଡ଼ିଦେବ ନାହିଁ ବୋଲି ତାଇପେରେ ଖୋଲାଖୋଲି ପ୍ରକାଶ କରିଛନ୍ତି ଆମେରିକା କଂଗ୍ରେସ୍ ବାଚସ୍ପତି ନାନ୍‌ସି ପେଲୋସି । ଏଣେ ତାଙ୍କର ଗସ୍ତ ଚୀନ୍‌ର ସର୍ବଭୌମତା ପ୍ରତି ବିପଦ ଦର୍ଶାଇ, ଉଭୟ ତାଇୱାନ୍ ଓ ଆମେରିକାକୁ ପରିଣତି ଭୋଗିବାର ଚେତାବନୀ ଦେଇଛି ବେଜିଂ । ଏଥିସହ ତାଇୱାନ୍ ଉପରେ ବିଭିନ୍ନ ବ୍ୟବସାୟିକ କଟକଣା ମଧ୍ୟ ଲଗାଇଛି ସି ଜିନ୍‌ପିଙ୍ଗ ସରକାର । ତେବେ ଏହି ବର୍ଦ୍ଧିତ ତିକ୍ତତା ଭାରତକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ ।

Advertisment

ଏବେ ବିଶ୍ୱ ଆଗରେ ୨ଟି ବିକଳ୍ପ- ଗଣତନ୍ତ୍ର ଓ ଏକତନ୍ତ୍ର । ତାଇୱାନ୍ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଆମେରିକା । ଆମେରିକା ତାଇନାନ୍‌ର ଭରସାଯୋଗ୍ୟ ସହଯୋଗୀ । ବହୁ ବାଦ ବିବାଦ ଓ ଚୀନ୍‌ର ଧମକ ସତ୍ତ୍ୱେ ତାଇୱାନ୍ ଗସ୍ତରେ ଆସି ଏଭଳି ବଳିଷ୍ଠ ବକ୍ତବ୍ୟ ରଖିଛନ୍ତି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ବାଚସ୍ପତି ନାନ୍‌ସି ପେଲୋସି । ତାଇୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗ୍-ୱିନ୍‌ଙ୍କ ସହ ସାକ୍ଷାତ ଅବସରରେ ନାନ୍‌ସି କହିଛନ୍ତି, ତାଇୱାନ୍‌କୁ ଆମେରିକା କେବେବି ଏକୁଟିଆ ଛାଡ଼ିଦେବ ନାହିଁ । ସବୁବେଳେ ତା ସହିତ ଠିଆ ହେବ । ଏହି ଅବସରରେ ଆମେ ବିଶ୍ୱର ସବୁ ଗଣତନ୍ତ୍ର ସହିତ ସଂପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛୁ ବୋଲି କହିଛନ୍ତି ତାଇୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗ୍-ଓ୍ୱିନ୍ । ଏହି ସାକ୍ଷାତ ପରେ ଆଜି ତାଇୱାନ୍‌ରୁ ସାଉଥ୍ କୋରିଆ ଯାଇଛନ୍ତି ନାନ୍‌ସି ।

ବିଗତ ୨୫ ବର୍ଷ ଭିତରେ ତାଇୱାନ୍ ଆସିବାରେ ନାନ୍‌ସି ହେଉଛନ୍ତି ସବୁଠୁ ଉଚ୍ଚପଦସ୍ଥ ନିର୍ବାଚିତ ଆମେରିକୀୟ ଜନପ୍ରତିନିଧି । ହେଲେ ଏହି ଗସ୍ତ ଚୀନ୍‌ର ସାର୍ବଭୌମତା ପ୍ରତି ଚ୍ୟାଲେଞ୍ଜ ବୋଲି କହିଛି ବେଜିଂ । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍ କହିଛନ୍ତି, ନାନ୍‌ସିଙ୍କ ତାଇୱାନ୍ ଗସ୍ତ ଗଣତନ୍ତ୍ର ସଂପର୍କିତ ନଥିଲା । ଏହା ଚୀନ୍‌ର ସର୍ବଭୌମତା ଓ ଅଖଣ୍ଡତାର ପ୍ରସଙ୍ଗ । ନାନ୍‌ସିଙ୍କ ଗସ୍ତକୁ ଦେଖି ତାଇୱାନ୍ ଚାରିପଟେ ଚୀନ୍ ସେନାର ସମରାଭ୍ୟାସ କଥା ପଚରାଯିବାରୁ, ଆମେରିକା ଉସୁକାଉଛି ଏବଂ ଚୀନ୍ ପୀଡ଼ିତ ହେଉଛି ବୋଲି ସେ କହିଛନ୍ତି ।

Advertisment

ଯିଏ ଚୀନ୍‌କୁ ଅପମାନିତ କରିବ ସେ ଦଣ୍ଡ ଭୋଗିବ ବୋଲି ଚେତାବନୀ ଦେଇଛି ବେଜିଂ । ଏଥିସହ ବେଜିଂରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ନିକୋଲାସ୍ ବର୍ନସ୍‌ଙ୍କୁ ସମନ୍ କରି କଡ଼ା ପ୍ରତିବାଦ ଜଣାଇଛି ଚୀନ୍ । ଅନ୍ୟପକ୍ଷରେ ବାଇଡେନ୍ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ଆମେରିକାର ୱାନ୍-ଚାଇନା ପଲିସିରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ତାଇପେ ସହିତ ଅନୌପଚାରିକ ସଂପର୍କ ଓ ପ୍ରତିରକ୍ଷା ସହଭାଗିତା ଜାରି ରହିବ ।

କ୍ଷୁଦ୍ର ଦ୍ୱୀପ ତାଇୱାନ୍ ନିଜକୁ ସ୍ୱତନ୍ତ୍ର ଦେଶ କହୁଛି । ହେଲେ ବିଶାଳ ଚୀନ୍ କହୁଛି ଏହା ମୋର ସାମ୍ରାଜ୍ୟ । ଇଏ ବିଗତ ୭ ଦଶନ୍ଧିର ବିବାଦ । ଆଉ ଏହି ବିବାଦ ନିଆଁରେ ଘିଅ ଢାଳିଛି ନାନ୍‌ସିଙ୍କ ଗସ୍ତ । ଏହି ଗସ୍ତ ବିଶ୍ୱ ସମ୍ମୁଖରେ ତାଇଓ୍ୱାନ୍‌କୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଦର୍ଶାଉଥିବାରୁ, ରକ୍ତ ଚାଉଳ ଚୋବାଉଛନ୍ତି ଚୀନ୍ । ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଚାପ ପ୍ରୟୋଗ ଲାଗି ଚୀନ୍ ତାଇୱାନ୍‌ରୁ ଅଙ୍ଗୁର, କମଳା ଓ ମତ୍ସ୍ୟ ଉତ୍ପାଦ ଆମଦାନୀ ଉପରେ କଟକଣା ଲଗାଇଛି ।

କୋକୋ ବିନ୍, ଚା, ମହୁ, ପନିପରିବା, କ୍ରାକର୍, ପେଷ୍ଟ୍ରି ଓ ନୁଡୁଲ୍ ବିକୁଥିବା ଶତାଧିକ ତାଇୱାନୀ ବ୍ରାଣ୍ଡ୍ ଓ କିଛି କଂପାନୀକୁ ମଧ୍ୟ କଳାତାଲିକା ଅନ୍ତର୍ଭୁକ୍ତ କରିଛି ।  ଏଥିସହ ନିଜ ଦେଶରୁ ତାଇୱାନ୍‌କୁ ବାଲି ରପ୍ତାନୀ ସ୍ଥଗିତ ରଖିଛି । ତେଣେ ଚୀନ୍-ତାଇୱାନ୍ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ଦେଖି ସମୁଦ୍ରରେ ବାଟ ବଦଳାଇଛନ୍ତି ଉତ୍ତର ଏସିଆକୁ ଆସୁଥିବା ତୈଳ ଓ ଗ୍ୟାସ୍ ବୋଝେଇ ଜାହାଜ । ଯାହାକି ପରିବହନକୁ ବିଳମ୍ବିତ କରିଛି । ଏସବୁ କାରଣରୁ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି । ତେବେ ଏହାଦ୍ୱାରା ଭାରତ ଉପରେ କଣ ପ୍ରଭାବ ପଡ଼ିବ, ସେନେଇ ମତ ରଖିଛନ୍ତି ଅର୍ଥନୀତି ବିଶାରଦ ।

ଚୀନ୍‌ର ସମରାଭ୍ୟାସକୁ ଦେଖି ତାଇୱାନ୍ ସେନା ବି ପ୍ରସ୍ତୁତ ହେଉଛି । ତେଣୁ ଏବେ ବଡ଼ ପ୍ରଶ୍ନ, ଚୀନ-ତାଇୱାନ୍ ତିକ୍ତତା ପୁଣି ବିଶ୍ୱକୁ ଋଷ୍-ୟୁକ୍ରେନ୍ ଭଳି ଯୁଦ୍ଧସ୍ଥିତିର ସମ୍ମୁଖୀନ କରାଇବନି ତ?

US Speaker Nancy Pelosi China Taiwan Controversy
Advertisment
Advertisment