/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659535178.jpg)
IAS Reshufle
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର । ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଷ୍ଣୁପଦଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେପଟେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ିଙ୍କୁ ବି ମିଳିଛି ବଡ଼ ଦାୟିତ୍ୱ । ଅରବିନ୍ଦ ପାଢ଼ୀ ହେଲେ କୃଷି ଓ କୃଷକ ସଶକ୍ତୀକରଣ ସଚିବ । ଏହାସହ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଅରବିନ୍ଦଙ୍କ କାନ୍ଧରେ ରଖିଛନ୍ତି ସରକାର । ସେପଟେ ସଂଜୟ କୁମାର ସିଂହ ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ । ଏହାସହ ସଂଜୟଙ୍କୁ I&PR ସଚିବ, ବିଡିଏ ଭିସି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦେଇଛନ୍ତି ସରକାର । ସେହିଭଳି ଅଶ୍ୱଥି. ଏସ୍ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)