ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍ର ଶରବ୍ୟ ହୋଇଛି।ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଚୀନ୍ ସେନା ଜାପାନକୁ ଟାର୍ଗେଟ କରିଛନ୍ତି।
ଏବେ ବିଶ୍ୱ ଆଗରେ ୨ଟି ବିକଳ୍ପ- ଗଣତନ୍ତ୍ର ଓ ଏକତନ୍ତ୍ର । ତାଇୱାନ୍ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଆମେରିକା । ଆମେରିକା ତାଇନାନ୍ର ଭରସାଯୋଗ୍ୟ ସହଯୋଗୀ । ବହୁ ବାଦ ବିବାଦ ଓ ଚୀନ୍ର ଧମକ ସତ୍ତ୍ୱେ ତାଇୱାନ୍ ଗସ୍ତରେ ଆସି ଏଭଳି ବଳିଷ୍ଠ ବକ୍ତବ୍ୟ ରଖିଛନ୍ତି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭର ବାଚସ୍ପତି ନାନ୍ସି ପେଲୋସି ।
ଆମେରିକା ସିନେଟ୍ର ବାଚସ୍ପତି ତାଇୱାନ୍କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।