• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାଇଓ୍ୱାନକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି ଚୀନ୍ । ଓ୍ୱାନ୍ ଚାଇନା ଲକ୍ଷ୍ୟ ଅନ୍ତର୍ଗତ ଏହାକୁ ମୂଳ ଭୂଖଣ୍ଡରେ ମିଶା ଯିବ ବୋଲି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ପୂର୍ବରୁ ଘୋଷଣା କରିସାରିଛନ୍ତି । ଏଥିପାଇଁ ଚୀନ୍ ବଳପ୍ରୟୋଗ ଲାଗି ପଛାଇବ ନାହିଁ ବୋଲି ସେ ଖୋଲା ଧମକ ଦେଇଛନ୍ତି । ଗତମାସରେ ରଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଫୋନରେ କଥାବାର୍ତ୍ତା ବେଳେ ସି ଜିନସିଙ୍ଗ ଆମେରିକାର ତାଇଓ୍ୱାନ୍ ଆଭିମୁଖ୍ୟକୁ ଖୋଲାଖୋଲି ନିନ୍ଦା କରିଥିଲେ ।

ଅନ୍ୟପକ୍ଷରେ ପେଲୋସିଙ୍କ ଗସ୍ତ ପ୍ରତିବାଦରେ ସାଉଥ୍ ଚାଇନା ସି ରେ ଚୀନ୍ ନୌସେନା ପକ୍ଷରୁ ୫ ଦିନିଆ ସମରାଭ୍ୟାସ ଆରମ୍ଭ ହୋଇଛି । ଗତକାଲି ଠାରୁ ୬ ତାରିଖ ପର୍ଯ୍ୟନ୍ତ ଏହି ସମରାଭ୍ୟାସ ଚାଲିବ ସେଥିଲାଗି ସାଉଥ୍ ଚାଇନା ସିରେ ସାଧାରଣ ଜାହାଜର ଚଳାଚଳକୁ ବାରଣ କରିଛି ବେଜିଂ । ତେଣେ ସାଉଥ୍ ଚାଇନା ସିରେ ଥିବା ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟର ରୋନାଲ୍ଡ ରେଗାନ, ତାଇଓ୍ୱାନରୁ ପୂର୍ବ ଦିଗରେ ଫିଲିପାଇନ୍ସ ସାଗରରେ ଏବେ ମୁତୟନ ରହିଛି । ଏହାକୁ ସହଯୋଗ ଲାଗି ଆଉ ତିନିଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ବି ରହିଛନ୍ତି । ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଏହି ଯୁଦ୍ଧ ପୋତଗୁଡିକ ପ୍ରସ୍ତୁତ ରହିଛନ୍ତି ମାତ୍ର ଏହା ରୁଟିନ୍ ଡିପ୍ଲୟମେଣ୍ଟ ବୋଲି ଆମେରିକା ପକ୍ଷରୁ କୁହାଯାଇଛି. ।

ଅନ୍ୟପକ୍ଷରେ ତାଇଓ୍ୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗ- ୱେନ ଙ୍କ ଉପରେ ଚାପ ପ୍ରୟୋଗ ଲାଗି, ଚୀନ୍ ବାୟୁସେନା ଓ ନୌସେନା ବାରମ୍ବାର ତାଇଓ୍ୱାନର ସମୁଦ୍ର ଓ ଆକାଶ ସୀମା ଉଲ୍ଲଙ୍ଘନ କରୁଛନ୍ତି । ତେବେ ବଳ ପ୍ରୟୋଗ ଦ୍ୱାରା ତାଇଓ୍ୱାନକୁ ଅକ୍ତିଆର କରିବା ସ୍ୱପ୍ନ ଚୀନ୍ ଛାଡି ଦେଉ ବୋଲି ଆମେରିକା ସ୍ପଷ୍ଟ ଭାବେ କହିଛି । ଯେକୌଣସି ପ୍ରକାରେ ତାଇଓ୍ୱାନର ସର୍ବଭୌମତ୍ୱ ରକ୍ଷା କରିବାକୁ ପ୍ରତିଜ୍ଞା କରିଛି ଆମେରିକା । ଏହାକୁ ନେଇ ଦୁଇ ମହାଶକ୍ତି ମୁହାଁମୁହିଁ ଛିଡ଼ା ହୋଇଥିବା ବେଳେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ସାହସ ବାନ୍ଧିଛନ୍ତି ତାଇଓ୍ୱାନବାସୀ ।

ଚୀନର ଧମକ ନିତି ଦିନିଆ କଥାରେ ପରିଣତ ହୋଇଥିବାରୁ ତାଇଓ୍ୱାନବାସୀ ଆଉ ଏହାକୁ ଭୃକ୍ଷେପ କରୁନାହାନ୍ତି । ଯୁଦ୍ଧ କେତେବେଳେ ବି ଆସିପାରେ, ତେଣୁ ଯାହା ହେବା କଥା ହେବ, ମନରେ ସାହାସ ଧରି ନିଜ ନିଜ କାମରେ ଯାଉଛନ୍ତି ।