Advertisment

Sikandar: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନଙ୍କ ଜଣେ ପ୍ରଶଂସକ ୧.୭୨ ଲକ୍ଷ ଟଙ୍କାର ଟିକେଟ୍‌ କିଣି ବାଣ୍ଟୁଥିବା ଦେଖିବାକୁ ମିଳେ। 'ସିକନ୍ଦର' ଫିଲ୍ମର ଟିକେଟ୍ କିଣି ବାଣ୍ଟୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Salman khan fan free distributes 800 tickets worth 1 point 72 lakh

Salman khan fan free distributes 800 tickets worth 1 point 72 lakh

ଆଜି ବକ୍ସ ଅଫିସରେ ସଲମାନ ଖାନ-ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ 'ସିକନ୍ଦର' ମୁକ୍ତିଲାଭ କରିଛି। ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ପାଇଁ ପାଗଳାମୀ ପ୍ରଶଂସକଙ୍କ ମୁଣ୍ଡରେ ଚଢିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନଙ୍କ ଜଣେ ପ୍ରଶଂସକ ୧.୭୨ ଲକ୍ଷ ଟଙ୍କାର ଟିକେଟ୍‌ କିଣି ବାଣ୍ଟୁଥିବା ଦେଖିବାକୁ ମିଳେ।

Advertisment

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ସଲମାନ ଖାନ ଏହି ଟିକେଟ୍ ପ୍ରାୟୋଜିତ କରିଛନ୍ତି କି, ସେ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ ସୁପର୍‌ଷ୍ଟାରଙ୍କ ଫିଲ୍ମକୁ ପାଳନ କରିବା ନେଇ ସେ ପୂର୍ବରୁ ମଧ୍ୟ ଅନେକ ସହରରେ ଏହା କରିଛନ୍ତି। ସଲମାନ ଖାନଙ୍କ ଏହି ଡାଏ ହାର୍ଡ ପ୍ରଶଂସକଙ୍କ ନାଁ ହେଉଛି କୁଲଦୀପ କାସୱାନ। ସେ ରାଜସ୍ଥାନର ବାସିନ୍ଦା।

କୁଲଦୀପ କାସୱାନ୍ କହିଛନ୍ତି ଯେ ସେ ତାଙ୍କର ପ୍ରିୟ ତାରକାଙ୍କୁ ସମର୍ଥନ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ସେ ୧.୭୨ ଲକ୍ଷ ଟଙ୍କା ମୂଲ୍ୟର ଟିକେଟ୍ କିଣି ସେସବୁ ମାଗଣାରେ ବାଣ୍ଟୁଛନ୍ତି ଯାହା ଦ୍ୱାରା ଅଧିକ ଲୋକ ବଡ ପରଦାରେ ଭାଇଜାନଙ୍କ ଯାଦୁ ଦେଖିପାରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ସେ ମଧ୍ୟ ଅନେକ ସହରରେ ଏମିତି କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ କ୍ରେଜ୍; ଟିକେଟ୍ ମୂଲ୍ୟ ୨୨୦୦ ଟଙ୍କା, କଲାଣି କୋଟି କୋଟି ରୋଜଗାର

ସେ କହିଛନ୍ତି, "ମୁଁ ସଲମାନ ଖାନଙ୍କ ପାଇଁ କିଛି ବି କରିଥାଏ। ତାଙ୍କ ଜନ୍ମଦିନରେ ମୁଁ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲି ଏବଂ ବର୍ତ୍ତମାନ ମୁଁ ଟିକେଟ୍ ବଣ୍ଟନ କରୁଛି। ମୁଁ ପ୍ରାୟ ୧ ଲକ୍ଷ ୭୨ ହଜାର ଟଙ୍କା ଖର୍ଚ୍ଚ କରି ୮୦୦ ଟିକେଟ୍ କିଣିଛି ଏବଂ ମୁଁ ଏସବୁକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିବି, ଯେଉଁମାନ ଫିଲ୍ମ ଦେଖିପାରିବେ।"

କିଛି ମାସ ପୂର୍ବେ କୁଲଦୀପ କାସୱାନ ସଲମାନ ଖାନଙ୍କ ୫୯ତମ ଜନ୍ମଦିନରେ ବିଙ୍ଗ୍ ହ୍ୟୁମାନ ବ୍ରାଣ୍ଡର ପୋଷାକ ବଣ୍ଟନ କରିଥିଲେ। ସେ କହିଥିଲେ ଯେ ସେ ଭାଇଜାନଙ୍କ ଜନ୍ମଦିନରେ ୬.୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅଭାବୀ ଲୋକଙ୍କୁ ପୋଷାକ ବଣ୍ଟନ କରିଥିଲେ।

ଅଧିକ ପଢ଼ନ୍ତୁ: ଅନେକ ବିବାଦ ଦେଇ ଗତି କରିଛୁ ଆଉ କୌଣସି ବିବାଦ ଦରକାର ନାହିଁ: ସଲମାନ୍ ଖାନ୍

Salman Khan Bollywood Salman Khan Films Sikandar
Advertisment
Advertisment