COVID-19 Nasal Vaccine
ମହାମାରୀ କୋଭିଡ୍ର ମୁକାବିଲା ପାଇଁ ମିଳିଲା ଆଉ ଏକ ଅସ୍ତ୍ର । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଏହି ଟିକା ପ୍ରଦାନ କରିବାକୁ ଦେଶର ଡ୍ରଗ୍ କଣ୍ଟ୍ରୋଲର ଅନୁମତି ଦେଇଛନ୍ତି । ନାଇଟ୍ରିକ ଅକ୍ସାଇଡ୍କୁ ବ୍ୟବହାର କରି ଏହି ଟିକା ପ୍ରସ୍ତୁତ କରାଯାଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଉପଯୁକ୍ତ ସଫଳତା ମିଳିବା ପରେ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି ଡିସିଜିଆଇ ।
Advertisment
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ନାଜାଲ ଟିକାକୁ ବିଜ୍ଞାନ, ଗବେଷଣା, ବିକାଶ ଓ ଉନ୍ନତ ମାନବ ସମ୍ବଳର ସଫଳ ଉପଯୋଗ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଟିକା ବ୍ୟବହାର ପରେ ୨୪ ଘଣ୍ଟାରେ ଭାଇରାଲ ଲୋଡ୍ ୯୪ ପ୍ରତିଶତ କମୁଥିବା ବେଳେ ୪୮ ଘଣ୍ଟାରେ ୯୯ ପ୍ରତିଶତ ହ୍ରାସ ପାଉଥିବା କୁହାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)