• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ଭାଇ ହୁଏ ଭଗାରୀ । ଆଜିକା ସମୟରେ ଭାଇ, ଭାଇ ଭିତରେ ଝଗଡ଼ା କଳି ଏକ ସାଧାରଣ ଘଟଣା । କିଏ ଜମି ପାଇଁ ତ ଆଉ କିଏ ସମ୍ପତ୍ତି ପାଇଁ କଳି କରୁଛନ୍ତି । ଦୁଇ ଭାଇ ଭିତରେ ଥିବା ସ୍ନେହସମ୍ପର୍କ ଖୁବ୍ କମ୍‌ ଦେଖିବାକୁ ମିଳେ । କିନ୍ତୁ ଦୁଇ ସାବତ ଭାଇଙ୍କ ମଧ୍ୟରେ ଥିବା ଭଲପାଇବା ପାଇଁ ଏବେ ଜଣକୁ ଗୁଳି ମାରିଛି ବାପା । ଉତ୍ତର ପ୍ରଦେଶ ମହୋବାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଦିନ ଦ୍ୱିପହରେ ପୁଅକୁ ଗୁଳି ମାରିଛି ।

ଅଭିଯୁକ୍ତ ଶିବ ନାରାୟଣଙ୍କର ଦୁଇ ଜଣ ପତ୍ନୀ । ପ୍ରଥମ ପତ୍ନୀକୁ ସେ ତାଙ୍କ ବାପ ଘରେ ଛାଡ଼ି ଦ୍ୱିତୀୟ ପତ୍ନୀ ଓ ପୁଅଙ୍କ ସହ ମହୋବାରେ ରୁହନ୍ତି । ବଡ଼ ପୁଅ ଶିବ ନାରାୟଣ ମା’ ସହିତ ମାମୁଁ ଘରେ ରୁହେ । ସାବତ ହେବା ସତ୍ତ୍ୱେ ସତ୍ୟନାରାୟଣ ଓ ସତ୍ୟଦେବଙ୍କ ଭିତରେ ଭଲ ସମ୍ପର୍କ ରହିଛି । ଦୁଇ ଭାଇ କେହି କାହାକୁ ଘଡ଼ିଏ ନଦେଖିଲେ ରହି ପାରନ୍ତି ନାହିଁ । ଏକ ମାସ ହେଲା ସେମାନେ ସାଥୀରେ ମଧ୍ୟ ରହୁଛନ୍ତି । 

ଅଧିକ ପଢ଼ନ୍ତୁ: ସହ୍ୟ ହେଲାନି ପ୍ରେମିକା ସହ ବିଚ୍ଛେଦ: ନିଜକୁ ନିଜେ ଗୁଳି ମାରିଲେ ଯୁବକ

ଏକଥା ଶିବ ନାରାୟଣ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଭଲ ଲାଗୁନଥିଲା । ଅନେକ ଥର ଦୁଇ ଭାଇଙ୍କୁ ଭେଟିବାକୁ ମଧ୍ୟ ଦେଉନଥିଲେ । ଏପରିକି ଉଭୟଙ୍କୁ ଏକାଠି ରହିବାକୁ ଅନେକ ଥର ବାରଣ ମଧ୍ୟ କରିଥିଲେ ଶିବ ନାରାୟଣ । କିନ୍ତୁ ସେମାନେ ଏଥିରେ ରାଜି ହୋଇନଥିଲେ । ଦୁଇ ପୁଅ ଭିତରେ ଥିବା ଭଲପାଇବା ସହିପାରିଲେନି ଶିବନାରାୟଣ । କେହି ପର ଲୋକ ନୁହେଁ, ନିଜେ ହିଁ ପୁଅଙ୍କ ଶତ୍ରୁ ପାଲଟିଗଲା । ଶେଷରେ ରାଗରେ ବଡ଼ ପୁଅକୁ ଗୁଳି ମାରିଦେଇଛନ୍ତି ଶିବ ନାରାୟଣଙ୍କ । ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।

ତେବେ ଏହି ଘଟଣା ପରେ ଆହତଙ୍କୁ ଚିକିତ୍ସା ପାଇଁ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ଝାନସୀ ହସ୍ପିଟାଲକୁ ରେଫର୍‌ କରିଛନ୍ତି । ଏହି ପ୍ରସଙ୍ଗରେ ପୋଲିସ ଅଧୀକ୍ଷକ ସୁଧା ସିଂ କହିଛନ୍ତି, ଅଭିଯୁକ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଛି । ଅଭିଯୁକ୍ତ ବାପାଙ୍କୁ ଏବେ ଗିରଫ କରାଯାଇଛି ।