• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି । ଆମେ କହୁଛୁ ବିଦେଶୀ ପକ୍ଷୀଙ୍କ କଥା । ଯାହାଙ୍କ କିଚିରି ମିଚିରି ଶବ୍ଦରେ ଗାଁ ହେଉଛି ମୁଖରିତl ଚାରି ଆଡେ ଥିବା ତେନ୍ତୁଳି ଗଛରେ ବସା ବାନ୍ଧି ଖୁସିରେ ରହୁଛନ୍ତି ଏସିଆନ ଓପନ ବିଲ ଷ୍ଟୋର୍କ ନାମକ ଏହି ବିଦେଶୀ ପକ୍ଷୀ l ନୂଆପଡା ଜିଲ୍ଲାର ସିନାପାଲି ରେଞ୍ଜ ସୋନବର୍ଷା ଗାଁରେ ଅନେକ ବର୍ଷ ହେବ ଏମାନେ ନିର୍ଭୟରେ ରହି ଆସୁଛନ୍ତି l

ଲୋକେ କୁହନ୍ତି ଏମାନେ ଆସିଲେ ବର୍ଷା ଋତୁ ଆରମ୍ଭ ହୁଏ, ଚାଲି ଗଲେ ସରିଯାଏ l ଏହି ପକ୍ଷାମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି । ଅଣ୍ଡା ଦେଇ, ଛୁଆ ବଡ଼ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି । ଏହି ସମୟରେ ଗ୍ରାମବାସୀଙ୍କ ସୁରକ୍ଷା ବଳୟରେ ରୁହନ୍ତି ଏହି ବିଦେଶୀ ଅତିଥି ।

ଗାଁକୁ କେବଳ ଏସିଆନ ଓପନ ବିଲ ଷ୍ଟୋର୍କ ବୋଲି ନୁହେଁ, ବିଗ୍ ଏଗରେଟ୍ , ଇଣ୍ଡିଆନ ଶାଗ ପ୍ରଜାତିର ବିଦେଶୀ ପକ୍ଷୀ ମଧ୍ୟ ଆସନ୍ତି । ସୋନବର୍ଷା ଗାଁକୁ ପରିଚୟ ଦେଇଛନ୍ତି ଏହି ବିଦେଶୀ ପକ୍ଷୀ । ତେଣୁ ଗାଁ ଲୋକେ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି । ଖାସ ସେଥିପାଇଁ ଗାଁକୁ କୌଣସି ପକ୍ଷୀ ଶିକାରୀ ଆସିବାକୁ ମଧ୍ୟ ଡରନ୍ତି । ଆଉ ଯଦି କିଏ ପକ୍ଷୀ ଶିକାର କଲେ ତା ଉପରେ ପଡ଼େ ୧୦୦୦ ଟଙ୍କାର ଫାଇନ୍‌ । ବିଭିନ୍ନ ସମୟରେ ବନ ବିଭାଗ କର୍ମଚାରୀ ପକ୍ଷୀଙ୍କ ସୁରକ୍ଷା ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଛନ୍ତି l ଗାଁ ଲୋକଙ୍କ ଏହି ଉଦ୍ୟମକୁ ଡିଏଫଓ ମଧ୍ୟ ପ୍ରଶଂସା କରିଛନ୍ତି l

  • Reported by:
  • MAYADHAR SARAF

OTV is now on Whatsapp

Join and get latest news update delivered to you via whatsapp

Join Now