/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728197270.jpg)
Mohan Majhi
ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ବି ଭେଟିବା କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ବୈଠକ ରହିଛି ।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ବସିବ । ଏଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ମାଓ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗଦେବେ । ସେହିଭଳି ଅତିରିକ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ୟର ବରିଷ୍ଠ ଅଧିକାରୀ, କେନ୍ଦ୍ରୀୟ ଶସସ୍ତ୍ର ବଳର ଅଧିକାରୀମାନେ ମଧ୍ୟ ସାମିଲ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ସେପଟେ ଲାଲବାହିନୀଙ୍କ ସୁରକ୍ଷାଗଡ଼ କୁହାଯାଉଥିବା ଛତିଶଗଡ଼ ଆବୁଝମାଡ୍ ଜଙ୍ଗଲରେ ହୋଇଥିବା ଅପରେସନ୍ ହୋସ୍ ଉଡ଼ାଇଦେଇଛି ଅନ୍ୟ ମାଓ ସଂଗଠନକୁ । ୪୮ ଘଣ୍ଟାରୁ ଅଧିକ ସମୟର ନନଷ୍ଟପ୍ ଅପରେସନ୍ ସାରି ଜଙ୍ଗଲ ଭିତରୁ ଫେରିଛନ୍ତି ସୁରକ୍ଷାକର୍ମୀ । ହାତରେ ଅସ୍ତ୍ରଶସ୍ତ୍ର...କାନ୍ଧରେ ମାଓବାଦୀଙ୍କ ମୃତଦେହ ଧରି ହେଡକ୍ବାର୍ଟର ମୁହାଁ ସମସ୍ତେ । ଗୋଟିଏ କି ଦୁଇଟି ନୁହଁ, ଆଗପଛ ହୋଇ ୩୧ ନକ୍ସଲଙ୍କ ଡେଡବଡ଼ି ଧରି ଫେରିଥିଲେ ସଫଳତାର ସହ ।
ମାଓ ଦମନ କ୍ଷେତ୍ରରେ ସତ ହେବାକୁ ଯାଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଶନ୍ ଛବିଶ୍ । କାରଣ ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ ପାଇଁ ଶାହ ଟାର୍ଗେଟ୍ ଦେଇଥିଲେ। ସେହି ଅନୁଯାୟୀ କ୍ରମାଗତ ଅପରେସନ ଜାରି ରହିଥିବାବେଳେ ଛତିଶଗଡ଼ରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୮୮ ମାଓବାଦୀ ଟଳିଲେଣି। ଆଉ ଏବେକାର ସଫଳତା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ କେନ୍ଦ୍ରଗୃହ ମନ୍ତ୍ରୀ ଶାହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)