Advertisment

BCCI Annual Contract 2024-25: ବିସିସିଆଇ ଜାରିକଲା ବାର୍ଷିକ ଚୁକ୍ତି ତାଲିକା, ଜାଣନ୍ତୁ ଅଛି କେଉଁ ଖେଳାଳିଙ୍କ ନାମ

ବିସିସିଆଇର ତାଲିକାରେ ୪ଟି ବର୍ଗରେ ୩୪ ଜଣ ଖେଳାଳି ରହିଛନ୍ତି । A+ରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କ ନାମ ସାମିଲ ହୋଇଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
BCCI

BCCI

ଆସିଲା ବିସିସିଆଇର ବାର୍ଷିକ ଚୁକ୍ତି ତାଲିକା । ବିସିସିଆଇ ୨୦୨୪-୨୫ ସିଜିନ୍ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି । ଏଥିରେ ୩୪ ଜଣ ଖେଳାଳିଙ୍କ ନାଁ ସ୍ଥାନ ପାଇଛି । ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ ରହିଛି । ଗତ ବର୍ଷ ବାଦ୍ ପଡ଼ିଥିବା ଶ୍ରେୟସ୍ ଆୟାର ଏବଂ ଇଶାନ କିଶନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ, ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୪ରେ ଟି-୨୦ ଆନ୍ତର୍ଜାତୀୟ ଫର୍ମାଟରୁ ଅବସର ନେଇଥିଲେ ମଧ୍ୟ ସର୍ବୋଚ୍ଚ ଶ୍ରେଣୀ ଅର୍ଥାତ ଗ୍ରେଡ୍ A-ପ୍ଲସରେ ସ୍ଥାନ ବଜାୟ ରଖିଛନ୍ତି ।

Advertisment

ବିସିସିଆଇର ଏହି ତାଲିକାରେ ୪ଟି ବର୍ଗରେ ୩୪ ଜଣ ଖେଳାଳି ରହିଛନ୍ତି । A+ରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କ ନାମ ସାମିଲ ହୋଇଛି । ସେହିପରି Aଗ୍ରେଡରେ ସ୍ଥାନ ପାଇଛନ୍ତି ୬ ଜଣ କ୍ରିକେଟର । ମହମ୍ମଦ ସିରାଜ, ଲୋକେଶ ରାହୁଲ, ଶୁବମନ୍ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମହ ସାମି ଓ ରିଷଭ ପନ୍ଥ Aଗ୍ରେଡରେ ସ୍ଥାନ ପାଇଛନ୍ତି ।

ଅଧିକ ପଢ଼ନ୍ତୁ: ବିସିସିଆଇ ବିଦା କରିବା ପରେ ନୂଆ ଦାୟିତ୍ବରେ ଅଭିଷେକ ନାୟାର

B ଗ୍ରେଡରେ ୫ କ୍ରିକେଟରଙ୍କୁ ତାଲିକାଭୁକ୍ତ କରାଯାଇଛି । ସେମାନେ ହେଲେ ସୂର୍ଯ୍ୟକୁମାର ଯାଦବ, କୁଳଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର । ଏମାନଙ୍କ ବ୍ୟତୀତ ଗ୍ରେଡ୍ Cରେ ୧୯ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି ।

Advertisment

ଗ୍ରେଡ ସିରେ ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଂଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପାଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଈଶାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।

BCCI ସୂତ୍ର ଅନୁଯାୟୀ A+ ବର୍ଗର ଖେଳାଳିଙ୍କ ମୂଲ୍ୟ ୭ କୋଟି ଟଙ୍କା ରଖାଯାଇଥିବା ବେଳେ A ବର୍ଗ କ୍ରିକେଟର ପାଇଁ ମୂଲ୍ୟ ୫ କୋଟି ଟଙ୍କା ରହିଛି। ସେହିପରି B ବର୍ଗ ଖେଳାଳିଙ୍କୁ ୩ କୋଟି ଟଙ୍କାରେ ଚୁକ୍ତି କରାଯାଇଛି । C ବର୍ଗର ଖେଳାଳିଙ୍କୁ ୧ କୋଟି ଟଙ୍କା ମିଳିବ ବୋଲି ଜଣାପଡିଛି ।

ଅଧିକ ପଢ଼ନ୍ତୁ: ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

Advertisment
Advertisment