/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745228717.jpg)
Movies and documentary based on pope francis life
ବିଶ୍ୱବ୍ୟାପୀ କ୍ୟାଥୋଲିକ୍ ଚର୍ଚ୍ଚର ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଭାଟିକାନ୍ ସିଟିରୁ ମିଳିଥିବା ଖବର ଅନୁଯାୟୀ, ପୋପ୍ ଫ୍ରାନ୍ସିସ୍ ବହୁତ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ଇଷ୍ଟର ଅବସରରେ, ସେ ବହୁତ ଦିନ ପରେ ଲୋକଙ୍କ ସମ୍ମୁଖକୁ ଆସିଥିଲେ।
ଭାଟିକାନ୍ର କାର୍ଡିନାଲ୍ କେଭିନ୍ ଫାରେଲ୍ କହିଛନ୍ତି ଯେ, ପୋପ୍ ଫ୍ରାନ୍ସିସ୍ଙ୍କ ସମଗ୍ର ଜୀବନ ଈଶ୍ୱରଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଥିଲା। ପୋପ୍ ଫ୍ରାନ୍ସିସ୍ଙ୍କ ଜୀବନର ଝଲକ ରୂପେଲି ପରଦାରେ ଦେଖିବାକୁ ମିଳିଥିଲା। ତାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ତେବେ ଆସନ୍ତୁ ତାଙ୍କ ସିନେମା ଦୁନିଆ ବିଷୟରେ ଜଣିବା।
ଦୁଇଟି ବାୟୋପିକ୍:
୨୦୧୫ ସୁଦ୍ଧା ପୋପ୍ ଫ୍ରାନ୍ସିସ୍ଙ୍କ୍ ଉପରେ ଦୁଇଟି ବାୟୋପିକ୍ ନିର୍ମିତ ହୋଇଥିଲା। 'କଲ୍ ମି ଫ୍ରାନ୍ସେସ୍କୋ' ଫିଲ୍ମଟି ୨୦୧୫ ମସିହାରେ ନିର୍ମିତ ହୋଇଥିଲା, ଯେଉଁଥିରେ ରୋଡ୍ରିଗୋ ଡେ ଲା ସେର୍ନା ଅଭିନୟ କରିଥିଲେ। ଏହା ଏକ ଇଟାଲୀୟ ବାୟୋପିକ୍। ଏହା ବ୍ୟତୀତ, 'ଫ୍ରାନ୍ସିସ୍: ପ୍ରେ ଫର୍ ମି' ମଧ୍ୟ ସେହି ବର୍ଷ ନିର୍ମିତ ହୋଇଥିଲା, ଯେଉଁଥିରେ ଡାରିୟୋ ଗ୍ରାଣ୍ଡିନେଟି ଅଭିନୟ କରିଥିଲେ। ଏହା ଏକ ଆର୍ଜେଣ୍ଟିନା ଚଳଚ୍ଚିତ୍ର। ନଭେମ୍ବର ୨୦୧୫ରେ, ଫ୍ରାନ୍ସିସ୍ଙ୍କ ଭାଷଣ ଏବଂ ସଙ୍ଗୀତ ସମ୍ବଳିତ ଏକ ଆଲବମ୍, "ୱେକ୍ ଅପ୍" ମୁକ୍ତିଲାଭ କରିଥିଲା।
ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ
ପୋପ୍ ଫ୍ରାନ୍ସିସ୍ଙ୍କ ଉପରେ ଡକ୍ୟୁମେଣ୍ଟାରୀ:
ଏହା ବ୍ୟତୀତ ପୋପ୍ ଫ୍ରାନ୍ସିସ୍ଙ୍କ ଜୀବନୀ ଉପରେ ଅନେକ ଡକ୍ୟୁମେଣ୍ଟାରୀ ମଧ୍ୟ ନିର୍ମିତ ହୋଇଛି। 'ପୋପ୍ ଫ୍ରାନ୍ସିସ୍: ଏ ମ୍ୟା୍ନ ଅଫ୍ ହିଜ୍ ୱାର୍ଡ' (୨୦୧୮) ଏପରି ଏକ ଡକ୍ୟୁମେଣ୍ଟାରୀ, ଯାହାକୁ ୱିମ୍ ୱେଣ୍ଡର୍ସ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ।
ସେହିପରି ଅକ୍ଟୋବର ୨୦୨୦ରେ, ଚଳଚ୍ଚିତ୍ର ନିର୍ମାତା ଏଭଗେନି ଆଫିନେଭସ୍କିଙ୍କ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟାରୀ ‘ଫ୍ରାନ୍ସେସ୍କୋ’ର ପ୍ରିମିୟର ହୋଇଥିଲା। ଅକ୍ଟୋବର ୨୦୨୨ରେ, 'ଦି ଲେଟର: ଏ ମେସେଜ୍ ଫର୍ ଆୱାର୍ ଆର୍ଥ' ଡକ୍ୟୁମେଣ୍ଟାରୀ YouTube Originals ରେ ପ୍ରିମିୟର ହୋଇଥିଲା।
ଏହା ନିକୋଲାସ୍ ବ୍ରାଉନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଲାଡାଟୋ ସି ମୁଭ୍ମେଣ୍ଟ୍ ସହିତ ସହଭାଗୀତାରେ ଅଫ୍ ଦି ଫେନ୍ସ ଦ୍ୱାରା ପ୍ରଯୋଜିତ ହୋଇଥିଲା।
ପୋପ୍ ଫ୍ରାନ୍ସିସ୍ଙ୍କ ସହ ଜଡିତ ବିଶେଷ କଥା:
- ପୋପ୍ ଫ୍ରାନ୍ସିସ୍ଙ୍କ ପ୍ରକୃତ ନା’ ହେଉଛି ଜର୍ଜ ମାରିଓ ବର୍ଗୋଗ୍ଲିଓ।
- ସେ ୧୭ ଡିସେମ୍ବର ୧୯୩୬ରେ ଆର୍ଜେଣ୍ଟିନାର ବ୍ୟୁନୋସ୍ ଆୟର୍ସରେ ଜନ୍ମଗ୍ରହଣ କରିଥିଲେ।
- ସେ ପ୍ରଥମ ଅଣ-ୟୁରୋପୀୟ ପୋପ୍ ଥିଲେ। ଫ୍ରାନ୍ସିସ୍ ୧୩ ମାର୍ଚ୍ଚ ୨୦୧୩ରେ ପୋପ୍ ନିର୍ବାଚିତ ହୋଇଥିଲେ।
- ପୂର୍ବତନ ପୋପ୍ ବେନେଡିକ୍ଟ XVI ଇସ୍ତଫା ଦେଲା ପରେ ସେ ୨୬୬ତମ ପୋପ୍ ହୋଇଥିଲେ।
- ପୋପ୍ ଫ୍ରାନ୍ସିସ୍ ରସାୟନ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ଏବଂ କିଛି ଦିନ ପାଇଁ କେମେଷ୍ଟ୍ରୀ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ଦର୍ଶନ ଏବଂ ଧର୍ମଶାସ୍ତ୍ର ଅଧ୍ୟୟନ କଲେ।
- ସେ ୧୯୫୮ ମସିହାରେ ଜେସୁଇଟ୍ ଅର୍ଡରରେ ଯୋଗ ଦେଇଥିଲେ ଏବଂ ୧୯୬୯ ମସିହାରେ ପାଦ୍ରୀ ହୋଇଥିଲେ। ସେ ଆର୍ଜେଣ୍ଟିନାର ପ୍ରଥମ ଜେସୁଇଟ୍ ପୋପ୍।
- ଫ୍ରାନ୍ସିସ୍ ତାଙ୍କର ସରଳତା ପାଇଁ ଜଣାଶୁଣା। ପୋପ୍ ହେବା ପରେ ମଧ୍ୟ ସେ ଭାଟିକାନର ବିଶାଳ ପ୍ରାସାଦରେ ରହିବାକୁ ମନା କରିଦେଇ ଏକ ସାଧାରଣ ଅତିଥିଗୃହରେ ରହୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)