• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

‘ଟାଇଟାନିକ୍’ ଏ କେବଳ ଗୋଟିଏ ନାଁ ନୁହେଁ । ବରଂ ଗୋଟିଏ ବିରାଟ ଇତିହାସ । ‘ଟାଇଟାନିକ୍’ ଜାହାଜକୁ ନେଇ ଆପଣ ଅନେକ କିଛି ଜାଣିଥିବେ । କେତେ ଗୁଡ଼ିଏ ବହିରେ ଏନେଇ ମଧ୍ୟ ପଢ଼ିଥିବେ । ଏହାର ବୁଡ଼ିଯିବା ଘଟଣା ଯେତିକି ରୋମାଞ୍ଚକର ସେତିକି ହୃଦୟ ବିଦାରକ ମଧ୍ୟ । ୧୯୧୨ ମସିହାରେ ଆଟଲାଣ୍ଟିକ୍ ମହାସାଗରରେ ‘ଟାଇଟାନିକ୍’ ଜାହାଜ ବୁଡ଼ିଯିବା ଫଳରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ଯାହାର ଚିତ୍ର ଆଜି ପୁଣି ଥରେ ତାଜା ହେବାକୁ ଯାଉଛି । କାରଣ ଜାଣିଲେ ଆପଣ ନିଶ୍ଚୟ ଚକିତ ହୋଇଯିବେ । ଆଉ ସେହି ପୁରୁଣା ଦିନର କଥା ପୁଣି ଜୀବିତ ହୋଇଉଠିବ ।

ନିଖୋଜ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ପାଇଲଟଙ୍କ ପତ୍ନୀ ୱେଣ୍ଡି ରୁଷ । ଯିଏ କି ଜଣେ ଆମେରିକୀୟ ଦମ୍ପତିଙ୍କ ବଂଶଧର । ୱେଣ୍ଡି ରୁଷ ରିଟେଲିଂ ମ୍ୟାଗ୍ନେଟ୍ ଇସିଡୋର ଷ୍ଟ୍ରସ୍ ଏବଂ ତାଙ୍କ ପତ୍ନୀ ଇଡାଙ୍କ ନାତୁଣୀ । ଯିଏ କି ଟାଇଟାନିକରେ ପ୍ରଥମ ଶ୍ରେଣୀ ଯାତ୍ରୀ ଭାବରେ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ଏହା ଏକ ବରଫକୁ ଧକ୍କା ଦେଇ ବୁଡ଼ିଯାଇଥିଲା । ଏହି ଘଟଣା ୧୯୧୨ ମସିହା ଏପ୍ରିଲ୍ ଘଟିଥିଲା । ଷ୍ଟ୍ରସ୍ ୧୮୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ ବୋଲି ଦି ନ୍ୟୁୟର୍କ ଟାଇମ୍ସ ତା’ର ରିପୋର୍ଟରେ ଉଲ୍ଲେଖ କରିଛି ।

ଏହାକୁ ନେଇ ଆଜି ବି ଚର୍ଚ୍ଚା ଜାରି ରହିଥିବାବେଳେ ପୁଣି ଆଉ ଏକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । କାରଣ ଆଉ ଏକ ‘ଟାଇଟାନ୍’ ଜାହାଜ ସହ ଦୁର୍ଘଟଣା ଘଟିପାରେ । ଯେଉଁଥିରେ ୫ଜଣ ରହିଥିବା ସୂଚନା ରହିଛି । ସୂଚନା ଅନୁସାରେ ବର୍ତ୍ତମାନ ଏହି ଜାହାଜଟି ନିଖୋଜ ରହିଛି । ଉଦ୍ଧାରକାରୀମାନେ ଜାହାଜ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିସାରିଛନ୍ତି । ସାଥିରେ ଆମ୍ଳଜାନ ନେବା ସହିତ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଉଦ୍ଧାରକାରୀ ଦଳ ।

ଟାଇଟାନିକ୍ ଦମ୍ପତିଙ୍କ ବଂଶଧର ୱେଣ୍ଡି ରୁଶ୍ ହେଉଛନ୍ତି ଓସେନଗେଟ୍ ଯୋଗାଯୋଗର ନିର୍ଦ୍ଦେଶକ । ଆଟଲାଣ୍ଟିକ୍ ମହାସାଗରରେ ୧୨,୫୦୦ ଫୁଟ ଗଭୀରରେ ଟାଇଟାନିକ୍ ଦୁର୍ଘଟଣା ସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା ସବମେରାଇନ୍ ଟାଇଟାନ୍ । ରବିବାର ଦିନ ଏହି ଜାହାଜ ସହ ସମ୍ପର୍କ ଛିନ୍ନ ହୋଇଛି । ଚାରି ଦିନିଆ ଜରୁରୀକାଳୀନ ଅମ୍ଳଜାନ ସହାୟତା ସହିତ ଏହି ବୁଡ଼ାଜାହାଜ ସମୁଦ୍ର ଭିତରକୁ ଯାଇଥିବା କୁହାଯାଇଛି ।

ଯାହା କି ଆଜି ଶେଷ ହେଉଛି । ଅମ୍ଳଜାନ ଶେଷ ହେବା ପରେ ଏହି ଜାହାଜରେ ଥିବା ୫ଜଣ ଯାତ୍ରୀଙ୍କ ଜୀବନ ଉପରେ ବିପଦ ରହିଛି । ତେଣୁ ଏହାକୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ପକ୍ଷରୁ ଚେଷ୍ଟା ଜାରି ରହିଛି ।