• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ୱାସ୍ଥ୍ୟ ପାଇଁ ଯୋଗ ହେଉଛି ନିତ୍ୟାନ୍ତ ଆବଶ୍ୟକ । ଯୋଗ କରିବା ଦ୍ୱାରା ପ୍ରତ୍ୟେକ ମଣିଷର ଶରୀର ସୁସ୍ଥ ରହିଥାଏ । ଯୋଗ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖିଥାଏ । ଯୋଗର ଗୁରୁତ୍ୱକୁ ଦେଖି ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି । ଏହାକୁ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ସବୁଠି ପାଳନ ହେଉଛି । ଅନେକ ରୋଗରୁ ମୁକ୍ତି ଦେଇଥାଏ ଯୋଗ । ଯୋଗର ଅନେକ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିନର ଲକ୍ଷ୍ୟ ।

ନିକଟରେ ଅର୍ଥାତ୍‌ ଗତକାଲି ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିଛି ସାରା ବିଶ୍ୱ । ଏହି ଅବସରରେ ଅନେକ ଲୋକ ଯୋଗ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ପଶୁ ଯୋଗ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ସତ କହିବାକୁ ଗଲେ ଏହା ଯୋଗ ନୁହେଁ, କିନ୍ତୁ ତା’ର ଶରୀରର ଅଙ୍ଗଭଙ୍ଗି ଯେପରି ଯୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ଏକ ଚିତାବାଘ ତା’ର ଶରୀରକୁ ଏପରି ପ୍ରସାରିତ କରୁଛି ଯେ, ସେ 'ସୂର୍ଯ୍ୟ ନମସ୍କାର' କରୁଛି ବୋଲି ଲୋକମାନେ କହୁଛନ୍ତି ।

ଭିଡିଓଟି ଟିକିଏ ପୁରୁଣା । ମାତ୍ର କିଛି ମାସ ପୂର୍ବରୁ ଜଣେ IFS ଅଧିକାରୀ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲଗିଛି । ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓଟିକୁ ତାଙ୍କ ଟ୍ୱିଟର ପେଜ୍‌ରେ ସେୟାର କରିବା ସହ କ୍ୟାପସନ୍‌ରେ ‘Surya Namaskar by the leopard’ ବୋଲି ଲେଖିଛନ୍ତି । ମାର୍ଚ୍ଚ ୨୭ ତାରିଖରେ ଏହି ସୁନ୍ଦର ଭିଡିଓଟି ସେ ସେୟାର କରିଥିବା ଦେଖିବାକୁ ମିଳିଛି ।

ଏଯାଏଁ ଏହି ଭିଡିଓଟିକୁ ୨ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଦେଖିସାରିଥିବାବେଳେ ୪,୫୦୦ରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି । ସେହିପରି ୫ଶହ ୟୁଜର୍ସ ଏହାକୁ ରିଟ୍ୱିଟ୍‌ କରିବା ସହ ଅନେକ ଲୋକ ନିଜର ମତାମତ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।