• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ୧୪ରେ ଦେବସ୍ନାନ ପୂର୍ଣ୍ଣିମା । ତା’ପୂର୍ବରୁ ତିନିରଥର ଚାରିନାହାକା ଉଠିଛି । ଚଳିତ ବର୍ଷ ଆଗୁଆ ରଥ କାମ ଚାଲିଥବା ବେଳେ ଏବେ ରଥର ଉପରି ଭାଗ ନିର୍ମାଣ କାର୍ଯ୍ୟ ଚାଲିବ । ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ସବୁ ପ୍ରସ୍ତୁତି ସାରିଛି ପ୍ରଶାସନ । ଏନେଇ ଦଇତାପତି ନିଯୋଗ ସହ ବୈଠକ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସ୍ନାନଯାତ୍ରା ଓ ଘୋଷଯାତ୍ରାରେ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ପାନୀୟଜଳ ଓ ଟ୍ରାଫିକ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଛି ।

ଗତ ଦୁଇବର୍ଷ ପରି ଏବର୍ଷ ମଧ୍ୟ ସ୍ନାନପୂର୍ଣ୍ଣମୀ ପୂର୍ବରୁ ତିନି ରଥର ଚାରି ନାହାକା ଉଠିଛି । ପରେ ପୋଲ ଗୟଳ, ଛନ୍ଦା ଗୟଳ ଓ ବଡ ଗୟଳ ପଡ଼ି ଯୋଖା ବୁଲିବା ପରେ ପ୍ରଥମ ଭୂଇଁ ଉଠିବ । ତା’ପରେ ଦ୍ୱିତୀୟ ଓ ତୃତୀୟ ଭୂଇଁ ସହ ତେର ପରସ୍ତ ପୋଟଳ ଉଠି ଉପରିଭାଗ କାର୍ଟ୍ୟ ହେବ । ରଥ ନିର୍ମାଣ ଟାର୍ଗେଟ ଅନୁଯାୟୀ ସ୍ନାନପୂର୍ଣ୍ଣମୀ ଦିନ ତିନି ରଥର ଚାରି ନାହାକା ଉଠିଥାଏ । ଏଥର ୩ ଦିନ ପୂର୍ବରୁ ଚାରିନାହାକା ଉଠିସାରିଥିବାରୁ ରଥ ର୍ନିମାଣ ଶୀଘ୍ର ସରିବ ବୋଲି ଆଶା ସଂଚାର କରାଯାଉଛି ।

ସେପଟେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଦଇତାପତି ନିଯୋଗ ସହ ବୈଠକ କରିଛି ଶ୍ରୀମନ୍ଦିର ପ୍ରଶାସନ । ଜଳଲାଗି, ହାତୀବେଶ ସମୟରେ ଶୃଙ୍ଖଳିତ ଦର୍ଶନକୁ ବୈଠକରେ ଗୁରୁତ୍ତ୍ୱ ଦିଆଯାଇଛି । ଭକ୍ତମାନେ ସ୍ନାନମଣ୍ଡପରେ ଗୋଟିଏ ପାର୍ଶ୍ୱ ଦେଇ ପ୍ରବେଶ ଓ ଅନ୍ୟ ପାର୍ଶ୍ୱ ଦେଇ ପ୍ରସ୍ଥାନ କରିବେ । ସ୍ନାନମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରୀବିଗ୍ରହ ସମ୍ମୁଖରେ ସେବାୟତ ଠିଆ ହୋଇ ଦର୍ଶନରେ ବାଧା ନଦେବାକୁ କୁହାଯାଇଛି । ସ୍ନାନଯାତ୍ରା ପାଇଁ ମାର୍କେଟ ଛକରୁ ହେବ ବ୍ୟାରିକେଡ଼ ବ୍ୟବସ୍ଥା ।

ଶ୍ରୀନହର ନିକଟରୁ ହେବ ଜିଖୋ‌ଜ୍ୟାକ୍‌ ବ୍ୟାରିକେଡ଼ । ଉଭୟ ବ୍ୟାରିକେଡ୍ ଓ ବଡ଼ଦାଣ୍ଡରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ୬ଟି ପାର୍କିଂ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଉପରେ ଫୋକସ୍ କରିଛି ପ୍ରଶାସନ ।


ଫାଭିଓ - କରୋନା କଟକଣାର ଦୁଇବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା  ପ୍ରାୟ ୫ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଅାକଳନ କରି ସବୁ ବ୍ୟବସ୍ଥା କରୁଛି ପ୍ରଶାସନ ..