Advertisment

Tourism in Kashmir: ପହଲଗାମ୍ ଆକ୍ରମଣ ପରେ ଉପତ୍ୟକା ନିରବ, ଖାଁ ଖାଁ ଡାଲ୍ ଲେକ୍...ଲାଲଚୌକରେ ନାହିଁ ଗହଳି

କାଶ୍ମୀର ଆଖିରେ ଲୁହ । ପହଲଗାମ ହମଲା ପରେ ସବୁ କିଛି ଯେମିତି ବଦଳି ଯାଇଛି । ନିରବୀ ଯାଇଛି... ଶ୍ରୀହୀନ ହେଲା ଭଳି ଲାଗୁଛି ଉପତ୍ୟକା । ସାଂଘାତିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଲାଲ୍‌ଚୌକ ଓ ଡାଲ୍‌ ଲେକ୍‌ରେ ଓଟିଭି

ଧାରା ୩୭୦ ଉଚ୍ଛେଦ ଓ ବିଧାନସଭା ନିର୍ବାଚନ ପରେ ହସୁଥିଲା କାଶ୍ମୀର ଭ୍ୟାଲି । ଦେଶର କୋଣ ଅନୁକୋଣ ତଥା ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା । ହେଲେ ପହଲଗାମ ହମଲା ପରେ ସବୁ କିଛି ଯେମିତି ଅଟକି ଯାଇଛି । ପର୍ଯ୍ୟଟକଙ୍କୁ କୋଳେଇ ହସୁଥିବା କାଶ୍ମୀର ଏବେ ଘୁମୁରି ଘୁମୁରି କାନ୍ଦୁଛି । ଆଉ ଆସୁ ନାହାନ୍ତି ଆଖିଦୃଶିଆ ପର୍ଯ୍ୟଟକ । ଆଜି ଶ୍ରୀନଗରରେ ସ୍ଥିତି ପରଖିଥିଲା ଓଟିଭି । ଲାଗୁଛି ଯେମିତି ଶ୍ରୀହୀନ ହୋଇଯାଇଛି ଶ୍ରୀନଗର ।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ପାଣି ବନ୍ଦ କଲେ ଭାରତର ହେବ କି କ୍ଷତି… ଜାଣନ୍ତୁ ସମ୍ଭାବ୍ୟ ପରିଣାମ

କାଶ୍ମୀର ଆଖିରେ ଲୁହ । ପହଲଗାମ ହମଲା ପରେ ସବୁ କିଛି ଯେମିତି ବଦଳି ଯାଇଛି । ନିରବୀ ଯାଇଛି... ଶ୍ରୀହୀନ ହେଲା ଭଳି ଲାଗୁଛି ଉପତ୍ୟକା । ସାଂଘାତିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଭେକେସନ ସମୟରେ ଉଛୁଳି ପଡୁଥିବା ଶ୍ରୀନଗର ଶୋଇଗଲା ଭଳି ଲାଗୁଛି । ଖାଁ ଖାଁ ପରିବେଶ । ଆଗ ଭଳି ଆସୁ ନାହାନ୍ତି ନୂଆ ଟୁରିଷ୍ଟ । ଯେଉଁମାନେ ଆସୁଛନ୍ତି ମନରେ ଟିକେ ଶଙ୍କା ରହୁଛି । କାଶ୍ମୀରର ପ୍ରକୃତି କୋଳରେ ନିଜକୁ ହଜେଇ ଦେବାର ସ୍ବପ୍ନ ନେଇ ଆସିଥିବା ଅନେକ ପର୍ଯ୍ୟଟକ ଭୟରେ ତରବରିଆ ହୋଇ ବାହୁଡି ଯାଉଛନ୍ତି । ଶ୍ରୀନଗରର ଲାଲଚୌକରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି ।

Advertisment

ପହଲଗାମ୍ ଆତଙ୍କ କାଶ୍ମୀର ବାସିନ୍ଦାଙ୍କ ଭାତହାଣ୍ଡି ଉପରେ ପ୍ରହାର ପକାଇଛି । ଅନ୍ୟ ଦିନେ ଫୁରସତ ପାଉ ନଥିବା ଟ୍ରାଭେଲ୍ ଗାଡ଼ି ସବୁ ଠିଆ ହୋଇ ରହିଛି । ୭ ଦିନ ହେଲାଣି ଏକପ୍ରକାର ହାତ ବାନ୍ଧି ବସିଛନ୍ତି ସଂସ୍ଥା କରିଥିବା ବ୍ୟବସାୟୀ ଓ ଡ୍ରାଇଭର । ୯୫ ପ୍ରତିଶତ ଟୁରିଷ୍ଟ ଆସୁ ନଥିବା କହିଛନ୍ତି ସ୍ଥାନୀୟ ଲୋକ ।

କାଶ୍ମୀରରେ ପର୍ଯ୍ୟଟଙ୍କୁ ଆମୋଦିତ କରୁଥିବା ଡାଲ୍ ଲେକ ପୂରା ଗୁମସୁମ୍। ପୂର୍ବଭଳି ଆଉ କୋଳାହଳ ଶୁଭୁନି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ କେବଳ ଦିଶୁଛି ନିରବତା ଆଉ ନିରବତା । ଶିକାରା ସବୁ ଲମ୍ବା ଲାଇନରେ ଅନାଇ ରହିଛନ୍ତି । କିନ୍ତୁ ଆସୁ ନାହାନ୍ତି ପର୍ଯ୍ୟଟକ। ବିସ୍ତୀର୍ଣ୍ଣ ଡାଲ ଲେକ୍ ପୂରା ଖାଁ ଖାଁ। ବ୍ୟବସାୟ ମାନ୍ଦା। ଶିକାରା ଚଳାଇ ପରିବାର ପୋଷୁଥିବା ବ୍ୟବସାୟୀ କେବଳ ଘାଟା ସହୁଛନ୍ତ।

ପହଲଗାମ ହମଲା ପରେ କାଶ୍ମୀରରେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛି ପୋଲିସ। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କର କଡ଼ା ପ୍ରହରା ଘାଟିରେ ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ଆଶ୍ବାସନା ଦେଉଛି। କିନ୍ତୁ କେବେ ସ୍ବାଭାବିକ ସ୍ଥିତି ଫେରିବ ସେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।

ଅଧିକ ପଢ଼ନ୍ତୁ: ପହଲଗାମ ଆଟାକ୍‌; ମିଳିଲା ବଡ଼ ସୂଚନା...

Tourism Jammu Kashmir Pahalgam Terrorist Attack Pahalgam Attack
Advertisment
Advertisment