/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745857780.jpg)
Pahalgam Terror Incident
କେମିତି ବୈସରନରେ ଆତଙ୍କ ରଚିଥିଲା ଆତଙ୍କବାଦୀ। ପଏଣ୍ଟ ବ୍ଲାଙ୍କରୁ କେମିତି ପର୍ଯ୍ୟଟକଙ୍କୁ ଗୁଳି କରିଥିଲେ। ସାମନାକୁ ଆସିଲା ଆଉ ଏକ ଲୋମହର୍ଷକ ନୂଆ ଭିଡିଓ। ଜଣେ ପର୍ଯ୍ୟଟକ ଜିପ୍ ଲାଇନ୍ ରାଇଡ୍ କରୁଥିବା ବେଳେ ତାଙ୍କ ସେଲଫି କ୍ୟାମେରାରେ ରେକର୍ଡ ହୋଇଛି ଆତଙ୍କୀଙ୍କ ନରସଂହାରର ପୂରା ଦୃଶ୍ୟ। ତଳେ ଆତଙ୍କୀ ପର୍ଯ୍ୟଟଙ୍କୁ ଆଖିବୁଜା ଗୁଳି ମାରୁଛନ୍ତି। ଜୀବନ ବଞ୍ଚାଇବାକୁ ପର୍ଯ୍ୟଟକମାନେ ଏଣେତେଣେ ଦୌଡୁଛନ୍ତି। କିଏ କୁଆଡ଼େ ଭୟରେ ଦୌଡ଼ୁଥିବା ବେଳେ ଅନ୍ଧାଧୁନ୍ ଗୁଳି ଚଳାଉଛନ୍ତି ଆତଙ୍କବାଦୀ।
ଏପରିକି ଭିଡିଓରେ ଜଣେ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳି ମାଡ଼ ପରେ ଟଳିପଡୁଥିବାର ଦୃଶ୍ୟ ବି କଏଦ ହୋଇଛି। ଆଉ କିଛି ଗ୍ରାଉଣ୍ଡରେ ଶୋଇ ପଡୁଥିବା ଦେଖିବାକୁ ମିଳିଛି। ପାଖାପାଖି ୫୩ ସେକେଣ୍ଡର ଭିଡିଓ ଅତ୍ୟନ୍ତ ହୃଦୟ ବିଦାରକ। ପର୍ଯ୍ୟଟକ ଜଣଙ୍କ ନିଜ ମୋବାଇଲର ସେଲଫି କ୍ୟାମେରାରେ ଉତ୍ତୋଳନ କରିଥିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜିପ୍ ଲାଇନ୍ ରାଇଡର ଭରପୁର ମଜା ନେଉଥିବା ବେଳେ ତଳେ କଣ ଜାଣିଥିଲା ସେତେବେଳେ ଜାଣି ନଥିଲେ।
ଅଧିକ ପଢନ୍ତୁ: ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ଫ୍ଳାଗ୍ ମାର୍ଚ କଲା RPF
#ଆକ୍ରମଣ_ବେଳର_ଆଉଏକ_ଭିଡିଓ:
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସମୟର ଆଉଏକ ଭିଡିଓ ପଦାକୁ ଆସିଛି। ଆକ୍ରମଣ ସମୟରେ ଜଣେ ପର୍ଯ୍ୟଟକ ରୋପ୍-ୱେରେ ଯାଉଥିବା ବେଳେ, ମୋବାଇଲ୍ ଫୋନକୁ ସେଲ୍ଫି ମୋଡ଼ରେ ରଖି ନିଜର ଭିଡିଓ କରୁଥିଲେ। ସେତେବେଳକୁ ତଳେ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା।#PahalgamTerroristAttack… pic.twitter.com/ZOijUzGYiq— ଓଟିଭି (@otvkhabar) April 28, 2025
ଏପଟେ ପହଲଗାମ ଆଟାକ୍ରେ ମିଳିଛି ବଡ଼ ସୁରାଗ। କେମିତି ଆସିଥିଲେ ଟେରରିଷ୍ଟ ? କେତେ ଜଣିଆ ଥିଲେ ଆତଙ୍କବାଦୀ ? କେଉଁ ଭଳି ନରସଂହାର ରଚିଥିଲେ ? ଘାଟିରେ କେମିତି ନୀରିହ ପର୍ଯ୍ୟଟକଙ୍କ ବୁହାଇଥିଲେ ରକ୍ତ ? କିଭଳି ଘଟିଥିଲା ଏହି ଆତଙ୍କୀକାଣ୍ଡ ? ଆଉ କେଉଁ ବାଟ ଦେଇ ଖସି ଯାଇଥିଲେ ଏହି ନର ପିସାଚ ? ସବୁ କିଛି ଦେଖିଥିଲେ ଜଣେ ସ୍ଥାନୀୟ ଫଟୋଗ୍ରାଫର। ଆଉ ଜୀବନ ବଞ୍ଚାଇବାକୁ ଗଛ ଉପରେ ଲୁଚି ଆକ୍ରମଣ ବେଳର ପୂରା ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ। ଏବେ ଏହି ଏକ୍ସକ୍ଲୁସିଭ୍ ଫୁଟେଜ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। ପ୍ରତକ୍ଷଦର୍ଶୀଭାବେ ସେ ଆଗକୁ ଆସି ଏନ୍ଆଇଏ ଆଗରେ ସବୁ କଥା ବଖାଣିଛନ୍ତି। ଆଉ ସେହି ଭିଡିଓ ହିଁ ଅତଙ୍କବାଦୀଙ୍କୁ ଚିହ୍ନଟ କରି ଖୋଜି ବାହାର କରିବାରେ ଏନ୍ଆଇଏକୁ ସହାୟତା କରିବ।
ପହଲଗାମରେ ନରସଂହାର ରଚିବା ଆଗରୁ, ୨୨ ଘଣ୍ଟା ଚାଲିଥିଲେ ୪ ଆତଙ୍କୀ। ପାହାଡ଼ ଜଙ୍ଗଲରେ ଟ୍ରେକିଂ କରି ପହଞ୍ଚିଥିଲେ ବୈସାରନ୍ ଭ୍ୟାଲିରେ। ୩ ପାକିସ୍ତାନ ଆତଙ୍କୀ ଓ ଜଣେ କାଶ୍ମୀରୀ ଆତଙ୍କୀ ଆଦିଲ୍ ଥୋକର୍ ବୈସାରନ ଭ୍ୟାଲିରେ ବର୍ବରକାଣ୍ଡ ଘଟାଇବା ପାଇଁ, କୋକରନାଗ ଜଙ୍ଗଲରୁ ବାହାରି ୨୦ ରୁ ୨୨ ଘଣ୍ଟା ଟ୍ରେକିଂ କରିଥିଲେ। ୨ ଜଣ ଆତଙ୍କୀ ଭ୍ୟାଲି ନିକଟରେ ଥିବା ଏକ ଦୋକାନ ପଛରୁ ବାହାରି ଏବଂ ଆଉ ଦୁଇଜଣ ଜିପ୍ ଲାଇନ୍ ଏରିଆରେ ଗୁଳି ଚଳାଇଥିଲେ। ଏଭଳି କିଛି ବଡ଼ ସୁରାଗ ଏନ୍ଆଇଏ ହାତରେ ଲାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)