• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସର ବାଜିମାତ । କଂଗ୍ରେସ ୪ଟି ଆସନରୁ ୩ଟିରେ ଜିତି ବିଜେପିକୁ ଏକ ବଡ଼ ଝଟକା ଦେଇଛି । କଂଗ୍ରେସ ପ୍ରାର୍ଥୀ ରଣଦୀପ ସୁର୍ଯ୍ୟେୱାଲା, ମୁକୁଲ ଓ୍ୱାସନିକ ଏବଂ ପ୍ରମୋଦ ତିଓ୍ୱାରୀ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ବିଜେପି କେବଳ ଗୋଟିଏ ଆସନ ଜିତିଛି । ବିଜେପିର ଘନଶ୍ୟାମ ତିଓ୍ୱାରୀ ବିଜୟୀ ହୋଇଛନ୍ତି । ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।

ସେପଟେ କର୍ଣ୍ଣାଟକରେ କିନ୍ତୁ ବିଜେପି ୩ଟି ଆସନରେ ବିଜୟ ଲାଭ କରିଛି । ବିଜେପିରୁ ନିର୍ମଳା ସୀତାରମଣ ପୁନଃନିର୍ବାଚିତ ହୋଇଥିବାବେଳେ, ଜିଗନେଶ ଓ ଲହର ସିଂ ବିଜୟୀ ହୋଇଛନ୍ତି । ଏହାସହ କଂଗ୍ରେସର ଜୟରାମ ରମେଶଙ୍କୁ ବିଜେତା ଘୋଷଣା କରାଯାଇଛି ।

 

ସେହିଭଳି ଗଣତିରେ ଢେର ବିଳମ୍ବ କାରଣରୁ ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନର ଫଳାଫଳ ବିଳମ୍ବିତ ରାତିରେ ଆସିଥିଲା । ଏଠାରେ ବିଜେପିର ସମସ୍ତ ତିନି ପ୍ରାର୍ଥୀ ବିଜୟୀ ହୋଇଥିବା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍ । ପୀୟୁଷ ଗୋଏଲ, ଅନୀଲ ବୋଣ୍ଡେ ଉଭୟ ୪୮ ଖଣ୍ଡ ଭୋଟରେ ଜିଣିଥିବା ବେଳେ ଅନ୍ୟ ଜଣେ ପ୍ରାର୍ଥୀ ଶିବସେନାର ସଞ୍ଜୟ ରାଉତଙ୍କ ଠାରୁ ଅଧିକ ଭୋଟ୍ ପାଇଥିବା ଦାବି କରିଛନ୍ତି ଫଡନାଭିସ୍ ।

 

କଂଗ୍ରେସ ନେତା ଇମ୍ରାନ୍ ପ୍ରତାପଗଡ଼ି କିନ୍ତୁ ଦାବି କରିଛନ୍ତି ଯେ, ଶିବସେନା ନେତା ସଞ୍ଜୟ ରାଉତ, ଏନସିପିରୁ ପ୍ରଫୁଲ୍ଲ ପଟେଲ ଏବଂ ସେ ନିଜେ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଶିବସେନାର ଗୋଟିଏ ଭୋଟ୍ ନାକଚ ହୋଇଥିବାରୁ ଏହାକୁ ନେଇ ନିର୍ବାଚନ କମିଶନ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି ସଞ୍ଜୟ ରାଉତ । ସେହିଭଳି ହରିୟାଣାରେ ମଧ୍ୟ ବିଜେପିର ବାଜିମାତ୍ ହୋଇଛି । କ୍ରିଷ୍ଣା ଲାଲ୍ ପନଓ୍ୱର ଏବଂ କାର୍ତ୍ତିକେୟ ଶର୍ମା ଏଠାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ।