Advertisment

Odisha Film Journey Celebration: ୯୦ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା; ଆଜିର ଦିନରେ ପରଦାକୁ ଆସିଥିଲା ପ୍ରଥମ ଚଳଚ୍ଚିତ୍ର...

ଠିକ୍ ଆଜିର ତାରିଖ। ଓଡ଼ିଆ ସିନେ ଜଗତ ପାଇଁ ଏକ ଅଭୁଲା ଓ ଅବିସ୍ମରଣୀୟ ମୁହୂର୍ତ୍ତ। ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ଓଡ଼ିଆ ସିନେମାର ପ୍ରଥମ ସ୍ବାଦ ଚଖାଇବାକୁ ଦୁଃସାହସିକ ଉଦ୍ୟମ କରିଥିଲେ ପ୍ରଯୋଜକ ମୋହନ ସୁନ୍ଦର ଦେବ ଗୋସ୍ବାମୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Film Journey Celebration

Odisha Film Journey Celebration

ଓଡ଼ିଆ ଫିଲ୍ମର ଇତିହାସକୁ ପୂରଣ ହୋଇଛି ୮୯ ବର୍ଷ। ୧୯୩୬, ଏପ୍ରିଲ ୧ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସେହି ବର୍ଷ ଠିକ୍ ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ କଥାକୁହା ଚଳଚ୍ଚିତ୍ର ସୀତା ବିବାହ। ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ଫିଲ୍ମ ଓଡ଼ିଆ ସିନେମାର ମୂଳଦୁଆ ପକାଇବା ପରେ ସେଇଠୁ ଆରମ୍ଭ ହୋଇଥିଲା ଓଡ଼ିଆ ଫିଲ୍ମର ଜୟଯାତ୍ରା। ଦୀର୍ଘ ୯ ଦଶନ୍ଧି ମଧ୍ୟରେ ଅନେକ ଘାତ, ପ୍ରତିଘାତ ଭିତରେ ଆଗକୁ ଚାଲିଥିବା ଶିଳ୍ପ ୟା ଭିତରେ ୯୦ ବର୍ଷରେ ପହଞ୍ଚି ସାରିଛି।

Advertisment

୧୯୩୬ ମସିହା ଏପ୍ରିଲ ୨୮। ଠିକ୍ ଆଜିର ତାରିଖ। ଓଡ଼ିଆ ସିନେ ଜଗତ ପାଇଁ ଏକ ଅଭୁଲା ଓ ଅବିସ୍ମରଣୀୟ ମୁହୂର୍ତ୍ତ। ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ଓଡ଼ିଆ ସିନେମାର ପ୍ରଥମ ସ୍ବାଦ ଚଖାଇବାକୁ ଦୁଃସାହସିକ ଉଦ୍ୟମ କରିଥିଲେ ପ୍ରଯୋଜକ ମୋହନ ସୁନ୍ଦର ଦେବ ଗୋସ୍ବାମୀ। ଆଉ ୧୯୩୬ ଏପ୍ରିଲ ୨୮ ତାରିଖରେ ରୁପେଲି ପରଦାକୁ ଆସିଥିଲା ପ୍ରଥମ ଓଡ଼ିଆ କଥାକୁହା ଚଳଚ୍ଚିତ୍ର ସୀତା ବିବାହ। ସେତେବେଳେ ସିନେମା ପାଇଁ ଓଡ଼ିଶାରେ ବିଶେଷ କୌଣସି ଭିତ୍ତିଭୂମି ଓ ସୁବିଧା ସୁଯୋଗ ନଥିବା ଭିତରେ ସିନେମାର ପରିକଳ୍ପନା କରିଥିବା ମୋହନ ସୁନ୍ଦର ସଫଳ ହୋଇଥିଲେ ସୀତା ବିବାହ ନିର୍ମାଣରେ। ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ନିର୍ମାଣ ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ତିଥିରେ ରିଲିଜ୍ ହୋଇଥିଲା ପୁରୀର ଲକ୍ଷ୍ମୀ ଟକିଜରେ। ଆଉ ସେତେବେଳେ ବେଶ୍ ବ୍ୟାବସାୟିକ ସଫଳତା ବି ହାସଲ କରିଥିଲା ସିନେମା। ତା ପରଠୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଶା ଫିଲ୍ମର ଜୟଯାତ୍ରା।

ଅଧିକ ପଢ଼ନ୍ତୁ:ପହଲଗାମ ଆକ୍ରମଣରେ ହୋଇଥିବା ହିଂସାକୁ ନେଇ ଏମିତି କହିଲେ ରାଶି ଖାନ୍ନା

Advertisment

କୁହାଯାଏ, ଓଡ଼ିଆ କଳା ସାହିତ୍ୟକୁ ନୂଆ ପରିଚୟ ଦେବାକୁ ସୀତା ବିବାହ ଫିଲ୍ମ ନିର୍ମାଣ ପାଇଁ ପ୍ରଯୋଜକ ମୋହନ ସୁନ୍ଦର ଦେବ ଗୋସ୍ବାମୀ ଖର୍ଚ୍ଚ କରିଥିଲେ ୨୯ ହଜାର ୭୮୧ ଟଙ୍କା। ଆଉ ଏଥିପାଇଁ ତାଙ୍କୁ ଏକ ଜମି ବିକିବାକୁ ପଡ଼ିଥିଲା। ତେବେ ସେତେବେଳର ଦୁଃସ୍ଥିତିରୁ ଏବେକାର ଓଡ଼ିଆ ସିନେମା ଜଗତ ୯୦ ବର୍ଷରେ ପାଦ ଥାପିଛି। ୟାରି ଭିତରେ ନିର୍ମାଣ ସରିଲାଣି ପ୍ରାୟ ୧ ହଜାରରୁ ଅଧିକ ଫିଲ୍ମ। ହେଲେ ସୀତା ବିବାହ ଭଳି ଓଡିଆ ଐତିହ୍ୟର ସୁରକ୍ଷା ପାଇଁ ଏହାର କୌଣସି କପି ସାଇତା ଯାଇନି କି ଏହା ଉପରେ କୌଣସି ଗବେଷଣା ବି ହୋଇନି। ଆଉ ଏପଟେ ୯୦ ଦଶକ ପରେ ଓଡ଼ିଶା ସିନେମା ପଶ୍ଚାତପଦ ଗତିକୁ ନେଇ ଆଜି ବି ଉଦବେଗ ପ୍ରକାଶ କରନ୍ତି ଓଡ଼ିଆ ସିନେମା ଜଗତର ଅନେକ ଦିଗ୍ଜ କଳାକାର ଓ ନିର୍ମାତା।

ଓଡ଼ିଆ ଚଳଚ୍ଚିତ୍ର ୯୦ ବର୍ଷରେ ପାଦ ଦେବା ଅବସରରେ ଏହାର ଗୌରବମୟ ଇତିହାସକୁ ସ୍ମରଣ କରି ସମସ୍ତ ଓଡ଼ିଆ ସିନେପ୍ରେମୀ, ଦର୍ଶକ, କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଧିକ ପଢ଼ନ୍ତୁ:ସୀମା ହାଇଦରଙ୍କୁ ପାକିସ୍ତାନ ପଠାଯିବା ଉଚିତ ନୁହେଁ, ସେ ଏବେ ଭାରତର ବୋହୂ: ରାଖୀ ସାୱନ୍ତ

Odisha Films Odisha Film News
Advertisment
Advertisment