Advertisment

ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଗରମ ଗୁଳୁଗୁଳିରୁ ନିସ୍ତାର ଆଣିବ ପ୍ରାକ୍ ମୌସୁମୀ ବର୍ଷା। ରାଜ୍ୟରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rain With Lightning Warning To 12 Districts Of Odisha

Rain With Lightning Warning To 12 Districts Of Odisha

ଗରମ ଗୁଳୁଗୁଳିରୁ ନିସ୍ତାର ଆଣିବ ପ୍ରାକ୍ ମୌସୁମୀ ବର୍ଷା। ରାଜ୍ୟରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ରାଜ୍ୟର ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। 

Advertisment

ଏହି ଜିଲ୍ଲା ଗୁଡିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏହି ସବୁ ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। 

ସେପଟେ ଏଥର ରଜରେ ଭିଜିବନି ଓଡ଼ିଶା । ମୌସୁମୀ ବିଳମ୍ବିତ ହେଉଥିବାରୁ ଏଥର ରଜ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ନପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଆର.କେ. ଜେନାମଣି କହିଛନ୍ତି।

Advertisment

ଏହାସହ ସେ କହିଛନ୍ତି ଯେ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ମୌସୁମୀ ଛୁଇଁଲାଣି । ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି । ୧୨ ଓ ୧୩ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ନାହିଁ । ରଜରେ ଓଡ଼ିଶାକୁ ମୌସୁମୀ ଆସିବା ନେଇ ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନି।

Lightning Warning Rain Alert Weather Alert
Advertisment
Advertisment