Advertisment

IRCTCର ନୂଆ ନିୟମ, କରିବାକୁ ପଡ଼ିବନି ଟିକେଟ କ୍ୟାନ୍‌ସଲ ! ଏଣିକି ହେବ ରିସିଡ୍ୟୁଲ..

ଏଣିକି ଟିକେଟ କ୍ୟାନ୍‌ସଲ କରି ପୁଣି ଥରେ ଟିକେଟ ବୁକ୍‌ କରିବାକୁ ପଡ଼ିବ ନାହିଁ କି ଏଥି ପାଇଁ କ୍ୟାନ୍ସଲେସନ ଫି’ କଟିବ ନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
IRCTC Train Ticket Reschedule Online

Train Ticket

ଟ୍ରେନ୍‌ ଟିକେଟ୍‌ ବୁକ୍‌ ଓ କ୍ୟାନ୍‌ସଲ କରିବାରେ ଅନେକ ସମସ୍ୟା ଦେଖାଯାଇଥାଏ । ଅନେକ ଥର ଲୋକେ ଟିକେଟ ବୁକ୍‌ କରିବା ପରେ ତାହା କନ୍‌ଫର୍ମ ହୋଇନଥାଏ । ତେଣୁ ଲୋକେ ନାନା ହଇରାଣ ହୋଇଥାନ୍ତି । ବାଧ୍ୟ ହୋଇ ତାକୁ କ୍ୟାନ୍‌ସଲ କରିଥାନ୍ତି । ଆଉ ତାକୁ କ୍ୟାନ୍‌ସଲ କରିବା ପରେ ପୁଣି ଥରେ ଟିକେଟ୍ ବୁକ୍‌ କରିଥାନ୍ତି ।

Advertisment

ଯଦି ଆପଣ କୌଣସି ସ୍ଥାନକୁ ଏକ ନିର୍ଦ୍ଧିଷ୍ଟ ତାରିଖରେ ଯିବା ପାଇଁ ଟିକେଟ ବୁକ୍‌ କରିଛନ୍ତି, କିନ୍ତୁ ପରେ ସେହି ତାରିଖରେ ଆପଣ ଯାଇପାରୁ ନାହାନ୍ତି ବା ଅନ୍ୟ କୌଣସି ତାରିଖରେ ଯିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ପ୍ରଥମେ ଟିକେଟ କ୍ୟାନ୍‌ସଲ କରିବାକୁ ପଡ଼ିଥାଏ । ତାହା ପୁଣି ୪୮ ଘଣ୍ଟା ପୂର୍ବରୁ । ନଚେତ କ୍ୟାନ୍‌ସଲେସନ୍‌ ଫି’ ଦେବାକୁ ପଡ଼ିଥାଏ । ପରେ ପୁଣି ଥରେ ଆପଣ ଚାହୁଁଥିବା ତାରିଖରେ ଟିକେଟ ବୁକ୍‌ କରିବାକୁ ହୋଇଥାଏ । ତେବେ ଏହି ସବୁ ସମସ୍ୟାର ଏକ ସମାଧାନର ବାଟ ବାହାରିଛି । ରେଳ ବିଭାଗ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରଯାଇଛି ।

ଏଣିକି ଟିକେଟ କ୍ୟାନ୍‌ସଲ କରି ପୁଣି ଥରେ ଟିକେଟ ବୁକ୍‌ କରିବାକୁ ପଡ଼ିବ ନାହିଁ । ଯଦି ଆପଣଙ୍କ ଟୁର ତାରିଖ ବଦଳୁଛି ତେବେ ଅତି ସହଜରେ ଆପଣ ନିଜର ରେଳ ବିଭାଗ ସାଇଟ୍ ବା ଟିକେଟ ବିକୁଥିବା ୱେବ୍‌ସାଇଟ୍‌କୁ ଯାଇ ନିଜର ଟୁର ତାରିଖ ବଦଳାଇପାରିବେ । ନଚେତ୍‌ ନିକଟସ୍ଥ ରେଳ ଷ୍ଟେସନ୍‌ କାଉଣ୍ଟରକୁ ଯାଇ ଟିକେଟ କାଉଣ୍ଟରରେ ବସିଥିବା ବ୍ୟକ୍ତି ସହ କଥା ହୋଇ ବଦଳାଇପାରିବେ । ପୂର୍ବ ଭଳି ଥରେ ଆପଣଙ୍କୁ ବ୍ୟସ୍ତ ବିବ୍ରତ ହୋଇ ଥରେ ଟିକେଟ୍‌ କ୍ୟାନ୍‌ସଲ କରି ଟଙ୍କା ରିଫଣ୍ଡକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କିମ୍ବା ପୁଣି ଥରେ ଟିକେ ବୁକ୍‌ କରିବାକୁ ପଡ଼ିବ ନାହିଁ । ଏହି ନୂଆ ନିୟମ ଦ୍ୱାରା ଅନେକ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ ।

Advertisment

ଅଧିକ ପଢ଼ନ୍ତୁ: ଏଣିକି WhatsApp କହିବ କେଉଁଠି ଅଛି ଟ୍ରେନ୍‌...ଜାଣନ୍ତୁ, କେମିତି କରିବେ ଚେକ୍‌

ତେବେ ଏହି ନୂଆ ନିୟମ  ଅନୁଯାୟୀ, ଆପଣଙ୍କ ଯଦି ନିଜ ଯାତ୍ରା ରିସିଡ୍ୟୁଲ ବା ଗସ୍ତ ତାରିଖ ବଦଳାଉଛନ୍ତି ତେବେ ଆପଣଙ୍କୁ କୌଣସି ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ନାହିଁ । ଯଦି ଆପଣ ତାରିଖ ବଦଳାଇବା ସହ ସ୍ଥାନ ବି ବଦଳାଉଛନ୍ତି ତେବେ ସେହି ସ୍ଥାନକୁ ଯିବା ପାଇଁ ଯାହା ଅତିରିକ୍ତ ଟିକେଟ ଫି’ ଲାଗିବ ତାହା ଆପଣଙ୍କୁ ଦେବାକୁ ପଡ଼ିବ । ତାହା ରେଳ ବିଭାଗର ପୂର୍ବ ନିର୍ଦ୍ଧାରିତ ଟିକେଟ ଫି । ଆପଣଙ୍କୁ ସାଧାରଣ ଭାବେ ଟିକେଟ ବୁକ୍‌ କରିଥିଲେ ମଧ୍ୟ ସେହି ସମାନ ଦେୟ ରହିଥାଏ । ତେବେ ଏହି ନୂଆ ନିୟମ ଦ୍ୱାରା ଯାତ୍ରୀଙ୍କୁ ଅନେକ ସୁବିଧା ହେବ ବୋଲି ଆଶା ରଖିଛି ରେଳ ବିଭାଗ ।

ଅନ୍ୟପଟେ ଆଇଆର୍‌ସିଟିସିର ୱେବ୍‌ସାଇଟ୍‌ ଯୋଗେ କିମ୍ବା ଏହାର ନମ୍ବର ୧୩୯କୁ ଯୋଗାଯୋଗ କରି ଏହି ସେବାର ଫାଇଦା ପାରିବେ । ଏହି ସୁବିଧା ବା ସେବା ଉଭୟ ଫୋନ୍‌ ବୁକିଂ ଏବଂ ଇଣ୍ଟରନେଟ୍‌ ଦ୍ୱାରା ଉପଲବ୍ଧ ।

IRCTC Train Ticket
Advertisment
Advertisment