Advertisment

Player attacked Spectator: ଦର୍ଶକଙ୍କୁ ଆକ୍ରମଣ କଲେ ପାକିସ୍ତାନୀ କ୍ରିକେଟର, ଅଟକାଇଲେ ସୁରକ୍ଷାକର୍ମୀ

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଏକ ଅଭାବନୀୟ ଘଟଣା ଘଟିଛି। ଦର୍ଶକଙ୍କୁ ମାଡ ମାରିବା ପାଇଁ ଦୌଡି ଯାଇଥିଲେ ପାକିସ୍ତାନୀ କ୍ରିକେଟର। ତେବେ ସୁରକ୍ଷା କର୍ମୀ ଓ ପାକିସ୍ତାନ ଦଳର ସପୋର୍ଟ ଷ୍ଟାଫଙ୍କ ଉଦ୍ୟମ ବଳରେ ଅଘଟଣକୁ ଏଡାଇ ଦିଆଯାଇଥିଲା। କାହିଁକି ଆକ୍ରମଣ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

author-image
Saroj Kumar Jena
ଅଦ୍ୟତନ ହୋଇଛି
pak

pak

ପାକିସ୍ତାନନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଏକ ଅଭାବନୀୟ ଘଟଣା ଘଟିଛି। ଦର୍ଶକଙ୍କୁ ମାଡ ମାରିବା ପାଇଁ ଦୌଡି ଯାଇଥିଲେ ପାକିସ୍ତାନୀ କ୍ରିକେଟର। ତେବେ ସୁରକ୍ଷା କର୍ମୀ ଓ ପାକିସ୍ତାନ ଦଳର ସପୋର୍ଟ ଷ୍ଟାଫଙ୍କ ଉଦ୍ୟମ ବଳରେ ଅଘଟଣକୁ ଏଡାଇ ଦିଆଯାଇଥିଲା। କାହିଁକି ଆକ୍ରମଣ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

Advertisment

ପାକିସ୍ତାନ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୧-୪ରେ ହାରିଥିବା ବେଳେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ହ୍ବାଇଟ ୱାଶର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ ଖୁଶଦିଲ ଶାହ ବେଞ୍ଚରେ ବସି ରହିଥିଲେ। ଅନ୍ତିମ ଦିନିକିଆ ବେ ଓଭାଲରେ ଖେଳା ଯାଇଥିବା ବେଳେ ନ୍ୟୁଜିଲାଣ୍ଡ ୪୩ ରନରେ ବିଜୟୀ ହୋଇଥିଲା।

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

Advertisment

ପାକିସ୍ତାନର ପରାଜୟ ପରେ, କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନୀ ଖେଳାଳି ଖୁସିଦିଲ ଶାହ ମ୍ୟାଚ ଦେଖିବାକୁ ଆସିଥିବା ପ୍ରଶଂସକଙ୍କ ସହ ଝଗଡ଼ା କରିଥିବା ଦାବି କରାଯାଉଛି। ଖୁଶଦିଲ ଶାହଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କୁ ରେଲିଂ ମଧ୍ୟରେ ଦେଖିବାକୁ ମିଳିଛି। ଖୁସଦିଲ ପ୍ରଶଂସକଙ୍କୁ ବାଡେଇବା ସହ ଲଢ଼ିବା ପାଇଁ ରେଲିଂ ଡେଇଁ ପଡ଼ିଥିଲେ। ସେଠାରେ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଦାବି କରାଯାଉଛି ଯେ ସେଠାରେ ଠିଆ ହୋଇଥିବା ପ୍ରଶଂସକମାନେ ପାକିସ୍ତାନୀ ଦଳକୁ ତାତ୍ସଲ୍ୟ କରିଥିଲେ। ଏହା ପରେ ଖୁସଲ ନିଜର ରାଗ ଶାନ୍ତ କରିଥିଲେ। ଏହାକୁ ନେଇ କୌଣସି ସୂଚନା ମିଳିନାହିଁ।

ଖୁଶଦିଲ ଶାହଙ୍କ ମାମଲାରେ ‘ଦୁଇ ଜଣ ଆଫଗାନି ଯୁବକ ପାକିସ୍ତାନୀ କ୍ରିକେଟରଙ୍କ ସହ ଖରାପ ବ୍ୟବହାର କରିଥିଲେ। ଖୁସଦିଲ ଶାହ ତାଙ୍କୁ ଶାନ୍ତ ରହିବାକୁ କହିଥିଲେ। କିନ୍ତୁ ସେ ଶୁଣି ନଥିଲେ ଏବଂ  ଗାଳି ଦେବା ଆରମ୍ଭ କରିଥିଲେ।’ ଏପରିକି ପାକିସ୍ତାନ ସମ୍ପର୍କରେ ମଧ୍ୟ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏହା ପରେ ଉତକ୍ଷିପ୍ତ ଖୁଶଦିଲ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନକୁ ୭୩ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୮୪ ରନରେ ବିଜୟୀ ହଇଥିଲା। ସେହିପରି ତୃତୀୟ ଏକଦିବସୀୟରେ ମଧ୍ୟ ସେମାନଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?

Pakistan Newzealand
Advertisment
Advertisment