Advertisment

ଘାଟି ରାସ୍ତାରେ କାର୍‌ ଅଟକାଇ ମାଙ୍କଡ଼ ସହ ସେଲ୍‌ଫି ନେଉଥିଲେ, ପାହାଡ଼ରୁ ଖସି ପଡ଼ିଲେ...

ମାଙ୍କଡ଼ ସହ ସେଲ୍‌ଫି ନେବା ବେଳେ ଜଣେ ବ୍ୟକ୍ତି ୫୦୦ ଫୁଟ୍‌ ଗଭୀର ଖାତକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Fell From Hill While Taking Selfie With Monkey

Man Dies After Fell From Hill While Taking Selfie With Monkey

ଆଜିକାଲିର ଯୁବପିଢ଼ିଙ୍କୁ ସେଲ୍‌ଫି ନିଶା ବାୟା କରିଛି। ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆ ରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଏପରିକି ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବାନା ରହିଛି। ଏପରି ଏକ ଅଘଟଣ ପୁଣେର Varandha ଘାଟି ରାସ୍ତାରେ ଘଟିଛି। ମାଙ୍କଡ଼ ସହ ସେଲ୍‌ଫି ନେବା ବେଳେ ଜଣେ ବ୍ୟକ୍ତି ୫୦୦ ଫୁଟ୍‌ ଗଭୀର ଖାତକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ବୁଧବାର ଦିନ ମୃତ ଅବଦୁଲ୍‌ ଶେଖଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। 

Advertisment

ଅଧିକ ପଢ଼ନ୍ତୁ: ସେଲଫି ନେବାବେଳେ ସା‍ବଧାନ ! ଓଟ ଖାଇଗଲା ମହିଳାଙ୍କ ଚୁଟି, ଭାଇରାଲ୍ ହେଉଛି ଭିଡିଓ

ସୂଚନା ଅନୁସାରେ, କାର୍‌ରେ କୋଙ୍କଣ ଅଭିମୁଖେ ଯିବାବେଳେ ୩୯ ବର୍ଷୀୟ ଅବଦୁଲ୍‌ Varandha ଘାଟି ରାସ୍ତାର ୱାଘଜୟ ମନ୍ଦିର ନିକଟରେ ଅଟକି ଥିଲେ। ସେଠାରେ କିଛି ମାଙ୍କଡ଼ ବୁଲଥିଲେ। ଏହି ସମୟରେ ମାଙ୍କଡ଼ମାନଙ୍କ ସହ ସେଲ୍‌ଫି ନେବା ବେଳେ ଅବଦୁଲ୍‌ ଗଭୀର ଖାତକୁ ଖସି ପଡ଼ିଥିଲେ। ପ୍ରାୟ ୫୦୦ ଫୁଟ୍‌ ଗଭୀର ଖାତକୁ ସେ ଖସି ପଡ଼ିଥିଲେ। ରେସ୍କ୍ୟୁ ଟିମ୍‌ ସହାୟତାରେ ପୋଲିସ୍‌ ତାଙ୍କ ମୃତଦେହ ଖାତରୁ ଉଦ୍ଧାର କରିଥିଲା।

Advertisment

ପୂର୍ବରୁ ମଧ୍ୟ ସେଲ୍‌ଫି ନିଶାରେ ଯାଇଛି ଅନେକ ଜୀବନ...

ସେଲ୍‌ଫି ନିଶାରେ ଜୀବନ ଚାଲିଯିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଖବର ସାମ୍ନାକୁ ଆସିଛି। ଗତବର୍ଷ ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ଏନ୍‌ଏଚ୍‌ ୫୮ର ତୋତାଘାଟି ନିକଟରେ ସେଲ୍‌ଫି ନେବା ବେଳେ ଜଣେ ମହିଳା ଗଭୀର ଖାତକୁ ଖସି ପଡ଼ିବା ଯୋଗୁ ତାଙ୍କର ଜୀବନ ଚାଲି ଯାଇଥିଲା। ତାଙ୍କୁ ଖୋଜିବା ପାଇଁ ଅଧ ରାତି ପର୍ଯ୍ୟନ୍ତ ରେସ୍କ୍ୟୁ ଟିମ୍‌ ସର୍ଚ୍ଚ ଅପରେସନ୍‌ ଚଳାଇଥିଲେ। ହେଲେ ବର୍ଷା ଯୋଗୁ ସର୍ଚ୍ଚ ଅପରେସନ୍‌ ଅଧାରୁ ବନ୍ଦ ରଖା ଯାଇଥିଲା। ଏହାର ପରଦିନ ଗଭୀର ଖାତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଦେଖନ୍ତୁ ଭିଡିଓ | ବାଘ ସହ ସେଲ୍‌ଫି ସାହସ ନୁହେଁ ଦୁଃସାହସ...

Selfie Death
Advertisment
Advertisment