• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ଆଇନ୍ ଜାଲରେ ଛନ୍ଦି ହେଲେ ଅଭିନେତ୍ରୀ । ପାନାମା ପେପର ଲିକ୍ ସମ୍ପର୍କିତ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା ପାଇଁ ତାଙ୍କୁ ଡକାଇଛି । ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଏଜେନ୍ସି ଆଜି ଅଭିନେତ୍ରୀଙ୍କୁ କାର୍ଯ୍ୟାଳୟକୁ ଡାକିଛିି । ତେବେ ପଚରାଉଚରା ପାଇଁ ଐଶ୍ୱର୍ଯ୍ୟା  ଆଉ ଏକ ତାରିଖ ମାଗିଥିବା ସୂଚନା ମିଳୁଛି । ସ୍ୱାମୀ ଅଭିଷେକଙ୍କୁ ମଧ୍ୟ ଇଡି ହାଜର ହେବା ଲାଗି ସମନ କରିଛି । ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଦୁଇଥର ଡକାଯାଇଥିଲା, କିନ୍ତୁ ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ପାନାମା ପେପର ଲିକ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ପୂର୍ବରୁ ଏହି ଅନୁରୋଧ କରିଥିଲେ ଅଭିନେତ୍ରୀ ।

ପାନାମା ପେପର ଲିକ୍ ମାମଲାରେ ଏକ କମ୍ପାନୀର (Mossack Fonseca) ଆଇନଗତ ଡକ୍ୟୁମେଣ୍ଟ୍ ଲିକ୍ ହୋଇଥିଲା । ପାନାମା ପେପର୍ସ ନାମରେ ୩ ଏପ୍ରିଲ ୨୦୧୬ରେ ତଥ୍ୟ ପ୍ରକାଶ କରିଥିଲା ଡାଟା ଜର୍ମାନୀ ନ୍ୟୁଜପେପ୍ Süddeutsche Zeitung (SZ) । ଏଥିରେ ଭାରତ ସମେତ ଅନେକ ଦେଶର ରାଜନେତା, ବ୍ୟବସାୟୀ, ସେଲିବ୍ରିଟିଙ୍କ ନାମ ଅନ୍ତର୍ଭୁକ୍ତ ଥିଲା, ଯେଉଁମାନେ ଟଙ୍କା ହେରଫେର ଅଭିଯୋଗ କରିଥିଲେ । ଏଥିରୁ ଜଣାପଡ଼ିଥିଲା ୪୨୪ ଜଣ ଭାରତୀୟଙ୍କର ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଅଛି । ଏଥିରେ କିଛି ରାଜନେତାଙ୍କ ନାମ ଏବଂ ଚଳଚ୍ଚିତ୍ର ତାରକାଙ୍କ ନାମ ଥିଲା । ଏଥିରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ସାମିଲ ଥିଲା ।

ଦେଶର ପୂର୍ବତନ ସଲିସିଟର ଜେନେରାଲ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ହରିଶ ସାଲଭେ, ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ମୋଷ୍ଟ ୱାଣ୍ଟେଡ କ୍ରାଇମବ୍ରାଞ୍ଚ ଇକବାଲ ମିର୍ଚିଙ୍କ ନାମ ମଧ୍ୟ ଏଥିରେ ସାମିଲ ରହିଛି । ଏପରିକି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତା’ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ । ଏଥିମଧ୍ୟରେ CBDT, RBI, ED ଏବଂ FIU ଅନ୍ତର୍ଭୁକ୍ତ । ମଲ୍ଟି ଏଜେନ୍ସି ଗ୍ରୁପ୍ ଲିକ୍ ଡକ୍ୟୁମେଣ୍ଟରେ ସାମିଲ ଥିବା ନାମ ଗୁଡ଼ିକର ଯାଂଚ କରି ସରକାର ଓ SITକୁ ରିପୋର୍ଟ ପ୍ରଦାନ କରୁଥିଲା ।