Advertisment

Hrithik Roshan's Krrish 4: ପୁଣି ଏକାଠି ହେବେ ହ୍ରିତିକ୍ ରୋଶନ-ପ୍ରିୟଙ୍କା ଚୋପ୍ରା; ଏହି ସିକ୍ୱେଲ୍‌ରେ କରିବେ କାମ

ହ୍ରିତିକ୍‌ଙ୍କ ନିର୍ଦ୍ଦେଶିତ 'କ୍ରିଶ୍ ୪'ରେ ପ୍ରିୟଙ୍କା ଚୋପ୍ରା ନାୟିକା ଭାବରେ ନଜର ଆସିବେ। ଏହା ପୂର୍ବରୁ ପ୍ରିୟଙ୍କା ହ୍ରିତିକ୍‌ଙ୍କ ସହ 'କ୍ରିଶ୍' ଏବଂ 'କ୍ରିଶ୍ ୩'ରେ ମଧ୍ୟ କାମ କରିଥିଲେ। ସେ 'କ୍ରିଶ୍ ୪'ରେ ପୁଣି ଥରେ ପ୍ରିୟା ମେହେରାଙ୍କ ଚରିତ୍ରରେ ଅଭିନୟ କରିବାକୁ ନେଇ ବହୁତ ଉତ୍ସାହିତ।

author-image
Pramod Behera
ଅଦ୍ୟତନ ହୋଇଛି
Priyanka Chopra will be lead actress along with Hrithik Roshan in krrish 4

Priyanka Chopra will be lead actress along with Hrithik Roshan in krrish 4

ହ୍ରିତିକ୍ ରୋଶନଙ୍କ ଆଗାମୀ ଫିଲ୍ମ 'କ୍ରିଶ୍ ୪'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏବେ ଜୋରଦାର୍ ଚର୍ଚ୍ଚା ଚାଲିଛି। ବିଶେଷକରି ଏହି ଆଲୋଚନା ସେତେଠାରୁ ଚାଲିଛି ଯେବେଠାରୁ ଜଣାପଡ଼ିଛି ଯେ ହ୍ରିତିକ୍ ରୋଶନ ନିଜେ ଏହି ଫିଲ୍ମର ନିର୍ଦ୍ଦେଶନା କମାଣ ନେବାକୁ ଯାଉଛନ୍ତି।

Advertisment

ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ, ହ୍ରିତିକ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ନାୟିକା ଭାବରେ ନଜର ଆସିବେ।

ଏହା ପୂର୍ବରୁ ପ୍ରିୟଙ୍କା ହ୍ରିତିକ୍‌ଙ୍କ ସହ 'କ୍ରିଶ୍' ଏବଂ 'କ୍ରିଶ୍ ୩'ରେ ମଧ୍ୟ କାମ କରିଥିଲେ। ସେ 'କ୍ରିଶ୍ ୪'ରେ ପୁଣି ଥରେ ପ୍ରିୟା ମେହେରାଙ୍କ ଚରିତ୍ରରେ ଅଭିନୟ କରିବାକୁ ନେଇ ବହୁତ ଉତ୍ସାହିତ। କେବଳ ଏତିକି ନୁହେଁ, ପ୍ରିୟଙ୍କା ଚୋପ୍ରା ତାଙ୍କ ଭିଜନ ଦ୍ୱାରା ବହୁତ ପ୍ରଭାବିତ।

Advertisment

ଅଧିକ ପଢ଼ନ୍ତୁ: ଏକାଠି ନଜର ଆସିଲେ ସଲମାନ-ହ୍ରିତିକ; ଦେଲେ ଦମଦାର ଆକ୍ସନ୍

ଖବର ଅନୁସାରେ ହ୍ରିତିକ୍ ରୋଶନଙ୍କ ନିର୍ଦ୍ଦେଶିତ ଫିଲ୍ମ 'କ୍ରିଶ୍ ୪'ରେ ପ୍ରିୟଙ୍କା ଚୋପ୍ରା ପ୍ରିୟା ମେହେରାଙ୍କ ଭୂମିକାରେ ଅଭିନୟ କରିବେ।

ନିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ହ୍ରିତିକ୍ ରୋଶନ ଏବଂ ଆଦିତ୍ୟ ଚୋପ୍ରା 'କ୍ରିଶ୍ ୪'ର ମହିଳା ମୁଖ୍ୟ ଭାବରେ ପ୍ରିୟଙ୍କା ଚୋପ୍ରାକୁ ଚୂଡ଼ାନ୍ତ କରିଛନ୍ତି। ଏକ ସୂତ୍ରରୁ ଜଣାପାଡିଛି ଯେ, ‘ହ୍ରିତିକ୍ ଏବଂ ପ୍ରିୟଙ୍କାଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଛି।'

ଉଭୟଙ୍କ ୱାର୍କ ରିଲେସନ୍‌ସିପ୍ ବହୁତ ଭଲ। 'କୋଇ ମିଲ୍ ଗୟା'ରୁ 'କ୍ରିଶ୍', 'କ୍ରିଶ୍ ୩' ପର୍ଯ୍ୟନ୍ତ ଚରିତ୍ରଗୁଡ଼ିକର ସଫଳ ଯାତ୍ରା କାରଣରୁ ପ୍ରିୟଙ୍କାଙ୍କ ପାଇଁ 'କ୍ରିଶ୍ ୪'ରେ ସାମିଲ ହେବା ଖୁବ୍ ସହଜ ହୋଇଯାଇଛି। ହ୍ରିତିକ୍ ରୋଶନଙ୍କ ଏହି ଫ୍ରାଞ୍ଚାଇଜ୍‌କୁ ଆଗକୁ ନେବା ପାଇଁ ଅଭିନେତ୍ରୀ ବହୁତ ଉତ୍ସାହିତ ଥିଲେ।

ବର୍ତ୍ତମାନ, YRF ରେ 'କ୍ରିଶ୍ ୪'ର ପ୍ରି-ପ୍ରଡକ୍ସନ୍ କାମ ଚାଲିଛି, ଏବଂ ଏକ VFX ଟିମ୍ ଏହି ସୁପରହିରୋ ଫିଲ୍ମର ପ୍ରି-ଭିଜୁଆଲାଇଜେସନ୍ ଉପରେ କାମ କରୁଛି। ବର୍ତ୍ତମାନ ହ୍ରିତିକ୍ ତାଙ୍କ ଲେଖକ ଟିମ୍ ଏବଂ ଆଦିତ୍ୟ ଚୋପ୍ରାଙ୍କ ସହିତ ସ୍କ୍ରିପ୍ଟକୁ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ଅଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ ଫିଲ୍ମର ସୁଟିଂ ୨୦୨୬ ପ୍ରଥମ ତିନି ମାସ ଭିତରେ ଆରମ୍ଭ ହେବ। 'କୋଇ... ମିଲ୍ ଗୟା'ର ୨୩ ବର୍ଷ ପରେ 'କ୍ରିଶ୍ ୪'ରେ ମଧ୍ୟ ଯାଦୁ ଦେଖିବାକୁ ମିଳିବ।

ତେବେ ଏହି ଖବର ପ୍ରିୟଙ୍କା ଏବଂ ହ୍ରିତିକ୍‌ଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବରଠାରୁ କମ୍ ନୁହେଁ। ସମସ୍ତେ ଉଭୟଙ୍କୁ ପୁଣି ଥରେ ପରଦାରେ ଏକାଠି ଦେଖିବା ପାଇଁ ବହୁତ ଉତ୍ସାହିତ। ପୂର୍ବରୁ ସେମାନେ 'ଅଗ୍ନିପଥ', 'କ୍ରିଶ୍' ଏବଂ 'କ୍ରିଶ୍ ୩' ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି।

ଅଧିକ ପଢ଼ନ୍ତୁ: ଏଟଲୀଙ୍କ ନୂଆ ପ୍ରୋଜେକ୍ଟ୍; ଅଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବଲିଉଡ୍‌ର ଗ୍ଲୋବାଲ ଆଇକନ୍ !

Priyanka Chopra Bollywood Hritik Roshan Krrish Superhero Krrish Superheroes
Advertisment
Advertisment