/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744443989.jpg)
ପ୍ରସନ୍ନଙ୍କ ବାଡ଼ିର ପ୍ରଭାବ ଅଛି
ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଛି ବିଜେଡି । ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, ସେ ବିଜେଡିରେ ଥିଲାବେଳେ ଦଣ୍ଡ ଧରି ଦଳର ଦଉଡିକୁ ସମ୍ଭାଳି ଥିଲେ । ଯୁଆଡେ ଗଲେ ବି ତାଙ୍କ ଦଣ୍ଡର ପ୍ରଭାବ ରହିବ । ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଛି । ଆମ ଦଳରେ ଅସନ୍ତୋଷ କେଉଁଠି ବି ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।
ଅଧିକ ପଢ଼ନ୍ତୁ: ପଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ- ବିଜେଡି ନେତା ଅଣନିଃଶ୍ୱାସୀ, କାହିଁକି ପାଣ୍ଡିଆନଙ୍କୁ ଛାଡୁନାହାଁନ୍ତି ନବୀନ ?
ସୂଚନା ଅନୁସାରେ ଆଜି ନବୀନ- ପାଣ୍ଡିଆନଙ୍କୁ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ସିଧା ଟାର୍ଗେଟ କରିଛନ୍ତି । ପ୍ରସନ୍ନ କହିଛନ୍ତି ପାଣ୍ଡିଆନଙ୍କ କଥାରେ ପଡ଼ି ଏବେ ମିଛ କହୁଛନ୍ତି ନବୀନ । ବିଜେଡି ଦଳରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି । ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ହାରିଛି । ମୋତେ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦିଆଯାଇ ପଠାନଯିବା ସବୁଠୁ ବଡ଼ ମିଛ। ପାଣ୍ଡିଆନ ଆସିବା ଦିନ ଠାରୁ ଦଳ ଧ୍ବଂସ ହୋଇଗଲା। ନବୀନ ବାବୁ ପାଣ୍ଡିଆନଙ୍କୁ ସମର୍ଥନ କରୁଥିବାରୁ ତାଙ୍କ ମାର୍କେଟ ଗଲା ବୋଲି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।
ସେହିପରି ପାଣ୍ଡିଆନଙ୍କ ପାଖରେ କ’ଣ ଦୁର୍ବଳତା ଅଛି ଓ ନବୀନ କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଟ୍ଟଶାଣୀ । ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା କହିବା ପୃଥିବୀର ସବୁଠୁ ବଡ଼ ମିଛ । ନେତାଙ୍କୁ ତାଗିଦ୍ କରିବାର ଅଧିକାର କାହାର ନାହିଁ । ବିଜେଡି ଦଳରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି ଓ ନେତା ଅଣନିଃଶ୍ବାସୀ ହୋଇ ପଡ଼ିଲେଣି ବୋଲି କହିଥିଲେ ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)