Advertisment

ପକ୍କା ଘର ସୁରକ୍ଷିତ, କଚ୍ଚା ଘର ଲୋକ ହେବେ ସ୍ଥାନାନ୍ତରିତ: SRC

୬୦ ଓଡ୍ରାଫ୍, ୧୭ NDRF, ଅଗ୍ନିଶମର ୧୭୨ ଟିମ୍ ମୁତୟନ ହେବେ। ଆକଳନ ଅନୁସାରେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

author-image
Chandan Shishu
Cyclone Update

Cyclone Update

ଭୁବନେଶ୍ୱର: ମାଡ଼ି ଆସୁଥିବା ବାତ୍ୟା ଏବଂ ତାର ମୁକାବିଲା ସମ୍ପର୍କରେ ସୂଚନା ଦେଇ ଏସ୍‌ଆରସି କହିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ ରଖାଯାଇଛି।ପାଣିପାଗ ବିଭାଗର ଆକଳନ ଅନୁସାରେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ଏହି ସମୟରେ ପକ୍କା ଘରର କିଛି ଅସୁବିଧା ହେବନାହିଁ। ତେଣୁ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଥିବା କହିଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି କହିଛନ୍ତି SRC।

Advertisment

ଏସ୍‌ଆରସିଙ୍କ ସୂଚନା ଅନୁସାରେ ମତ୍ସ୍ୟଜୀବୀମାନଙ୍କୁ ୨ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଥିବା ମତ୍ସ୍ୟବିଭାଗ କହିଛି। ଯେଉଁମାନେ ସମୁଦ୍ରରେ ରହିଯାଇଛନ୍ତି, କାଲି ସକାଳ ସୁଦ୍ଧା ଫେରି ଆସିବେ। ୩ରୁ ୫ ଯାଏ ଚିଲିକା ଓ ବଙ୍ଗୋପସାଗରରେ ମାଛଧରା ବାରଣ କରାଯାଇଛି। ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି। ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି।

୬୦ ଓଡ୍ରାଫ୍, ୧୭ NDRF, ଅଗ୍ନିଶମର ୧୭୨ ଟିମ୍ ମୁତୟନ ହେବେ। ଆକଳନ ଅନୁସାରେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପକ୍କା ଘରର କିଛି ଅସୁବିଧା ହେବନାହିଁ, କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ସମୁଦ୍ର କୂଳିଆ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ କରାଯିବ। ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ଏସଆରସି କହିଛନ୍ତି। 

Advertisment
Odisha Weather Weather Update Cyclone Warning
Advertisment
Advertisment