• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତରେ ଆପଲ୍‌ର ୨୫ ଲକ୍ଷ ବିକ୍ରି । ଆପଲ୍ ୨୦୨୩ Q3 (ଜୁଲାଇ-ସେପ୍ଟେମ୍ବର ଅବଧି)ରେ ୨.୫ ମିଲିୟନ୍ ଅତିକ୍ରମ କରିଛି । ଯାହାକି ଏକ ରେକର୍ଡ ସ୍ଥାପନ କରିଛି । ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ୍ ବଜାରରେ ପ୍ରିମିୟମ୍ ଆରମ୍ଭ ହୋଇଛି ଏବଂ ଏହାର ଡିଭାଇସ୍ ହେଉଛି ଆପଲ୍ ।

ସେହିପରି ପୂର୍ବରୁ ଭାରତରେ ସ୍ମାର୍ଟଫୋନ୍ ବ୍ୟବହାର ସେମିତି ରହିଥିଲା । ପ୍ରାୟ ଏକ ବର୍ଷ ହ୍ରାସ ପାଇବା ପରେ ସ୍ମାର୍ଟଫୋନ୍ ବଜାରରେ ଗ୍ରାହକଙ୍କ ଚାହିଦା କ୍ରମଶଃ ବଢ଼ିବାରେ ଲାଗିଥିଲା । ବର୍ତ୍ତମାନ ମଧ୍ୟ ଏଥିରେ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି ।

କ୍ରମାଗତ ଚତୁର୍ଥ ତ୍ରୈମାସିକ ପାଇଁ ସାମସଙ୍ଗ ଏହାର A ଏବଂ M ସିରିଜର ସଫଳତା ପାଇଥିଲା । ଯାହାଦ୍ୱାରା ୧୭.୨% ଅଂଶଧନ ସହିତ ସାମସଙ୍ଗ ଅଗ୍ରଣୀ ସ୍ଥାନ ବଜାୟ ରଖିଛି । Xiaomi ୧୬.୬% ଅଂଶଧନ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ତା’ପରେ vivo ୧୫.୯%ରେ ରହିଛି । ବୋଲି ଜଣାପଡ଼ିଛି ।

ଯଦିଓ ଏହି ସମସ୍ତ ଶ୍ରେଷ୍ଠ ପାଞ୍ଚଟି ବ୍ରାଣ୍ଡ ମଧ୍ୟରେ ଦ୍ରୁତତମ ବୃଦ୍ଧି ପାଉଥିବା ବ୍ରାଣ୍ଡ ଥିଲା, ତେବେ ଏହା ୧୧% YoY ଅଭିବୃଦ୍ଧି ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି । ସେହିପରି OnePlus 11Rର ଶକ୍ତିଶାଳୀ ବିକ୍ରୟ ଦ୍ୱାରା ପରିଚାଳିତ ୨୯% ଅଂଶଧନ ସହିତ ଭଲ ପ୍ରିମିୟମ ସେଗମେଣ୍ଟରେ ଶୀର୍ଷ ସ୍ଥାନ ଅଧିକାର କରିଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି ।

Q3ରେ YoY ଅଭିବୃଦ୍ଧି ରେକର୍ଡ କରିଥିବା ଅନ୍ୟ ବ୍ରାଣ୍ଡଗୁଡ଼ିକ ହେଲା ନୋକିଆ ଯାହାକି ୩୧% ରହିଛି । ମୋଟରୋଲା ୨୭%, ରିଅଲ୍ ୭% ଏବଂ ଗୁଗୁଲ ୬% ରହିଥିବା ଦର୍ଶାଯାଇଛି ।

ରିପୋର୍ଟରେ ଆହୁରି କୁହାଯାଛି ଯେ, Q3ରେ, 5G ସ୍ମାର୍ଟଫୋନର ଅଂଶ ୫୩%ରେ ପହଞ୍ଚିଲାଣି । ବିଭିନ୍ନ ପ୍ରୋତ୍ସାହନ ଏବଂ ଅତ୍ୟାଧୁନିକ ଜ୍ଞାନକ କୌଶଳ ପାଇଁ ସ୍ମାର୍ଟଫୋନ୍‌ ପ୍ରତି ଗ୍ରାହକଙ୍କ ଚାହିଦା ବଢ଼ିବାରେ ଲାଗିଛି । ଆଉ ବର୍ତ୍ତମାନ ଦେଶରେ Iphoneର ଚାହିଦା ମଧ୍ୟ ବଢ଼ିଛି । ଯାହା ଏହି ରିପୋର୍ଟ ଦର୍ଶାଉଛି ।