Advertisment

Gold Prices Update India: ଆଜିର ସୁନା ଦର କେଉଁଠି କେତେ ?

ଗତ ବର୍ଷଠାରୁ ସୁନା ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆଜି ରୁପା ଦରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Gold price

Gold price

ଆମେରିକାର ଫେଡେରାଲ ରିଜର୍ଭ ଦର ଅପରିବର୍ତ୍ତିତ ରଖିଥିବାରୁ ମୁଲ୍ୟବାନ ଧାତୁ ସୁନା ଦରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଦକ୍ଷିଣ ଏସିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ଗାଜାରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ବିଶ୍ୱ ସମୁଦାୟର ଏହି ସଙ୍କଟ ସମୟରେ ସୁନା ହିଁ ଏକମାତ୍ର ନିବେଶ ଯାହା ଭବିଷ୍ୟତରେ ସୁରକ୍ଷିତ ରହିବ ବୋଲି ନିବେଶକମାନେ ଭାବୁଛନ୍ତି । ଯାହା ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଉଛି । ରିପୋର୍ଟ ମୁତାବକ, ଗତ ବର୍ଷଠାରୁ ସୁନା ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ବର୍ଷ ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ ପାର୍ କରିଥିଲା ।  

Advertisment

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ଆସିଲା Alto 800ର ନୂଆ ମଡେଲ: ମାଇଲେଜ୍ ଜାଣିଲେ ଆଉ କିଣିବେନି ଦୁଇ ଚକିଆ

ଶନିବାର ସୁଦ୍ଧା ଭାରତରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୩୦ ଟଙ୍କା ବୃଦ୍ଧି ପାଇ ୯୮,୬୮୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦,୪୫୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୭୪,୦୧୦ ଟଙ୍କା ରହିଛି । ତେବେ କ୍ରମାଗତ ରୁପା ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଆଜି ରୂପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଭାରତରେ ରୂପା ମୂଲ୍ୟ ୧ କେଜି ପିଛା ୧୦୦ ଟଙ୍କା କମି ୯୮,୯୦୦ ଟଙ୍କାରେ ପହଞ୍ଚିଛି ।

Advertisment

ଜାଣନ୍ତୁ କେଉଁଠି କେତେ ମୂଲ୍ୟ ରହିଛି:-

ଭୁବନେଶ୍ୱର: ୨୪ କ୍ୟାରେଟ ସୁନା- ୯୮,୬୮୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୪୫୦ (୧୦ ଗ୍ରାମ ପିଛା)

ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୮,୬୮୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୪୫୦ (୧୦ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୯୮,୬୮୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୪୫୦ (୧୦ ଗ୍ରାମ ପିଛା)
ହାଇଦ୍ରାବାଦ: ୨୪ କ୍ୟାରେଟ ସୁନା- ୯୮,୬୮୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୪୫୦ (୧୦ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୮,୬୮୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୦,୪୫୦ (୧୦ ଗ୍ରାମ ପିଛା)

ଭୁବନେଶ୍ୱରରେ ରୁପା ୧ କେଜି ପିଛା ୧,୧୧,୦୦୦ ଟଙ୍କା ରହିଛି

ଅଧିକ ପଢ଼ନ୍ତୁ: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା

Silver Prices Fall Gold Price Hike Gold And Silver Prices Update
Advertisment
Advertisment