• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁନା ଆମ ପାଇଁ ଖୁବ୍ ମୂଲ୍ୟବାନ୍‌ । କାରଣ ଦିନକୁ ଦିନ ସୁନାର ଦର ବଢ଼ିବାରେ ଲାଗିଛି । ତେଣୁ କେହି କେହି ନିବେଶ ମନବୃତ୍ତିରେ ହେଉ କିମ୍ବା ସୁନା ଅଳଙ୍କାର ରଖିବା ସୌକରେ ହେଉ, ବିଭିନ୍ନ ସମୟରେ ସୁନା କିଣିଥାନ୍ତି । ସେ ଅଳଙ୍କାର ରୂପରେ ହେଉ କିମ୍ବା କଏନ୍ ରୁପରେ । ଏମିତିକି ବିଭିନ୍ନ ପର୍ବପର୍ବାଣୀରେ ଆମେ ସୁନା କିଣିଲେ ଶୁଭ ବୋଲି ମାନିଥାଉ । ଯାହା ଫଳରେ ସୁନାର ଚାହିଦା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ତେବେ ଆମ ଭଳି ଅନେକ ଲୋକ ସୁନା କିଣିବା ପରେ ଘରେ ସାଇତି ରଖିବାକୁ ଭଲ ପାଆନ୍ତି ।

ତେବେ ଏଇଠୁ ଆରମ୍ଭ ହେଉଛି ଆଜିର ଖବର । ଆପଣ ଜାଣନ୍ତି କି ଘରେ ଅଧିକ ସୁନା ରଖିବା ଦଣ୍ଡନୀୟ ଅପରାଧ । ଆଇନ ଅନୁଯାୟୀ ଆପଣ ନିଜ ଘରେ ଅଧିକ ସୁନା ରଖିପାରିବେ ନାହିଁ । ଆଉ ଯଦି ରଖିବେ ସେଥିପାଇଁ ପ୍ରଶାସନଠାରୁ ଅନୁମତି ନେବା ହେବ । ଆଜ୍ଞା ହଁ ଏହା ସତ । ତେବେ ଆସନ୍ତୁ ଜାଣିବା କଣ ରହିଛି ପୁରା ନିୟମ ।

ସିବିଡିଟି ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସ୍‌ ପକ୍ଷରୁ ଏକ ନିୟମ ରହିଛି । କିଏ କେତେ ପରିମାଣ ସୁନା ନିଜ ପାଖରେ ରଖିପାରିବ । କାରଣ ଅନେକ ଅଛନ୍ତି ଟାକ୍ସ ଫାଙ୍କିବା ପାଇଁ କିମ୍ବା ନିଜର ରୋଜଗାର ଲୁଚାଇବା ପାଇଁ ସୁନା କିଣି ଘରେ ରଖୁଛନ୍ତି । ତେବେ ଏହି ସବୁକୁ ରୋକିବା ପାଇଁ ସିବିଡିଟି ପକ୍ଷରୁ ନିୟମ କରାଯାଇଛି ।

ନିୟମ ଅନୁଯାୟୀ ଜଣେ ବିବାହିତ ମହିଳା ନିଜ ପାଖରେ ୫୦୦ ଗ୍ରାମ୍‌ ସୁନା ରଖିପାରିବେ । ଯଦି ଇନ୍‌କମ୍‌ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ଘରେ ରେଡ୍‌ କରାଯାଏ ତେବେ ଏହି ୫୦୦ ଗ୍ରାମ୍‌ ସୁନାକୁ ଜବତ କରାଯିବ ନାହିଁ । ଠିକ୍‌ ସେହିଭଳି ଜଣେ ଅବିବାହିତ ମହିଳା ନିଜ ପାଖରେ ୨୫୦ ଗ୍ରାମ୍‌ ସୁନା ରଖିବାର ନିୟମ ରହିଛି । ତେବେ ପରିବାରରେ ପୁରୁଷ ଲୋକ ଥିଲେ ସେମାନେ ନିଜ ପାଖରେ ମୋଟ ୧୦୦ ଗ୍ରାମ୍‌ ସୁନା ରଖିପାରିବେ । ଏତିକି ସୁନା ଥିଲେ ରେଡ୍‌ ବେଳେ ତାକୁ ଧରାଯିବ ନାହିଁ ।

ଯଦି ଆପଣ ନିଜ ଘରେ ଅଧିକ ସୁନା ରଖୁଛନ୍ତି ତେବେ ସେଥିପାଇଁ ଆପଣଙ୍କୁ କୈଫତ ଦେବାକୁ ହେବ । ନଚେତ୍‌ ସିଜ୍‌ କରାଯାଇପାରେ । ଅନ୍ୟପଟେ ସୁନା କିଣିବା ପଛରେ ଏହି ଟଙ୍କା କେଉଁଠୁ ଆଣିଲେ ଏବଂ ରୋଜଗାର ଆଧାର କ’ଣ, ଟାକ୍ସ ସଠିକ୍ ଦିଆଯାଉଛି ନା ନାହିଁ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ନଚେତ୍‌ ସୁନା ରଖିଥିବା ଲୋକ ହଇରାଣରେ ପଡ଼ିପାରନ୍ତି । ସେମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ଥା ରହିଛି ।

ଆପଣଙ୍କ ପାଖରେ ଯଦି ଅଧିକ ସୁନା ଅଛି, ତେବେ ତାକୁ ଆପଣ ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କରେ ରଖିବାକୁ ହେବ । ସୁନା କିଣିବା ବେଳେ ଆପଣ କିଛି ଅଂଶରେ ଟାକ୍ସରୁ ବର୍ତ୍ତିପାରନ୍ତି କିନ୍ତୁ ଯଦି ତିନି ବର୍ଷରୁ ଅଧିକ ସମୟ ପରେ ଏହାକୁ ବିକ୍ରି କରନ୍ତି ତେବେ ବିକ୍ରି ମୂଲ୍ୟ ଉପରେ ଆଣଙ୍କୁ ଟାକ୍ସ ଦେବାକୁ ହେବ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଲାବ୍‌ ଅନୁସାରେ ଆପଣଙ୍କୁ ଟାକ୍ସ ପୈଠ କରିବାକୁ ହେବ ।