Advertisment

BJD Organizational Election: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ସଭାପତି

ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ସୂଚନା ଦେଇଛି ବିଜେଡି। ଏହି ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
BJD District President

BJD District President

ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀ । ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ସୂଚନା ଦେଇଛି ବିଜେଡି । ତିନି ଦିନ ଯାଏ ଅର୍ଥାତ୍ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା । ଏହି ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

Advertisment

ଆସନ୍ତାକାଲି ଠାରୁ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ । ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା'ପରେ ଏକଜେକ୍ୟୁଟିଭ କମିଟି ଗଠିତ ହେବ । ତା'ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଅପରପକ୍ଷେ ସଭାପତି ପଦ ପାଇଁ ନୋମିନେସନ କେବେ ଓ ନିର୍ବାଚନ କେବେ,ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ

ତେବେ ଏହି କ୍ରମରେ ବିଜେଡି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ଦଳ ପକ୍ଷରୁ ପ୍ରେସ୍ ବିବୃତି ଜରିଆରେ ଏହାର ସୂଚନା ଦିଆଯାଇଛି । ବିଜେଡିର ପ୍ରେସ୍ ବିବୃତି ଅନୁଯାୟୀ, ଅନୁଗୁଳ ଜିଲ୍ଲାର ବିଜେଡି ସଭାପତି ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ଵାଇଁ, ବୌଦ୍ଧ ପାଇଁ ପ୍ରଦୀପ କୁମାର ଅମାତ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଚନ ବିଶ୍ଵାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ କୁମାର ମୁଦୁଲୀ, ଯାଜପୁର ପାଇଁ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା ପାଇଁ ହରିଶ ଗନ୍ତରା ନିଯୁକ୍ତ ହୋଇଛନ୍ତି ।

Advertisment

ସେହିପରି କନ୍ଧମାଳ ଜିଲ୍ଲାର ବିଜେଡି ସଭାପତି ଭାବେ ପଦ୍ମନାଭ ବେହେରା, ମାଲକାନଗିରି ପାଇଁ ମାନସ ମାଡକାମି, ମୟୂରଭଞ୍ଜ-୧ ପାଇଁ ସୁଦାମ ମାରାଣ୍ଡି, ନବରଙ୍ଗପୁର ପାଇଁ ମନୋହର ରଣଧରୀ, ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା ପାଇଁ ଅବନୀ ରଞ୍ଜନ ଯୋଶୀ, ପୁରୀ ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ପାଇଁ ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼ ପାଇଁ ଯୋଗେଶ ସିଂଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନାମ ଘୋଷଣା କରିଛି ବିଜେଡି।

ଅଧିକ ପଢ଼ନ୍ତୁ: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର

BJD BJD Press Meet BJD Election BJD Organizational Posts
Advertisment
Advertisment