• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଓଡ଼ିଶାକୁ ଭିକାରୀ ମୁକ୍ତ କରିବାକୁ ବିଗତ ସରକାର ଅମଳରେ ଥିଲା ବିରାଟ ଯୋଜନା । ୮ ବର୍ଷ ତଳୁ ଅଭିଯାନ ବି ଆରମ୍ଭ ହୋଇଥିଲା । ହେଲେ, ତା'କୁ ଯେ ଆଖିଦୃଶିଆ ସଫଳତା ମିଳିଲାନି ତାର ପୃଷ୍ଠା ଓଲଟାଇଛି ରାଜଧାନୀରେ ଜଣେ ଦୃଷ୍ଟିବାଧିତ ଭିକ୍ଷୁକ ମହିଳାଙ୍କ ପୁଅ ଅପହରଣ ଘଟଣା ।

ରାଜ୍ୟରେ ୫ ହଜାରରୁ ଅଧିକ ଭିକ୍ଷୁକ ରହିଥିବା ବିଧାନସଭାରେ ଖୋଦ୍ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଆଗକୁ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଦୀର୍ଘ ତିନି ଦିନର ସଂଘର୍ଷର ଅନ୍ତ ଘଟିଛି । ନିଜ ରଙ୍କୁଣୀ ଧନକୁ ଫେରି ପାଇଛି ଜଣେ ଦୃଷ୍ଟିବାଧିତ ମାଆ ।

Also Read

ଏବେ ତାଙ୍କୁ ନେଇ ଯେତିକି ଚର୍ଚ୍ଚା, ତାଠୁ ବେଶୀ ଚର୍ଚ୍ଚା ତାଙ୍କ ବୃତ୍ତିକୁ ନେଇ । କାରଣ ଭୁବନେଶ୍ବର ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କଲେ ଯାଇଁ ତାଙ୍କ ଦାନା ଯୋଗାଡ଼ ହୁଏ । ନିଜ ସହ ଦୁଇ ନିଷ୍ପାପ ଶିଶୁଙ୍କ ପେଟ ପୂରେ । ହେଲେ ତାଙ୍କ ଭଳି ମଣିଷମାନଙ୍କ ସଂଖ୍ୟା କେତେ? ଗତ ଫେବ୍ରୁଆରୀ ମାସର ବିଧାନସଭା ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ଅଛନ୍ତି ୫ ହଜାର ୨୮୪ ଜଣ ଭିକ୍ଷୁକ ।

ଯାହାଙ୍କ ମଧ୍ୟରୁ କଟକରେ ସର୍ବାଧିକ ୧ ହଜାର ୬୦ ଥିବାବେଳେ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡରେ ୪୧୭ ଓ ପୁରୀରେ ୩୫୦ ଭିକାରୀ ରହିଛନ୍ତି । ତେବେ ବାଲେଶ୍ବର, ବୌଦ୍ଧ, ଦେବଗଡ଼, ଜଗତସିଂହପୁର ଓ ଯାଜପୁର ଭିକାରୀ ଶୂନ୍ୟ ରହିଛି । ଯେଉଁ ଭିକ୍ଷାବୃତ୍ତି ଜଣେ ବ୍ୟକ୍ତିର ଦୁର୍ବଳ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଦର୍ଶାଏ । ତାହା ଜାଣି ସେମାନଙ୍କୁ ଥଇଥାନ କିମ୍ବା ଆତ୍ମନିର୍ଭରଶୀଳ ହେବା ଲାଗି ସଠିକ୍ ଯୋଜନା କରା ନଯିବା କ୍ଷୋଭର ବିଷୟ । ଯାହାଫଳରେ ସେମାନଙ୍କ ସଂଖ୍ୟାରେ ବ୍ରେକ୍ ଲାଗିବା ପରିବର୍ତ୍ତେ ବୃଦ୍ଧି ଘଟି ଚାଲିଥିବା କହିଛନ୍ତି ସାମାଜିକ କର୍ମୀ ।

ଅଧିକ ପଢ଼ନ୍ତୁ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

ଏଠି ପ୍ରଶ୍ନ ରାଜ୍ୟକୁ ଭିକାରୀମୁକ୍ତ କରିବାକୁ ରାଜ୍ୟ ସରକାର ନେଇଥିଲେ କି ପଦକ୍ଷେପ? ସୂଚନା ଅନୁସାରେ ଗତ ବିଜେଡି ସରକାର ଅମଳରେ ୨୦୧୭-୧୮ ମସିହାରୁ ସହାୟ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି । ଭିକ୍ଷୁକମାନଙ୍କୁ ଚିହ୍ନଟ, ଥଇଥାନ ଓ ଆତ୍ମ ନିର୍ଭରଶୀଳ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିଯୁକ୍ତି ସହ ସେମାନଙ୍କ ପିଲାଙ୍କ ଲାଗି ମଧ୍ୟ ସ୍ବତନ୍ତ୍ର ଯୋଜନା ହାତକୁ ନେଇଥିଲେ ସରକାର ।

ଏମିତିକି ଏଥିପାଇଁ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ନୀଳାଦ୍ରି ନିଳୟ ଓ ଭୁବନେଶ୍ବରରେ ଏକାମ୍ର ନିଳୟ ନାଁରେ କାର୍ଯ୍ୟକ୍ରମ ଚାଲୁ ରହିଛି । ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲାଯିବାକୁ ଅର୍ଥ ବ୍ୟବସ୍ଥା ହୋଇଛି । ହେଲେ ଦାଦନ ପ୍ରବଣ ଅଞ୍ଚଳରେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

୨୦୨୩ରୁ ରାଜଧାନୀରେ ବିଏମସି ଭିକାରୀ ମୁକ୍ତ ଅଭିଯାନ ଆରମ୍ଭ କରିଥିଲେ ବି ସେଥିରେ ଯେ ପୂର୍ଣ୍ଣ ସଫଳତା ମିଳିନି ତାହା ଏବେ ବି ଅନେକ ମନ୍ଦିର ଓ ରେଳ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଭିକାରୀଙ୍କ ଉପସ୍ଥିତିକୁ ସ୍ପଷ୍ଟ ସୂଚାଉଛି । ତେବେ ଓଡ଼ିଶାକୁ ଭିକାରୀ ମୁକ୍ତ ରାଜ୍ୟରେ ପରିଣତ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ।

୨୦୧୧ ଜନଗଣନା ଅନୁଯାୟୀ ଦେଶରେ ମୋଟ୍ ୪ ଲକ୍ଷ ୧୩ ହଜାର ୬୭୦ଜଣ ଭିକ୍ଷୁକ ଥିଲେ । ଏ ସଂଖ୍ୟା ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଥିବାବେଳେ ତା’ ପଛକୁ ଥିଲା ଉତ୍ତର ପ୍ରଦେଶ । ଯଦିଓ ଭିକାରୀ ପ୍ରବଣ ୧୦ ପ୍ରମୁଖ ରାଜ୍ୟଙ୍କ ତାଲିକାରେ ଓଡ଼ିଶା ନଥିଲା । କିନ୍ତୁ, ରାଜ୍ୟରେ ଭିକାରୀଙ୍କ ପୂର୍ବ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ନହେବା ଚିନ୍ତାର କାରଣ ।

ଅଧିକ ପଢ଼ନ୍ତୁ: ୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ, ଖୋଜି ଆଣିଲେ ମୋହନ ସରକାର