• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଏସି ବ୍ଲାଷ୍ଟ ହୋଇ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ । ନୋଏଡାର ଏକ ସୋସାଇଟିରେ ଏସି ବ୍ଲାଷ୍ଟ ହୋଇ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁ କାରଣରୁ ଅନେକ ଫ୍ଲାଟରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ଘଟିଛି ନୋଏଡା ସେକ୍ଟର ୧୦୦ରେ ଅବସ୍ଥିତ ଲୋଟସ୍ ବଲ୍ଲଭ ସୋସାଇଟିରେ ।

ସୂଚନା ଅନୁସାରେ, ଏସିରେ ବିସ୍ଫୋରଣ ହେତୁ ପୁରା ଫ୍ଲାଟ୍‌ରେ ନିଆଁ ଲାଗିଯାଇଛି । ଫଳରେ ସେଠାରେ ରହୁଥ‌ିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଫ୍ଲାଟ୍‌ରେ ରହୁଥ‌ିବା ଲୋକେ ସେମାନଙ୍କର ଫ୍ଲାଟ ଛାଡି ବାହାରକୁ ଚାଲିଆସିଥିଲେ । ନିଆଁର ପ୍ରକୋପ ଏତେ ଅଧିକ ରହିଥିଲା ଯେ, ଏହି ନିଆଁ ଫ୍ଲାଟର ଅନେକ ସ୍ଥାନକୁ ବ୍ୟାପିଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ରେସକ୍ୟୁ ଅପରେସନ୍‌ ଜାରି କରିଥିଲେ । ଭଲ ଖବର ହେଉଛି ଯେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାଁନ୍ତି । ବହୁ ପରିଶ୍ରମ ପରେ ଏକ ଘଣ୍ଟା ମଧ୍ୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା।

 

ଅଧିକ ପଢ଼ନ୍ତୁ: ଆପଣ AC ବ୍ୟବହାର କରୁଛନ୍ତି କି… ଜାଣନ୍ତୁ ରୁମ୍‌ର ତାପମାତ୍ରା କେତେ ରହିଲେ ଭଲ ନିଦ ହୁଏ

ଏସି ବ୍ଲାଷ୍ଟରୁ କେମିତି ପାଇବେ ରକ୍ଷା ? 

ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିସାରିଥିବା ବେଳେ ଦିଲ୍ଲୀ ତାପମାତ୍ରା ୫୪ ଡିଗ୍ରି ଛୁଇଁଛି।  ଜନସାଧାରଣ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ତେଣୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସି, କୁଲର ସହ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । ସାଧାରଣ ଭାବେ କୌଣସି ଜିନିଷକୁ ଅଧିକ ସମୟ ଧରି ଚଳାଇବା ଦ୍ୱାରା ତାହା ଉପରେ ନିଶ୍ଚିତ ଭାବେ ଚାପ ପଡ଼ିଥାଏ । ସେହିପରି ଆମେ ବ୍ୟବହାର କରୁଥିବା, ଏସି, କୁଲର ଓ ଫ୍ୟାନ ବିଦ୍ୟୁତ ଦ୍ୱାରା ପରିଚାଳିତ ହେଉଥିବାରୁ ସେଥିରେ ମଧ୍ୟ ବିପଦର ଆଶଙ୍କା ରହିଥାଏ । ତେବେ ଆପଣଙ୍କ ଘରେ ରହିଥିବା ଏସିରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ । ତେଣୁ ଆପଣମାନେ ଏନେଇ ସତର୍କ ରହିବା ଆବଶ୍ୟକ । କେଉଁ କାରଣରୁ ଏସିରେ ସର୍ଟ ସର୍କିଟ ସୃଷ୍ଟି ହୁଏ ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ।

ଯେ କୌଣସି ବୈଦ୍ୟୁତିକ ଉପକରଣରେ ଅନେକ ସମୟରେ ସର୍ଟ ସର୍କିଟ ହୋଇପାରେ, ଏହା ଆପଣମାନେ ମନେ ରଖିବା ଆବଶ୍ୟକ । ତେଣୁ ଏସି ଆମ ପାଇଁ ଯେତିକି ଆରାମଦାୟକ ସେତିକି ବିପଜ୍ଜନକ । ଏସିରେ ଅଗ୍ନିକାଣ୍ଡ ସୃଷ୍ଟି ହେଲେ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ସେଥିପାଇଁ ସମୟ ସମୟରେ ଏସିର ରକ୍ଷଣାବେକ୍ଷଣ କରିବା ନିହାତି ଜରୁରୀ । ଏସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଠିକ୍ ଗୁଣବତ୍ତା ଓ ନିର୍ଦ୍ଦିଷ୍ଟ ପାୱାର କେବୁଲ ବ୍ୟବହାର କରିବା ଦରକାର । ଜଣେ ଦକ୍ଷ ଟେକ୍ନିସିଆନଙ୍କ ଦ୍ୱାରା ଏସି କଣ୍ଡିସନରକୁ ନିୟମିତ ଭାବେ ସଫା ସୁତୁରା ରଖିବା ଦରକାର । ଏସି ୟୁନିଟ୍ ଫ୍ୟାନ୍‌ ଓ ଫିଲ୍ଟରକୁ ମଧ୍ୟ ନିୟମିତ ଭାବେ ପରିଷ୍କାର କରିବା ଆବଶ୍ୟକ । ଆପଣ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଫିଲ୍ଟର ପରିବର୍ତ୍ତନ କରିପାରିବେ ।

ଅଧିକ ପଢ଼ନ୍ତୁ: ଆପଣଙ୍କ AC ରିମୋଟ୍‌ ହଜିଯାଇଛି କି ଭାଙ୍ଗିଯାଇଛି; ମୋବାଇଲ୍ ଦ୍ୱାରା ଏମିତି କରନ୍ତୁ କଣ୍ଟ୍ରୋଲ୍

ଏସିର କମ୍ପ୍ରେସର ଠିକ୍‌ରେ କାମ କରୁଛି କି ନାହିଁ ତାହା ମଧ୍ୟ ଚେକ୍ କରନ୍ତୁ । ଅଧିକ ସମୟ ଧରି ଏସି ଚାଲିବା ପରେ ଯଦି ରୁମ୍ ଥଣ୍ଡା ହେଉନାହିଁ, ତେବେ ସେ କ୍ଷେତ୍ରରେ କମ୍ପ୍ରେସର କାମ କରୁନଥାଏ ବୋଲି ଜଣାପଡ଼ିଥାଏ । ସାଧାରଣ ଭାବେ ଏସି ଚାଲିବା ପାଇଁ ଅଧିକ ଭୋଲଟେଜ୍ ଖର୍ଚ୍ଚ ହୋଇଥାଏ । ତେଣୁ ଏସି ସହ ସଂଯୋଗ ହୋଇଥିବା ଇଲେକ୍ଟ୍ରି କେବୁଲର ଗୁଣବତ୍ତା ମଧ୍ୟ ଯାଞ୍ଚ କରିବା ଦରକାର । ଏସି ପାଇଁ ସବୁବେଳେ ଏକ ଅଲଗା ସର୍କିଟ ବ୍ରେକର ରଖିବା ଆବଶ୍ୟକ । ଏହାଦ୍ୱାରା ସର୍ଟ ସର୍କିଟ ଆଶଙ୍କା କମ୍ ରହିଥାଏ । ଏଥିସହିତ ତାହା ଠିକରେ କାମ କରୁଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ଖରାଦିନ ଆସିବା ପୂର୍ବରୁ ପ୍ରଫେସନାଲ ଲୋକଙ୍କ ଦ୍ୱାରା ଏସି ସର୍ଭିସ କରାନ୍ତୁ ।

Rephrase with Ginger (Ctrl+Alt+E)

OTV is now on Whatsapp

Join and get latest news update delivered to you via whatsapp

Join Now