/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755940583.jpg)
Snakebite death
ସଚେତନତାର ଅଭାବ ନା ଅନ୍ଧବିଶ୍ୱାସର କୁପରିଣତି... ଯାହାବି କୁହନ୍ତୁ, କିନ୍ତୁ ଅକାଳେ ଝଡ଼ି ପଡିଲା ଗୋଟିଏ ମୂଲ୍ୟବାନ ଜୀବନ । ହୁଏତ ଟିକିଏ ସଚେତନ ହୋଇଥିଲେ, ରୋକି ହୋଇପାରିଥାନ୍ତା ଏଭଳି ଅଘଟଣ । ଗଜପତି ଜିଲ୍ଲାର ଏହି ଘଟଣା ଆପଣଙ୍କୁ ବ୍ୟଥିତ କରିବ ନିଶ୍ଚୟ । ସାପ କାମୁଡା ରୋଗୀକୁ ମେଡିକାଲ ନେବା ବଦଳରେ ପରିବାର ଲୋକେ ଦେଲେ ଚେରମୂଳି ଚିକିତ୍ସା । ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନେବା ବାଟରେ ଉଡ଼ିଗଲା ପ୍ରାଣବାୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ଅଡବା ଥାନା ପୁରୁଣା ଗାଁରେ ।
ସାପ କାମୁଡ଼ାରେ ମୃତକ ହେଲେ ପୁରୁଣା ଗାଁର ପ୍ରତାପ ମାଝୀ । ସେ ଘରେ ଶୋଇଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାରଲୋକେ ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେବା ବଦଳରେ ଭଳିଆପଦର ଗାଁକୁ ଚେରମୂଳି ଚିକିତ୍ସା କରାଇବାକୁ ନେଇ ଯାଇଥିବା ଅଭିଯୋଗ ହୋଇଛି । ଚେରମୂଳି ଚିକିତ୍ସା ପରେ ପୁଣି ଘରକୁ ଫେରି ଆସିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଏହି ଘଟଣାରେ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ପୋଲିସର କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)