ଜଗତସିଂହପୁର: ନୃଶଂସତାର ଚରମ ସୀମା ଅତିକ୍ରମ କରିଯାଉଛି ମଣିଷ। ଦୟା, ଧର୍ମ ଓ ମାନବିକତାର ଯେମିତି ମାନେ କିଛି ନାହିଁ। ଏଭଳି ଏକ ନୃଶଂସକାଣ୍ଡ ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଞ୍ଚଳରେ। ଏଠି ଦାଆଗାଁ ସ୍କୁଲ ଭିତରେ ଜଣେ ଯୁବକଙ୍କୁ ଦୁଇ ଗୋଡ଼ ବନ୍ଧି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ତେବେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଯୁବକ ଜଣକ କିଏ ଓ ଦାଆଗାଁରେ ତାଙ୍କୁ କାହିକି, କିଏ […]
ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାକୁ ମିଶାଇ ୯ଟି ରାଜ୍ୟର ୭୨ଟି ଲୋକସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନ ଓ ଉତ୍ତରପ୍ରଦେଶର ୧୩ଟି ଲେଖାଏ, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶ ଓ ଓଡିଶାର ୬ଟି ଲେଖାଏ, ବିହାରର ୫ଟି ଓ ଝାଡଖଣ୍ଡର ୩ଟି ଲୋକସଭା ଆସନ ଲାଗି ମତଦାନ ଚାଲିଛି। ଏହାବ୍ୟତୀତ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଲୋକସଭା ଆସନର କୁଲ୍ଗାମ ଜିଲ୍ଲାରେ ମଧ୍ୟ ମତଦାନ ଚାଲିଛି। ଏହି […]
ଭୁବନେଶ୍ୱର: ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ କବିତା ନୁହେଁ, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ମଧ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ ଥିବା କହି ସେ ନିଜର ଭାଷଣ […]
ଭୁବନେଶ୍ୱର: ୧୯ ମହାଯୁଦ୍ଧର ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ହେଲେ ସାରା ଓଡ଼ିଶାବାସୀଙ୍କ ନଜର କେନ୍ଦ୍ରାପଡ଼ା ଉପରେ। କାହିଁକି ନା ଏଠିକାର ଲଢ଼େଇ ସମ୍ମାନ ଓ ସ୍ୱାଭିମାନ ଲଢ଼େଇରେ ପରିଣତ ହୋଇଯାଇଛି। ମଇଦାନରେ କଂଗ୍ରେସ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି-ବିଜେଡି ଭିତରେ ଲାଗିଥିବା ଛକାପଞ୍ଝା କେନ୍ଦ୍ରାପଡ଼ା ଭୋଟ୍କୁ ଚର୍ଚ୍ଚିତ କରି ଦେଇଛି। ତେବେ ମତଦାନ ବେଳେ ରିଗିଂ ଓ ବିଶୃଙ୍ଖଳା […]
ସମ୍ବଲପୁର: ମହାନଦୀରେ ଗାଧୋଇବା ବେଳେ ଆଜି ୬ ଜଣ ଯୁବତୀ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ଜଣେ ନିଖୋଜ ଅଛନ୍ତି। ଏମାନେ ମହାନଦୀର ସଡ଼କଘାଟରେ ଗାଧୋଉଥିଲେ। ଏମାନେ ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳା ପଡ଼ାର ବୋଲି ଜଣାପଡିଛି। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ସକାଳ ସାଢ଼େ ୫ଟାରେ ବିଭିନ୍ନ ବୁଥ୍ରେ ମକ୍ ପୋଲ ହୋଇଥିଲା। ଏହାପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୬ଟି ଲୋକସଭା ଆସନ ପାଇଁ ୫୨ଜଣ ଓ ୪୧ଟି […]
ଲଣ୍ଡନ: ବ୍ରିଟେନର ବ୍ଲେନହିମ୍ ପ୍ୟାଲେସରୁ ଚୋରି ହୋଇଯାଇଛି ଟଏଲଟ୍ ! ସେ ପୁଣି ସୁନାର। ଚୋର ଧରିବା ପାଇଁ ଲାଗି ପଡ଼ିଛି ପୋଲିସ ପ୍ରଶାସନ। ମିଛି ଭାବୁଛନ୍ତି କି ? ବିଲ୍କୁଲ ସତ। ବ୍ଲେନହିମ୍ ପ୍ୟାଲେସରେ ପୂର୍ବତନ ପ୍ରଧାନମନ୍ତ୍ରୀ ୱିଙ୍ଗଷ୍ଟନ ଚର୍ଚ୍ଚିଲଙ୍କ ଜନ୍ମ ହୋଇଥିଲା। ଏବେ ଏହି ପ୍ୟାଲେସ ପର୍ଯ୍ୟଟକଙ୍କ ଆକର୍ଷଣର ସ୍ଥାନ ପାଲଟିଛି। ଏହି ପ୍ୟାଲେସରେ ଏଇ ସୁନା ନର୍ମିତ ଟଏଲେଟ୍ ଥିଲା ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ । ୧୮ କ୍ୟାରେଟ ସୁନାରେ ନିର୍ମିତ ଏହି […]
ନୂଆଦିଲ୍ଲୀ: ନିକଟରେ ଟଙ୍କା ନେଣଦେଣରେ ଗଡ଼ବଡ଼ କରିବା ଅଭିଯୋଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ ବ୍ୟାଙ୍କ(ପିଏମସି)ରୁ ଟଙ୍କା ଉଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଆର୍ଥିକ ନେଣଦେଣ ଅଜାଣତରେ କରାଯାଇନାହିଁ ବରଂ ଏକ ଘରୋଇ ରିଅଲ ଇଷ୍ଟେଟ କମ୍ପାନୀକୁ ସହଯୋଗ କରିବାକୁ ଯାଇ ଜାଣିଶୁଣି ଘୋଟାଲା କରାଯାଇଥିବା ଆରବିଆଇ ତଦନ୍ତରୁ ଜଣାପଡ଼ିଛି। ଯାହାର ଗୁମର ଏବେ ଫିଟୁଛି। ଆରବିଆଇ ଏବଂ ଆର୍ଥିକ ଅପରାଧ ଶାଖାର ତ୍ୱରିତ ପଦକ୍ଷେପ ପାଇଁ ଏବେ ବ୍ୟାଙ୍କର […]
ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀ ନଗରର ଅଶ୍ୱିନୀ ପାଢ଼ୀ। ପେଶାରେ ଇଞ୍ଜିନିୟର। ବାଙ୍ଗାଲୁରରେ ଉଚ୍ଚ ବେତନର ଚାକିରୀ। ହେଲେ ଏସବୁ ବାନ୍ଧି ରଖି ପାରି ନ ଥିଲା ଅଶ୍ୱିନୀଙ୍କୁ । ଅନ୍ୟପାଇଁ କିଛି କରିବାର ନିଶା ତାଙ୍କୁ ସବୁବେଳେ ଅନ୍ୟମନସ୍କ କରି ଦେଉଥିଲା। ମନରେ ସବୁବେଳେ ପ୍ରଶ୍ନ ଉଠୁଥିଲା, ଜୀବନର ଲକ୍ଷ୍ୟ କ’ଣ କେବଳ ପାଠ ପଢି ଅର୍ଥ ଉପାର୍ଜନ କରିବା ? ଏଇ ପ୍ରଶ୍ନର ଉତ୍ତର ଖୋଜି ଖୋଜି ଆସି ପହଞ୍ଚି ଯାଇଥିଲେ ଜନ୍ମମାଟି ଭୁବନେଶ୍ୱରରେ । […]
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଏହାପରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି। କବି ସମ୍ମିଳନୀ କାର୍ଯ୍ୟକ୍ରମ ସରିବା ପରେ ଉପରାଷ୍ଟ୍ରପତି ରାଜଭବନ ଯାଇ ବିଶ୍ରାମ ନେବେ। ଏହାପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଅଭିମୁଖେ ଯିବେ। ସେଠାରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ମୋଟ ସମ୍ପତ୍ତି, ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ତଥ୍ୟକୁ ନେଇ ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସବୁ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ସଂପର୍କରେ ତଥ୍ୟ ରହିଛି। ଚଳିତ ବର୍ଷ ବିଧାନସଭା ନିର୍ବାଚନ ପାଇଁ ମୋଟ ୧୧୩୭ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୧୨୧ ପ୍ରାର୍ଥୀଙ୍କ […]
ବିଜେପୁର: ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ। ପ୍ରଚାର ମଧ୍ୟ ଜୋର ଧରିଲାଣି। ଏଥିପାଇଁ ପାର୍ବଣ ବି ଏକପ୍ରକାର ମାହୋଲ ଯୋଗାଇ ଦେଇଛି। ତେଣୁ ପାର୍ବଣରେ ବିଜେପୁର ନିର୍ବାଚନ ପ୍ରଚାର ଏକଦମ୍ ଜମୁଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେବା ସହ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଗାଈସିଲେଟ୍ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ପୂଜାମଣ୍ଡପ ବୁଲି ମାଆଙ୍କ ପୂଜାର୍ଚ୍ଚନା କରିବା […]
ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲେରପଙ୍ଗା ଗାଁରେ ମାଓବାଦୀମାନେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ କୈଳାସ ଦିଗଲ୍ (୪୦)। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କିଛି ମାଓବାଦୀ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି।
ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଆଳସାହିରେ ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗାଁରେ ଗୋଷ୍ଠୀ ବିବାଦକୁ ନେଇ ବାପ ଆଗରେ ପୁଅକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ଅଠତିରାଗାଁର ଦିଲୀପ ସ୍ୱାଇଁ। ଏହାର ପ୍ରତିବାଦ କରିବାକୁ ଯାଇ ଦିଲୀପଙ୍କ ବାପାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭୁବନେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ମୃତ ଦିଲୀପଙ୍କ ପରିବାରର ଆଉ ଏକ ଗୋଷ୍ଠୀ ସହ […]
ଭୁବନେଶ୍ୱର: ଆଜି ମହାଷ୍ଟମୀ। ଚାରିଆଡ଼େ ଶାରଦୀୟ ଦୁର୍ଗାପୂଜାର ଉଲ୍ଲାସ। ଗତକାଲି ସପ୍ତମୀରେ ଚକ୍ଷୁଦାନ ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା’। ଧୂପ, ଦୀପ, ନୈବେଦ୍ୟ ସହ ପୂଜକଙ୍କ ଚଣ୍ଡୀପାଠ ଓ ମନ୍ତ୍ରୋଚ୍ଚାରଣ, ଆଉ ଶ୍ରଦ୍ଧାଳୁଙ୍କ ଭକ୍ତିଶ୍ରଦ୍ଧାରେ ଉଛୁଳି ଉଠୁଛି ପୂଜାମଣ୍ଡପ। ଗତକାଲିଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ଇନ୍ଦ୍ରପୁରୀ, ପଦ୍ମାବତୀ ପ୍ୟାଲେସ୍, ଲକ୍ଷ୍ନୌ ପ୍ୟାଲେସ୍ ଓ ଅକ୍ଷରଧାମ୍ ଶୋଭା ପାଉଥିବାବେଳେ, ରାଉରକେଲାରେ ଭୁବନେଶ୍ୱରର କମିଶନରେଟ୍ ପୋଲିସ କାର୍ଯ୍ୟାଳୟ, […]
ଭୁବନେଶ୍ୱର:ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୈନିକ ଓଡ଼ିଆ ଖବର କାଗଜ ସମାଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି। ଏଥିପାଇଁ କଟକ ସ୍ଥିତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି ଅପରାହ୍ଣ ୩ଟା ୫୦ ମିନିଟରେ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ […]
ମାଙ୍ଗାଲୋର: ଜଣେ ୨୪ ବର୍ଷ ବୟସ୍କ ଯୁବକ ୨୩ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ସେ ଆବୁଧାବି ବୃହତ ଲଟେରୀରେ ଏହି ସଫଳତା ପାଇଛନ୍ତି। ସେ ଜିତିଥିବା ଅର୍ଥର ପରିମାଣ ୧୨ ମିଲିଅନ୍ ୟୁଏଇ ଦିରହାମ୍ ବା ୨୩ କୋଟି ଟଙ୍କା। ମହମ୍ମଦ୍ ଫୟାଜ୍ ଜେଏ ନାମକ ଏହି ଯୁବକ ଦୁବାଇରେ କାମ କରିବାକୁ ସବୁବେଳେ ଆଗ୍ରହୀ ଥିଲେ। କିନ୍ତୁ କେବେ ସାଉଦି ଯାଇନଥିଲେ। ସେ ପାସ୍ପୋର୍ଟ ପାଇଥିଲେ ମଧ୍ୟ ଯାଇପାରିନଥିଲେ। ସେ ମୁମ୍ବାଇରେ ଏକ ଚାକିରି […]
ବେଙ୍ଗାଲୁର:ଆମାଜନ ଏବଂ ଫ୍ଲିପ୍କାର୍ଟ ଫେଷ୍ଟିଭ୍ ଅଫର ଦେଇ ପୂଜା ମାର୍କେଟରେ ନିଜର ସ୍ଥିତିକୁ ବେଶ ମଜବୁତ୍ କରିପାରିଛି। ଆର୍ଥିକ ମାନ୍ଦାବସ୍ତା ସତ୍ତ୍ୱେ ଛୋଟ ସହରରେ ଫ୍ଲିପ୍କାର୍ଟ ଓ ଆମାଜନ ଭଲ ବ୍ୟବସାୟ କରିଛନ୍ତି। ପିଟିଏମ ମଲ୍, ସ୍ନାପଡିଲ୍ ପରି ସଂସ୍ଥାମାନେ ବେଶି ଡିସ୍କାଉଣ୍ଟ ଅଫର ଦେଇ ପାରିନାହାନ୍ତି, ଯାହାର ସିଧାସଳଖ ଫାଇଦା ଉଠାଇଛନ୍ତି ଏହି ଦୁଇ ଇ-ମାର୍କେଟିଂ ସଂସ୍ଥା । ଆମାଜନ ଏବଂ ଫ୍ଲିପ୍କାର୍ଟ ଫେଷ୍ଟିଭ୍ ଅଫର ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ’ ଏବଂ ‘ବିଗ୍ ବିଲିୟନ ଡେ’ […]
ନୂଆଦିଲ୍ଲୀ; ବଲିଉଡ୍ ଶହନ୍ଶାହ ଅମିତାଭ ବଚ୍ଚନ ଟ୍ୱିଟରରେ ବେଶ ଆକ୍ଟିଭ୍। ତାଙ୍କର ଟ୍ୱିଟ୍କୁ ବି ଲୋକେ ବେଶ ପସନ୍ଦ କରନ୍ତି। ନିକଟରେ ସେ ଏପରି ଏ ଭିଡ଼ିଓ ଶେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ ହୋଇଛି। ଅନେକ ପ୍ରତିକ୍ରିୟା ବି ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ଆଥ୍ଲେଟ ଦୌଡୁଛନ୍ତି। ତାଙ୍କର ଏହି ଦୃଶ୍ୟକୁ ଜଣେ କ୍ୟାମେରାମ୍ୟାନ ରେକର୍ଡିଂ କରୁଛନ୍ତି। କ୍ୟାମେରାମ୍ୟାନ ପ୍ରତିଯୋଗୀଙ୍କ ଆଗରେ ଆଗରେ ଦୌଡି ଏହି ଦୃଶ୍ୟ ରେକର୍ଡିଂ କରୁଥିଲେ। ଏମିତି ଦୌଡ଼ି ଦୌଡ଼ି […]