• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

chandrayaan-2-7
ଜହ୍ନରାଇଜର ଏମିତି ଦୃଶ୍ୟ ଦେଖାଇଲା ଅର୍ବିଟର

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲା ନାହିଁ। ହେଲେ ମହାକାଶକୁ ଯାଇଥିବା ଅର୍ବିଟର ତାର ସମସ୍ତ କାମ ଠିକ୍ ଭାବରେ କରୁଛି। ଏବେ ଅର୍ବିଟର ଚନ୍ଦ୍ରପୃଷ୍ଠର କିଛି ଫଟୋ ପଠାଇଛି। ଏବେ ଚନ୍ଦ୍ରପୃଷ୍ଠର ସ୍ଥିତି କିଭଳି ରହିଛି ସେ ସମ୍ପର୍କିତ କିଛି ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏବେ ସାର୍ବଜନୀନ କରିଛି। ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ସେଠିକାର ମାଟିର ସ୍ଥିତି ବାବଦରେ ସୂଚନା ମିଳିଥାନ୍ତା। […]

7565775
ଦେଶର ସର୍ବଶ୍ରେଷ୍ଠ ହୀରାମୁଦିକୁ ଦେଖିଛନ୍ତି କି ?

ନୂଆଦିଲ୍ଲୀ: ସୁନ୍ଦର ହୀରା ଗହଣା ପ୍ରତି କାହାର ଲୋଭ ନାହିଁ ! ବିଶେଷ କରି ମହିଳାଙ୍କର।  ଆକର୍ଷଣୀୟ ଗହଣା ଦେଖିଲେ ଆଖି ଟାଣି ହୋଇଯାଏ। ତେବେ ଦେଖିଛନ୍ତି କି ଦେଶର ସର୍ବଶ୍ରେଷ୍ଠ ହୀରାମୁଦିକୁ ? ସୁରତର ଜଣେ ହୀରା କାରିଗର ଏହି ମୁଦି ତିଆରି କରିଛନ୍ତି। ଏହି ହୀରା ମୁଦି ଏତେ ସୁନ୍ଦର ଆଉ ଆକର୍ଷଣୀୟ ହୋଇଛି, ଦେଖିଲେ ଆଖି ଲାଖି ଯିବ। ପ୍ରକୃତିକୁ ନିଜ ଗହଣାରେ ରୂପ ଦେଇଛନ୍ତି କାରିଗର।  ଏହି ମୁଦି ପାଇଁ  ଦିଲ୍ଲୀରେ […]

5766546
କିଏ ଏହି ସୋଫିଆ ଯାହାର ପରବେଶକୁ ନେଇ ଏତେ ଚିନ୍ତା !

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରୋବଟ୍ ନାଗରିକ ସୋଫିଆକୁ ଘାରିଛି ପରିବେଶ ଚିନ୍ତା।  ବିଗୁଡ଼ୁଥିବା ପରିବେଶକୁ ନେଇ ସେ ଚିନ୍ତା ପ୍ରକଟ କରିଛି ଆଉ  ସମସ୍ୟାର ସମାଧାନ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଛି। ତେବେ କିଏ ଏହି  ସୋଫିଆ ? ସୋଫିଆ ହେଉଛି ବିଶ୍ୱର ପ୍ରଥମ କୃତ୍ରିମ ଇଣ୍ଟେଲିଜେଣ୍ଟ ରୋବଟ୍ । ପ୍ରଥମ ରୋବର୍ଟ ସିଟିଜେନ ବୋଲି ମଧ୍ୟ ତାକୁ କୁହାଯାଉଛି।  ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଅନ୍ତର୍ଜାତୀୟ ରାଉଣ୍ଡ ଟେବୁଲ ସମ୍ମିଳନୀରେ ସୋଫିଆକୁ ଦେଖିବାକୁ ମିଳିଥିଲା। ସମ୍ମିଳନୀରେ ଲେଡି […]

5454545
ରାଜନୀତି ମୋହ ଛାଡ଼ି ସମ୍ପାଦକ ହୋଇଥିଲେ ଭଲ ହୋଇଥାନ୍ତା-ସୌମ୍ୟ ପଟ୍ଟନାୟକଙ୍କୁ ଏମିତି କହି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:“ ସୌମ୍ୟବାବୁ ଜଣେ ବିଶାଳ ବ୍ୟକ୍ତିତ୍ୱ। ତାଙ୍କର ନିଜସ୍ୱ ବିଚାର ଓ ବିବେକ ଅଛି। ସଭ୍ୟ ସମାଜରେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ଛଡ଼ା ଅନ୍ୟ ବିକଳ୍ପ ବି ମୋର ନାହିଁ । କିନ୍ତୁ  ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହେଁ ଯେ, କେବେକେବେ ମୋତେ ଲାଗେ ଯଦି ସୌମ୍ୟବାବୁ ଏମ୍‌ପି କିମ୍ବା ଏମଏଲଏ ହେବାର ମୋହ ଛାଡ଼ି କେବଳ ସମ୍ପାଦକ ହୋଇଥାନ୍ତେ ତା’ହେଲେ ମୋ ରାଜ୍ୟ ଓଡ଼ିଶା ଆହୁରି ସମ୍ଭାବନା ଆଡ଼କୁ ଯାଇପାରିଥାନ୍ତା।”  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

98778
ତାତିଲେ ପାକିସ୍ତାନବାସୀ, କହିଲେ-ଆଉ ଇମ୍ରାନ ସରକାର ନୁହେଁ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ବି ବଢି ଚାଲିଛି। କଶ୍ମୀର ପ୍ରସଙ୍ଗକୁ ନେଇ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଇମ୍ରାନ ସରକାର ବେଶ ଚେଷ୍ଟା କରିଥିଲେ ଆଉ ସଫଳ ବି ହୋଇଥିଲେ।  ଏବେ କିନ୍ତୁ ପାକିସ୍ତାନର ଲୋକ ଚେତିଲେଣି। ଦେଶରେ ଦେଖାଦେଇଥିବା ମହଙ୍ଗା ପରିସ୍ଥିତିରେ ଆଉଟ ପାଉଟ ହେଉଥିବା ପାକିସ୍ତାନବାସୀ ଶେଷରେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି। ଏମିତିକି ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେଇ କ୍ଷମତାରୁ ହଟାଇଥିଲେ ସେହି […]

65547789877
ବିଳମ୍ବିତ ରାତିଯାଏ ନିଦ ଆସୁନି ? ଆପଣାନ୍ତୁ ଏହି ୫ଟି ଜିନିଷ

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ? ବ୍ୟସ୍ତ ହୁଅନ୍ତୁନି। ଏମିତି  କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ। […]

8765790
ବିଲରେ ଚାଷ କରୁଛନ୍ତି କରୀନା ! ଫାଉଡ଼ା ଧରି ମାଟି ହାଣିବାରେ ବ୍ୟସ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟ୍ରିସ୍‌ କରୀନା କପୁର ଖାନ୍‌। ଆଜିକାଲି ତ ତାଙ୍କୁ ଟିଭି ରିୟଲିଟି ସୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ରେ ଖୁବ୍‌ ଦେଖିବାକୁ ମିଳୁଛି। ହେଲେ ଫାଉଡ଼ା ଧରି ଏଠି କ’ଣ କରୁଛନ୍ତି କରୀନା ? ଏକ ଘାସ ଜମିରେ କୁରାଢୀ ଧରି ହାଣୁଛନ୍ତି ବୋଧେ ? ଚାଷ କରିବେ ନା କ’ଣ ?  ଭିଡିଓରେ ତ ସେମିତି କିଛି ଦେଖିବାକୁ ମିଳୁଛି । କିନ୍ତୁ ନା ମାଟି ହଟୁଛି ନା ଘାସ ! ତେବେ କ’ଣ […]

5454554
ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର: ହାତୀଙ୍କୁ ହରପିସ୍ ସଂକ୍ରମଣ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।  ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି।  ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି । ଖୁବଶୀଘ୍ର ଏହାର ବୈଠକ ହେବ ବୋଲି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ନନ୍ଦନକାନନରେ ଗତ ଗତ ୧ ମାସ ଭିତରେ ହରପିସ୍‌ରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି […]

y6657
ରେପୋ ରେଟ୍‌ ପୁଣି ହ୍ରାସ କଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୁଣି ରେପୋ ରେଟ ହ୍ରାସ କରାଯାଇଛି।  ତିନି ଦିନ ଧରି ଚାଲିଥିବା ଆର୍ଥିିକ ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ୨୫ ବେସିସ ପଏଣ୍ଟ ହ୍ରାସ ଘୋଷଣା କରାଯାଇଛି। ଏହାଫଳରେ ରେପୋ ରେଟ୍ ୫.୪୦ ପ୍ରତିଶତରୁ ୫.୧୫ ପ୍ରତିଶତକୁ ହ୍ରାସ ପାଇଛି। ଏଥିସହ କ୍ରମାଗତ ପଞ୍ଚମ ଥର ପାଇଁ ରେପୋରେଟ ହ୍ରାସ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ ହ୍ରାସ ପରେ ମାସିକ କିସ୍ତି ପୁଣି ହ୍ରାସ ହେବାର […]

888888
ବାଲାକୋଟ ଏୟାର ଷ୍ଟ୍ରାଇକ୍; ପ୍ରମୋଶନାଲ ଭିଡ଼ିଓ ଜାରି କଲା ବାୟୁସେନା

ନୂଆଦିଲ୍ଲୀ:  ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଗତ ଫେବ୍ରୁଆରୀ ୧୪ରେ ସିଆପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଭାରତୀୟ ବାୟୁସେନା ଏହାର ଅଳ୍ପଦିନ ପରେ ଅର୍ଥାତ୍‌ ଫେବ୍ରୁଆରୀ ୨୬ରେ ପାକିସ୍ତାନ ସ୍ଥିତ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଉପରେ ଆକ୍ରମଣ କରି ଭାରତ କଡ଼ା ଜବାବ ଦେଇଥିଲା। ଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ଏବେ ଭାରତୀୟ ବାୟୁସେନା ସେହି ଆକ୍ରମଣର ଏକ ପ୍ରମୋଶନାଲ ଭିଡିଓ ସାତ […]

555555
ମା’ଙ୍କ ଆରାଧନାରେ ଟ୍ରାଫିକ ସଚେତନତାର ବାର୍ତ୍ତା

ସୁରଟ:ଖୁବ ଉତ୍ସାହର ସହ ପାଳନ କରାଯାଉଛି ନବରାତ୍ରୀ।  ଗୁଜରାଟ ସୁରଟରେ ରହୁଥିବା ଓଡ଼ିଆ ସମାଜ ପକ୍ଷରୁ ମଧ୍ୟ ନିଆରା  ଢଙ୍ଗରେ ହେଉଛି ମା’ଙ୍କ ଆରାଧନା। ସୁରଟର ଅଶ୍ୱୀନି କୁମାର ଅଞ୍ଚଳରେ ସବୁ ବର୍ଷ ପରି ଏଥର ବି ପ୍ରବାସୀ ଓଡ଼ିଆ ଖୁବ ଧୁମଧାମର ସହ ମା’ ଜଗଦମ୍ବାଙ୍କ ପୂଜାର ଆୟୋଜନ କରିଛନ୍ତି। ଏଥର ମା’ଙ୍କ ଆରାଧନାରେ ଦିଆଯାଇଛି  ଟ୍ରାଫିକ ସଚେତନତାର ବାର୍ତ୍ତା। ନୂଆ ଟ୍ରାଫିକ୍‌ ନିୟମ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ହେଲମେଟ ପିନ୍ଧି ମାଆଙ୍କୁ […]

5656577
୩୦୬ କୋଟି ଟଙ୍କାର ମାଲିକ ହେବେ ୧୨୦ ଉତ୍ତରାଧିକାରୀ

ହାଇଦ୍ରାବାଦ: ହାଇଦ୍ରାବାଦରେ ନିଜାମଙ୍କ ସମ୍ପତ୍ତିକୁ ନିଜ ନିଜ ମଧ୍ୟରେ ବାଣ୍ଟିନେବେ ତାଙ୍କର ୧୨୦ ଜଣ ଉତ୍ତରାଧିକାରୀ । ନିଜାମଙ୍କର ମୋଟ ୩୦୬ କୋଟି ଟଙ୍କା ସମ୍ପତ୍ତି ରହିଛି। ଏହି ସମ୍ପତ୍ତି ଉପରେ ନିଜାମଙ୍କ ବଂଶଧର ତଥା ହାଇଦ୍ରାବାଦର ଅଷ୍ଟମ ନିଜାମ ମୁକରମ୍ ଜାହା ଓ ତାଙ୍କ ସାନ ଭାଇ ମୁଫଖମ୍ ଜାହାଙ୍କ ସମେତ ପ୍ରାୟ ୧୨୦ ଜଣ ଦାବିଦାର ବାହାରିଲେଣି। ୧୯୪୮ରେ ତତ୍କାଳୀନ ହାଇଦ୍ରାବାଦ ନିଜାମଙ୍କ ଅର୍ଥମନ୍ତ୍ରୀ ୧୦ ଲକ୍ଷ ପାଉଣ୍ଡ ଲଣ୍ଡନରେ ନିଯୁକ୍ତ ତତ୍କାଳୀନ ପାକିସ୍ତାନ […]

4343443
ସିଆରପିଏଫ କନ୍‌ଷ୍ଟେବଲ୍‌ଙ୍କ ଅଗ୍ନିବର୍ଷୀ ଭାଷଣ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଏ ଦେଶ ଜଳୁଛି। ହୃଦୟ ଜଳୁଛି । ହେଲେ କ୍ଷମତା ଏଠି ଗରିବଙ୍କ ରକ୍ତ ଶୋଷିବାରେ ବ୍ୟସ୍ତ।  ରାମ ମନ୍ଦର ବା ବାବ୍ରି ମସ୍‌ଜିଦ୍‌ ପକ୍ଷ ନେବାକୁ ମୁଁ ଏଠିକି ଆସିନି, ଏ ଦେଶ କ୍ଷତାକ୍ତ ହୋଇଛି…ଯନ୍ତ୍ରଣାରେ ଛଟପଟ ହେଉଛି , ସେଇ ଯନ୍ତ୍ରଣାର କଥା ମୁଁ କହିବାକୁ ଆସିଛି….  ଏପରି ଅଗ୍ନିବର୍ଷି ଭାଷଣ ଥିଲା ସିଆରପିଏଫ ଖୁସ୍‌ବୁ ଚୌହାନଙ୍କର।   Proud to be an ???Indian citizens. Proud to our great […]

434434
ହାତ ଧରି ଘରକୁ ଆଣିଥିଲେ, ହାତ ଧରି ସବୁଦିନ ପାଇଁ ଚାଲିଗଲେ

ବାଲେଶ୍ୱର: ସ୍ୱାମୀ-ସ୍ତ୍ରୀ ସମ୍ପର୍କର ଅନାବିଳ ପ୍ରେମର ଦୁହେଁ ଥିଲେ ଉଦାହରଣ। ଜୀଇଁଥିବାବେଳେ ନୁହେଁ, ମୃତ୍ୟୁ ପରେ ପ୍ରମାଣ ଦେଇଗଲେ-କେତେ ନିବିଡ଼ ଥିଲା ସେମାନଙ୍କର ଭଲ ପାଇବା । ଜଣକ ବିନା ଅନ୍ୟ ଜଣେ ଯେ ବଞ୍ଚି ପାରିବେନି ଏହା ପ୍ରକୃତରେ ସତ୍ୟ ଥିଲା ଉଭୟଙ୍କ ପାଇଁ। ତେଣୁ ଦୁହେଁ ହାତ ଧରି ବିଦାୟ ନେଲେ ଇହଧାମରୁ। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବଣପାରିଆ ଗାଁର ଏଇ ଦମ୍ପତିଙ୍କ କଥା ଯିଏ ହାତ ଧରାଧରି ହୋଇ […]

village
ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଘୋଷଣା

କୋରାପୁଟ: ଲୋକକଳା, ଲୋକନୃତ୍ୟ ସହ ଲୋକ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଲାଗି ସାରା ରାଜ୍ୟରେ ଘୋଷଣା ହୋଇଛି ଲୋକକଳା ଗ୍ରାମ। ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଖଜୁରିପୁଟକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଖବର ପାଇବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଲୋକକଳା ଗ୍ରାମର ମାନ୍ୟତା ମିଳିବା ପରେ ଗାଁ ଲୋକେ ଢେମ୍‌ସା ନୃତ୍ୟ […]

4343434
ମା‘ ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା

କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ।  ଏହି ଶକ୍ତିପୀଠମାନଙ୍କରେ ମୂଳାଷ୍ଟମୀଠାରୁ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଓ ପରମ୍ପରା ସହ ଚାଲିଛି ପୂଜା । ବାଦ୍ୟ ଓ ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳି ପଡୁଛି ବାଙ୍କିର ଆରାଧ୍ୟ ଦେବୀ  ମା’ ଚର୍ଚ୍ଚିକାଙ୍କ ପୀଠ । ଚାଲିଛି ଷୋଡ଼ଶ ଉପଚାର ପୂଜା। ଏହି ସ୍ୱତନ୍ତ୍ର ପୂଜାରେ ପ୍ରତିଦିନ ଭୋରୁ […]

trtrt
ନାନକ ଜୟନ୍ତୀରେ ପାକିସ୍ତାନ ଯିବେ ମନମୋହନ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି

ନୂଆଦିଲ୍ଲୀ: ଶିଖ୍‌ ଧର୍ମ ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାକିସ୍ତାନରେ ଥିବା କର୍ତ୍ତାରପୁର କରିଡର ଯିବେ। ଏକ ସର୍ବଦଳୀୟ ଗୋଷ୍ଠୀର ଅଂଶ ଭାବେ ସେ ସେଠାକୁ ଯିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ଅମରିନ୍ଦର ଏହି ଅବସରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇଛି। ପଞ୍ଜାବ ସରକାର ପକ୍ଷରୁ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ […]

654546
ମିଳିଲା ଜୈଶର ଧମକପୂର୍ଣ୍ଣ ଚିଠି, ୩୦ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଏ ନେଇ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ  ଭାରତକୁ ଧମକ ଦେଇଛି। ବିଶେଷ କରି ଦେଶର ବିଭିନ୍ନ ଏୟାରପୋର୍ଟରେ ହମ୍‌ଲା କରିବାକୁ ଜୈଶ ଯୋଜନା କରୁଥିବା ଜଣାପଡ଼ିଛି। ଏହି ତଥ୍ୟ ମିଳିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ସହ ଦେଶର ୩୦ଟି ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏକ ହିନ୍ଦୀ […]

564536
ରଣବୀର ଓ ଦୀପିକାଙ୍କୁ ନେଇ ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟ !

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରଣବୀର ସିଂହ ଓ ଦୀପିକା ପାଦୁକୋନ ଏକ  ହିଟ୍‌ ଯୋଡ଼ି । ଦୁହିଁଙ୍କୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍‌ ହିଟ୍‌ ହୋଇଛି। ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏହି ହିଟ୍ ଯୋଡ଼ିକୁ ନେଇ ଏକ ଫିଲ୍ମ କରୁଛନ୍ତି। ୨୦୧୮ରେ ଏ ଦୁହେଁ ଭଂଶାଲୀଙ୍କ ‘ପଦ୍ମାବତ୍‌’ରେ କାମ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟରେ ଏହି ଯୋଡ଼ିଙ୍କୁ ଦର୍ଶକ ଏକାଠି ରୋମାନ୍ସ କରିବା ଦେଖିବାକୁ ପାଇବେ। ନିକଟରେ ଭଂଶାଲୀଙ୍କ […]