• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

heavy rainfall
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିଥିବା ବେଳେ ଗତକାଲିଠୁ ବର୍ଷାର ପରିମାଣ ହ୍ରାସ ପାଇଛି। ମାତ୍ର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୮, ୧୯, ୨୦ ତାରିଖ ଆଡ଼କୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ସେହିପରି ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା […]

puri
ବିପଦରେ ପୁରୀ ଇନ୍ଦ୍ରଦ୍ୟୁମ୍ନ ପୋଖରୀ; ପାଚେରି ଭୁଶୁଡ଼ିଥିଲା, ଏବେ ରାସ୍ତା ଦବିଗଲା

ପୁରୀ: ବିପଦରେ ତୀର୍ଥକ୍ଷେତ୍ର ପୁରୀ। ଏଠାରେ ଥିବା ପର୍ଯ୍ୟଟନସ୍ଥଳୀ ଗୋଟିଏ ପରେ ଗୋଟିଏ ମାଟିରେ ମିଶିବାକୁ ଲାଗିଥିବାବେଳେ ଏହାର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନର ନଜର ନାହିଁ। ପୁରୀରେ ଥିବା ପଞ୍ଚ ତୀର୍ଥ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଗୋଟିଏ। ହେଲେ ଏହି ପବିତ୍ର ପୁଷ୍କରିଣୀର ସ୍ଥିତି ଏବେ ବିପଦସଙ୍କୁଳ ଅବସ୍ଥାରେ।     ତୀର୍ଥ ପୁଷ୍କରଣୀ ଇନ୍ଦ୍ରଦ୍ୟୁମ୍ନର ସୁରକ୍ଷା ପାଚେରି ନିକଟ ଦେଇ ଯାଇଥିବା ରାସ୍ତା ଗତ ରାତିରେ ଦବି ଯାଇଛି। । ଏହି ରାସ୍ତାରେ ମଧ୍ୟରେ ବିରାଟ […]

constable
ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ ହେଲେ କନଷ୍ଟେବଲ୍‌

ରାୟଗଡ଼ା: ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଡିଭିଏଫ୍ ପୁଲିସ୍‌ କନଷ୍ଟେବଲ୍‌ଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଜି.ଶ୍ରୀକାନ୍ତ କୁମାର। ଗତକାଲି ବିଷମକଟକ ଥାନା ପୁଲିସ୍‌  ତାଙ୍କୁ ଗିରଫ କରିଛି। ଜି.ଶ୍ରୀକାନ୍ତ କୁମାର ନିଜକୁ ନକ୍ସଲର ପରିଚୟ ଦେଇ ଜୟପୁର ଅଞ୍ଚଳର ଶବନ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ତେବେ ସେ ଜଣେ ଡିଭିଏଫ୍ ପୁଲିସ୍ କନଷ୍ଟେବଲ୍‌ ବୋଲି ଜଣାପଡ଼ିବା ପରେ ଶବନ ପୁଲିସ୍‌କୁ ଜଣାଇଥିଲେ। ଏହାପରେ ପୁଲିସ୍‌ […]

odisha
ରାଜ୍ୟ ସରକାରଙ୍କ ପାଠ୍ୟ ପୁସ୍ତକରେ ତ୍ରୁଟି

ନୟାଗଡ଼: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଠ୍ୟ ପୁସ୍ତକରେ ତ୍ରୁଟି। ତୃତୀୟ ଓ ନବମ ଶ୍ରେଣୀ ସାହିତ୍ୟ ବହିରେ ଏଭଳି କିଛି ତଥ୍ୟଗତ ଭୁଲ୍ ଦେଖିବାକୁ ମିଳିଛି। ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ଏଭଳି ଏକ ତ୍ରୁଟି ଅଛି। ବହିର ୩୨ ନମ୍ବର ପୃଷ୍ଠାରେ ଥିବା ତୁଳସୀ ଦୁଇ ପତ୍ରରୁ ବାସେ ଅଧ୍ୟାୟରେ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ବାପାଙ୍କ ନାଁ ଶ୍ୟାମ ସୁନ୍ଦର ସିଂ ଲେଖାଯାଇଛି। ପ୍ରକୃତରେ […]

odisha
ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ ବୋମାମାଡ଼ରେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ସମେତ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଚିଙ୍ଗୁଡ଼ି ବ୍ୟବସାୟୀ ବିଦ୍ୟାଧର ସାମଲ ଓ ଅନ୍ୟ ଜଣେ ଯୁବକ ସୁଦର୍ଶନ ସେଠୀ। ଉଭୟଙ୍କ ଘର ପୋଖରୀ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଛି। ସୂଚନା ଅନୁସାରେ, ବାଲୁକିରି ଛକ ନିକଟରେ ଥିବା ଚିଙ୍ଗୁଡ଼ି ଘେରି ପାଖରେ ବିଦ୍ୟାଧର ଓ ସୁଦର୍ଶନଙ୍କ ସମେତ ୫ଜଣ […]

representational image
ବାଇକ୍‌ ଦୁର୍ଘଟଣାରେ ୨ ମୃତ; ଜଣେ ଗୁରୁତର

ଫୁଲବାଣୀ(ତ୍ରିନାଥ ବେହେରା): ବାଇକ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ପେନାଗବେରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ  କଂସ ପ୍ରଧାନ ଓ ରିଙ୍କୁ ପ୍ରଧାନ। ଗୁରୁତରଙ୍କ ନାଁ  ସାଗର ପ୍ରଧାନ। ମୃତାହତଙ୍କ ଘର ପେନାଗବେରି ଗାଁରେ ବୋଲି ଜଣାପଡ଼ିଛି। ସାଗରଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କୌଣସି କାମରେ ସେମାନେ ଏକ […]