• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

osrtc
କଟକରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ଭୁବନେଶ୍ୱର: ଚାକିରିଆଙ୍କ ସୁବିଧା ପାଇଁ ଆଜିଠୁ ଗଡ଼ିଲା କଟକ-ଭୁବନେଶ୍ୱର ମଧ୍ୟରେ OSRTCର ଗୋଟିଏ ବସ୍। ବସ୍‌ଟି ଆଜି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରା କରିଛି। ଏହି ବସ୍‌ଟି ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ଲାଗିବ। ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ବେଳେ ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି। ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ […]

91421093_3110305529059371_5797060119829151744_n
ରାଜ୍ୟରେ ଗୋଟିଏ ଦିନରେ ୧୦୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୧୯ ଜଣ ଚିକିତ୍ସାଧୀନ ଥିବାବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ […]

child
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର

ଖଲ୍ଲିକୋଟ: କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ମର୍ଦ୍ଦକୋଟ ଗାଁ ସ୍ଥିତ ହରିହର ମର୍ଦରାଜ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଗତ ୬ଦିନ ତଳେ ମହିଳା ଜଣକ ସୁରତରୁ ଫେରି ସ୍ୱାମୀ ଓ ୨ ଝିଅଙ୍କ ସହ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତକାଲି ପ୍ରସବ ବେଦନା ହେବାରୁ ସମ୍ପୃକ୍ତ ମହିଳା ଜଣକ ଏନେଇ ସ୍ଥାନୀୟ ଆଶା କର୍ମୀଙ୍କୁ […]

fisherman
ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ

କୋଣାର୍କ: ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ୧୬ ଜଣ ମତ୍ସ୍ୟଜୀବୀ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର ଡ଼ଙ୍ଗାରେ ଆନ୍ଧ୍ର ପ୍ରଦେଶ ତୁନି ଅଞ୍ଚଳରୁ ଏହି ମତ୍ସଜୀବୀମାନେ ଆସିଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ୧୧ ଜଣ କୋଣାର୍କ ଅଞ୍ଚଳର ହୋଇଥିବାବେଳେ ୫ ଜଣ ପୁରୀ ଅଞ୍ଚଳର। ଏହି ମତ୍ସଜୀବୀମାନେ ରବିବାର ଦିନ ସେଠାରୁ ଡଙ୍ଗାରେ ବାହାରିଥିଲେ ଓ ଆଜି ସକାଳେ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିବା ପରେ ଏମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସମସ୍ତଙ୍କ ସ୍ୱାବ୍ […]

EXtOIbPU8AENRU2
ଆଉ ୨୩ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ୪୩୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୨୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ […]

odisha
ମାତୃ ଦିବସରେ ମା’କୁ ହରାଇଲା ଝିଅ, ଜୁଇରେ ଦେଲେ ମୁଖାଗ୍ନି

ଜୟପୁର: ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ବିଶ୍ୱବାସୀ ଗତକାଲି ମାତୃ ଦିବସ ପାଳନ କରୁଥିଲେ। ହେଲେ ଏମିତି ଏକ ଦିନରେ ତାଙ୍କ ମା’ ତାଙ୍କୁ ଏକୁଟିଆ କରି ସବୁଦିନ ପାଇଁ ଛାଡ଼ି ଚାଲିଗଲେ।  ମାଆ ଚାଲିଯିବା ପରେ ତାଙ୍କ ସାମ୍ନାରେ ଏବେ ଖାଲି ଶୂନ୍ୟତା। ଯେମିତି ଜୀବନର ସବୁ ଖୁସି, ଆନନ୍ଦରେ ପୂର୍ଣ୍ଣଛେଦ ପଡିଯାଇଛି। ତଥାପି ଏତେ ଦୁଃଖରେ ବି ସେ ମା’ଙ୍କ ଜୁଇରେ ମୁଖାଗ୍ନି ଦେଇଥିଲେ।  ଏଭଳି କିଛି ଦୁଃଖଦ ଘଟଣା […]

odisha
ବଦଳିଗଲା ଚିତ୍ର: ସେଦିନ କ୍ୱାରେଣ୍ଟିନ୍ ସେଣ୍ଟର୍‌ରେ ଟିକ୍‌ଟକ୍‌ କରୁଥିଲେ, ହେଲେ ଆଜି...

ଭଦ୍ରକ: କିଛି ଦିନ ତଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ‌ ଭାଟପଡ଼ା ପଞ୍ଚାୟତରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ଲୋକ ଟିକ୍‌ଟକ୍‌ ଭିଡିଓ କରିଥିଲେ। ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଏହାକୁ ଜୋରଦାର ସମାଲୋଚନ କରାଯାଇଥିଲା। ତେବେ ସେହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏବେ ଆଉ ଟିକ୍‌ଟକ୍‌ ନୁହେଁ ବରଂ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକେ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରୁଛନ୍ତି। ସବୁଦିନେ […]

EXYPfVCUcAERt5H
ଚିନ୍ତା ବଢ଼ାଇଲା କରୋନା; ଓଡ଼ିଶାରେ ଆଉ ୧୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ରୁ ଜଣେ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ତେବେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ […]

train-fack
କାଲିଠୁ ଗଡ଼ିବ ପାସେଞ୍ଜର ଟ୍ରେନ୍‌, ଆଜିଠୁ ବୁକିଂ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବ।  କାଲିଠୁ ପର୍ଯ୍ୟାୟ କ୍ରମେ ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଆଜି ଅପରାହ୍ଣ ୪ଟାରୁ ବୁକିଂ ଆରମ୍ଭ ହେବ। କେବଳ IRCTC ୱେବ୍‌ସାଇଟ୍‌ରେ ହିଁ ଟିକେଟ୍‌ ବୁକିଂ ସୁବିଧା ଉପଲ୍ଲବ୍ଧ ହେବ। ଏଥିପାଇଁ ରେଲ୍‌ୱେ ଷ୍ଟେସନରେ ଥିବା ଟିକେଟ୍‌ କାଉଣ୍ଟର ଖୋଲିବ ନାହିଁ। ଏପରିକି ପ୍ଲାଟ୍‌ଫର୍ମ ଟିକେଟ୍‌ ସମେତ କାଉଣ୍ଟର ଟିକେଟ୍‌ ମଧ୍ୟ ବନ୍ଦ ରହିବ। ପ୍ରଥମ […]