Advertisment

‌ଆଖି ବୁଜିଲେ ୱାର୍ଲଡ କପ୍‌ ବିଜେତା କ୍ରିକେଟର ଯଶପାଲ ଶର୍ମା

ଆଉ ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମା। ମଙ୍ଗଳବାର ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । କ୍ରିକେଟର ଯଶପାଲଙ୍କ ମୃତ୍ୟୁ ଖବର ତାଙ୍କର ପରିବାର ସୂତ୍ରରୁ ଦିଆଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
‌ଆଖି ବୁଜିଲେ ୱାର୍ଲଡ କପ୍‌ ବିଜେତା କ୍ରିକେଟର ଯଶପାଲ ଶର୍ମା

Former Cricketer Yashpal Sharma

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ମଙ୍ଗଳବାର ହୃଦଘାତରେ ପରଲୋକ ଘଟିଛି। କ୍ରିକେଟର ଯଶପାଲଙ୍କ ମୃତ୍ୟୁ ଖବର ତାଙ୍କର ପରିବାର ସୂତ୍ରରୁ ଦିଆଯାଇଛି। ଯଶପାଲ ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ୱ୍ୱାର୍ଲଡ କପ୍‌ ଜିତିଥିବା ଟିମ୍‌ରେ ସାମିଲ୍‌ ଥିଲେ। ସେ ୩୭ଟି ଏକ ଦିବସୀୟ ଏବଂ ୪୨ଟି ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୭୯ରୁ ୮୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍‌ରେ ଜଣେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଭାବ ଯଶପାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କିଛି ବର୍ଷ ପାଇଁ ସେ ରାଷ୍ଟ୍ରୀୟ ଚୟନକର୍ତ୍ତା ଭାବେ କାମ କରିଥିଲେ। ୨୦୦୮ରେ ପୁଣି ଥା ତାଙ୍କୁ ପ୍ୟାନେଲ୍‌ରେ ନିଯୁକ୍ତି ମିଳିଥିଲା। 

Advertisment

୬୬ ବର୍ଷୀୟ ଯଶପାଲ ୧୯୮୩ରେ ୱାର୍ଲ୍ଡ କପ୍‌ (ICC World Cup 1983) ରେ ଭାରତ ପକ୍ଷରୁ ସବୁଠାରୁ ଅଧିକ ରନ୍‌ କରିଥିବା ୨ୟ ଖେଳାଳି ଥିଲେ। ସେ ୩୭ ଟେଷ୍ଟ ମ୍ୟାଚ୍‌ରେ  ହାରାହାରି ୩୩.୪୫  ରନ୍‌ ଅର୍ଥାତ୍‌ ୧୬୦୬ ଏବଂ ୪୨ ଏକଦିବସୀୟ ମ୍ୟାଚରେ ୨୮.୪୮ ପ୍ରତିଶତ ଅର୍ଥାତ୍‌ ୮୮୩ ରନ୍‌ କରିଥିଲେ। 
ଅନ୍ତର୍ଜାତୀୟ କ୍ରିକେଟ ବ୍ୟତୀତ ଘରୋଇ କ୍ରିକେଟରେ ମଧ୍ୟ ଯଶପାଲଙ୍କ ରେକର୍ଡ ଭଲ ଅଛି। ସେ ୧୬୦ ଫାଷ୍ଟ କ୍ଲାସ ମ୍ୟାଚ୍‌ରେ ହାରାହାରି ୩୪.୪୨ ଅର୍ଥାତ୍‌ ୮୯୩୩ ରନ କରିଥିଲେ। ସେହିପରି ୭୪ ଲିଷ୍ଟ ଏ ମ୍ୟାଚ୍‌ରେ ୩୪.୪୨ ଅର୍ଥାତ୍‌ ୧୮୫୯ ରନ୍‌ କରିଥିଲେ। 

ମିଳିଥିବା ସୂଚନା ଅନୁଯାୟୀ, ଯଶପାଲ ଆଜି ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ମର୍ଣ୍ଣିଂ ୱାକ୍‌ରୁ ଫେରବା ପରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରସ୍ତୁତ ହେଉଥିଏ। ହେଲେ ଡାକ୍ତରଖାନା ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା

Advertisment
Yashpal Sharma
Advertisment
Advertisment