Advertisment

ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି: ସମ୍ବିତ ପାତ୍ର

ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର।

author-image
Sujit kumar Swain
ଅଦ୍ୟତନ ହୋଇଛି
Birth of Democracy Began in Puri Jagannath Dham: Sambit Patra

Puri Jagannath Dham

ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି। ଗଣତନ୍ତ୍ର ପୁରୀରେ ହିଁ ହୋଇଛି। ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। କଳିଙ୍ଗର ରାଜା ହେଉଛନ୍ତି ସ୍ବଂୟ ଜଗନ୍ନାଥ। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବସି ସେ ସାରା ବିଶ୍ବକୁ ସମ୍ଭାଳୁଛନ୍ତି। 

Advertisment

ଆହୁରି କହିଛନ୍ତି, ପ୍ରତିବର୍ଷ ମହାପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନ ଛାଡ଼ି ରଥଯାତ୍ରାରେ ବାହାରକୁ ଆସନ୍ତି। ଭକ୍ତଙ୍କୁ ଆସି ଭେଟନ୍ତି, ଏହା ହି ଗଣତନ୍ତ୍ରର ବଡ଼ ଉଦାହରଣ। ଗଜପତି ମହାରାଜା ଯିଏ ରାଜା ସିଏ ରଥରେ ଛାଡ଼ୁ ମାରନ୍ତି। ସଫେଇ କର୍ମଚାରୀ ସଦୃଶ୍ୟ ଜଗନ୍ନାଥଙ୍କ ସେବା କରନ୍ତି। ସେଥିପାଇଁ ଓଡ଼ିଶାରେ ଜାତି ପ୍ରଥା ନାହିଁ ବୋଲି ଦୋହରାଇଛନ୍ତି ସମ୍ବିତ।

ଅଧିକ ପଢ଼ନ୍ତୁ: ରାହୁଲଙ୍କ ହିନ୍ଦୁ ବୟାନ, ଲୋକସଭାରେ ହଙ୍ଗାମା; ଦେଶବାସୀଙ୍କୁ କ୍ଷମା ମାଗିବାକୁ ଗୃହମନ୍ତ୍ରୀଙ୍କ ଦାବି

Advertisment

ସେପଟେ ଆଜି ଲୋକସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି। ଆଉ ତାପୂର୍ବରୁ ବସିଛି NDA ସଂସଦୀୟ ଦଳ ବୈଠକ। ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏନଡିଏର ଏହି ଗୁରୁତ୍ବପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଛି। ବିଜେପି ଓ ସହଯୋଗୀ ଦଳର ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି।

ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦରେ ଏହା ପ୍ରଥମ ଅଭିଭାଷଣ। ତାସହ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ମୋଦି ଆଜି କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର। ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ।ତାସହ ରାହୁଲଙ୍କ ‘ହିନ୍ଦୁ ହିଂସା’ ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଛି।

Puri BJP Sambit Patra Parliament Session Democracy
Advertisment
Advertisment