/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719896334.jpg)
Narendra Modi
ଆଜି ଲୋକସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅବସରରେ ଗୃହରେ ପ୍ରଧାନମନ୍ତ୍ରୀ କହିବେ । ହେଲେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ କିପରି ରଖୁଛନ୍ତି ତା ଉପରେ ସାରା ଦେଶର ନଜର ରହିଛି।
ଅନୁମାନ କରାଯାଉଛି ଆଜି ସରଗରମ ହେବ ଲୋକସଭା । ଏହାପୂର୍ବରୁ ଆଜି NDAର ସଂସଦୀୟ ଦଳ ବୈଠକ ଡକାଯାଇଛି। ଏଠି ବିସ୍ତୁତ ରଣନୀତି ପ୍ରସ୍ତୁତ ହେବ । ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ତା ସହ ରାହୁଲଙ୍କ ‘ହିନ୍ଦୁ ହିଂସା’ ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଆରମ୍ଭ କରି ରାହୁଲ କେନ୍ଦ୍ର ସରକାର ଉପରେ ହମଲା କରିବା ସହ ନିଜକୁ ହିନ୍ଦୁ କହୁଥିବା ଲୋକ ହିଂସା ଓ ଭୟ ସୃଷ୍ଟି କରୁଥିବା ନେଇ ମନ୍ତବ୍ୟ ରଖିବାରୁ ଏହାର ତୀବ୍ର ବିରୋଧ ହୋଇଥିଲା।
ଅଧିକ ପଢ଼ନ୍ତୁ: ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି: ସମ୍ବିତ ପାତ୍ର
ଖୋଦ୍ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ହିନ୍ଦୁ ସମାଜକୁ ହିଂସୁକ କହିବା ଗମ୍ଭୀର ବିଷୟ ବୋଲି କହିଥିଲା ବେଳେ ଗୃହମନ୍ତ୍ରୀ ଏଥିପାଇଁ ଦେଶବାସୀଙ୍କ ଆଗରେ ରାହୁଲ କ୍ଷମା ମାଗିବାକୁ ଦାବି କରିଥିଲେ । ବିଜେପି ଉପରେ ହମଲା ପାଇଁ ଲୋକସଭାରେ ପ୍ରଭୁ ଶିବଙ୍କ ସାହାରା ନେଲେ । ନିଜକୁ ହିନ୍ଦୁ କହୁଥିବା ଲୋକ ହିଂସା ଓ ଭୟ ସୃଷ୍ଟି କରୁଥିବାର ମନ୍ତବ୍ୟ ବି ରଖିଲେ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଏଭଳି ମନ୍ତବ୍ୟକୁ ନେଇ ଲୋକସଭାରେ ଗତକାଲି ପ୍ରବଳ ହଙ୍ଗାମା ହୋଇଥିଲା । ବିରୋଧୀଙ୍କ ଉପରେ ସରକାରଙ୍କ ପକ୍ଷରୁ ହେଉଥିବା ହମଲାର ଅଭିଯୋଗ ଆଣିବା ସହ ହଠାତ୍ ରାହୁଲ ନିଜ ଟେବୁଲରୁ ଶିବଙ୍କ ଫଟୋ ପ୍ରଦର୍ଶିତ କରି, ତାଙ୍କରି ଠାରୁ ହିଁ ବିରୋଧୀ କେମିତି ଶକ୍ତି ପାଉଛନ୍ତି ତାହା ଦର୍ଶାଇଥିଲେ।
ତେବେ ନିୟମ ଅନୁସାରେ ଗୃହ ଭିତରେ କୌଣସି ପ୍ଲାକାର୍ଡ ଓ ଚିହ୍ନ ପ୍ରଦର୍ଶନର ବାରଣ ଥିବା କହି ଏଥିରୁ ନିବୃତ୍ତ ରହିବାକୁ କହିଥିଲେ ବାଚସ୍ପତି । ହେଲେ ଏହା ପରେ ବି ଆଉ ପାଦେ ଆଗକୁ ଯାଇ ରାହୁଲ କହିଥିଲେ ଆମର ମହାପୁରୁଷଙ୍କ ବାର୍ତ୍ତା ହେଉଛି ଡରୋ ମତ୍, ଡରାଓ ମତ୍ । ଶିବଜୀ ବି କୁହନ୍ତି ଡରୋ ମତ୍ ଡରାଓ ମତ୍ । ହେଲେ ଯେଉଁ ଲୋକ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ୨୪ ଘଣ୍ଟା ହିଂସା କରୁଛନ୍ତି, ଘୃଣା ଓ ଭୟ ସୃଷ୍ଟି କରୁଛନ୍ତି ବୋଲି ମନ୍ତବ୍ୟ ରଖିଥିଲେ ରାହୁଲ ।
ରାହୁଲଙ୍କ ଏ ବୟାନକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ହୋଇଥିଲା । ସରକାରୀ ପକ୍ଷ ସଦସ୍ୟ ଏହାର ତୀବ୍ର ବିରୋଧ କରିଥିଲା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାହୁଲଙ୍କ ଭାଷଣ ମଝିରେ ନିଜ ଆସନରୁ ଉଠି ରାହୁଲଙ୍କ ବୟାନର କଡ଼ା ବିରୋଧ କରିଥିଲେ । କହିଥିଲେ ତମାମ ହିନ୍ଦୁ ସମାଜକୁ ହିଂସୁକ କୁହାଯିବା ଗମ୍ଭୀର ବିଷୟ ।
ଯାହା ଉପରେ ତୁରନ୍ତ ପ୍ରତିକ୍ରିୟା ରଖି ବିଜେପି ପୂରା ହିନ୍ଦୁ ସମାଜ ନୁହଁନ୍ତି ବୋଲି ସଫେଇ ରଖିଥିଲେ ରାହୁଲ । ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତୀବ୍ର ଆପତ୍ତି ଉଠାଇଥିଲେ । ଶାହ କହିଥିଲେ ରାହୁଲ କହିବାକୁ ଚାହାନ୍ତି କି ଦେଶର କୋଟି କୋଟି ହିନ୍ଦୁ ହିଂସୁକ ଅଟନ୍ତି । ହିଂସାକୁ କୌଣସି ବି ଧର୍ମ ସହ ଯୋଡ଼ିବା ଉଚିତ୍ ନୁହେଁ । ତେଣୁ ଏଭଳି ବୟାନ ପାଇଁ ରାହୁଲଙ୍କୁ ଦେଶବାସୀଙ୍କ ସାମ୍ନାରେ କ୍ଷମା ମାଗିବାକୁ ଦାବି କରିଥିଲେ ଗୃହମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)