Advertisment

IBPS Clerk Recruitment: ବ୍ୟାଙ୍କ୍‌ରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁଯୋଗ; ପୂରଣ ହେବ ୬ ହଜାରରୁ ଅଧିକ ପଦବୀ

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ୍‌ ସିଲେକସନ(IBPS) ୧୧ ଟି ପବ୍ଲିକ ସେକ୍ଟର ବ୍ୟାଙ୍କରେ ଦମଦାର୍ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଆଇବିପିଏସ୍ କ୍ଲେକ୍ CRP XIV ଅଧୀନରେ ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
IBPS Clerk Recruitment apply for 6,128  Posts

IBPS Clerk Recruitment apply for 6,128 Posts

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ୍‌ ସିଲେକସନ(IBPS) ୧୧ ଟି ପବ୍ଲିକ ସେକ୍ଟର ବ୍ୟାଙ୍କରେ ଦମଦାର୍ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଆଇବିପିଏସ୍ କ୍ଲେକ୍ CRP XIV ଅଧୀନରେ ଆସିଛି। ଏନେଇ IBPS ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଭାରତ ସରକାରର ଏହି ବିଭାଗରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧମରେ କ୍ଲର୍କ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬ ହଜାରରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: SSC MTS Havaldar Recruitment 2024: ପୂରଣ ହେବ ୮ ହଜାରରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IBPSର ଅଫିସିଆଲ୍ ୱେବ୍‌ସାଇଟ୍‌ ibps.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ IBPS Clerk Recruitment apply for 6,128 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ଜୁଲାଇ ୨୦୨୪
  • ପରୀକ୍ଷା – ୧୨ ଅଗଷ୍ଟ ରୁ ୧୭ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • ମୋଟ୍ – ୬,୧୨୮ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: Bharat Electronics Recruitment 2024: BELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଚୟନ ହେଲେ ଦରମା ୯୦ ହଜାର

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୦୧।୦୭।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ମାସିକ ଦରମା – ୨୯, ୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୮୫୦ ଟଙ୍କା
  • SC/ST/PWBD/ESM – ୧୭୫ ଟଙ୍କା

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଂଶଗ୍ରହଣକାରୀ ବ୍ୟାଙ୍କ୍‌:

ନିଯୁକ୍ତି ପାଇଁ ସମୁଦାୟ ୧୧ ଟି ବ୍ୟାଙ୍କ - ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ୍‌, ଓଭର୍‌ସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌, ୟୁନିୟନ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍‌ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ୍ ବ୍ୟାଙ୍କ୍‌ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ୍‌।

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍- ibps.in କୁ ଯାଆନ୍ତୁ
  • CRP - କ୍ଲର୍କ - XIV ଉପରେ କ୍ଲିକ୍ କରନ୍ତୁ
  • ଆବେଦନ କରିବାକୁ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ଲଗଇନ୍ ପରିଚୟପତ୍ର ଏଣ୍ଟ୍ରୀ କରନ୍ତୁ
  • ଲଗ୍‌ଇନ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ
  • ସ୍କାନ୍ ହୋଇଥିବା ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ

ଅଧିକ ପଢ଼ନ୍ତୁ: SSC CGL Vacancy: ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ; SSCରେ ପୂରଣ ହେବ ୧୭୭୦୦ରୁ ଅଧିକ ପଦବୀ

Govt Jobs IBPS Jobs Bank Jobs Bank Job Vacancy
Advertisment
Advertisment