• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜଣେ ମହିଳା ଓ ପୁରୁଷଙ୍କୁ ସର୍ବ ସମ୍ମୁଖରେ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ତୃଣମୂଳ କଂଗ୍ରେସ କର୍ମୀ ତଜମୂଲ ହକ୍ । ଦେଶରେ ନୂତନ କ୍ରିମିନାଲ ଲ' ଲାଗୁ ହେବା ପରେ ପଶ୍ଚିମବଙ୍ଗ ପୋଲିସର ଏହା ପ୍ରଥମ ଗିରଫଦାରୀ । ତଜମୁଲକୁ ଗିରଫ କରିବା ପରେ ଇସଲାମପୁର ମେଡିକାଲରେ ତାର ଡାକ୍ତରୀ ପରୀକ୍ଷା କରି ଜେଲ ପଠାଇଛି ପୋଲିସ ।

ଜଣେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅବୈଧ ସଂପର୍କ ସନ୍ଦେହ କରି ପଶ୍ଚିମବଙ୍ଗ ଚୋପରରେ ତଜମୁଲ ବିଚ୍ ବଜାରରେ ସେମାନଙ୍କୁ ମାଡ଼ ମାରିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ବିଜେପି ବିଧାୟକ ପୋଲିସରେ ଏତଲା ଦେଇଥିଲେ । ସେହି ଭିଡିଓ ଆଧାରରେ ପୋଲିସ ତଜମୁଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେପଟେ ଦେଶରେ ନୂଆ ଫୌଜଦାରୀ ଆଇନ ଲାଗୁ ହୋଇଛି । ଯାହାର ପ୍ରଭାବ ଆଜିଠୁ ଦେଖିବାକୁ ମିଳିଛି । ଦିଲ୍ଲୀ ପୋଲିସରେ ଆଜି ସକାଳୁ ନୂଆ ଆଇନରେ ଏଫଆଇଆର ରେଜିଷ୍ଟର ହେବା ଆରମ୍ଭ ହୋଇଛି । ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ମାମଲା ରୁଜୁ ହୋଇଛି । ଏଥିପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା । ଏହା ସହ ନୂଆ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଥିବା ବେଳେ ଏନେଇ ସମସ୍ତ ଅଭିଯୋଗକୁ ନେଇ ସ୍ପଷ୍ଟତା ଆଣିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ନୂଆ ଆଇନ ଲୋକଙ୍କ ସୁବିଧା ପାଇଁ । ୭୭ ବର୍ଷରେ ଯାହା ହୋଇପାରିନି ତାହା ଏବେ ହେଲା । ଲୋକଙ୍କୁ ସ୍ୱଦେଶୀ ଆଇନ ମିଳିଲା ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ପୂର୍ବରୁ ପୋଲିସର ସ୍ୱାର୍ଥକୁ ରକ୍ଷା କରାଯାଉଥିଲା ଏବେ ପୀଡ଼ିତଙ୍କ ଅଧିକାରକୁ ସୁରକ୍ଷା ଦିଆଯାଇଛି । ମହିଳା ଓ ଶିଶୁଙ୍କୁ ସବୁଠୁ ଅଧିକ ଗୁରୁତ୍ୱ ଭାରତୀୟ ନ୍ୟାୟ ସହିଂତାରେ ଥିବା କହିଛନ୍ତି ଶାହ । ଦଣ୍ଡ ଦେବା ପାଇଁ ନୁହେଁ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଏହି ବ୍ୟବସ୍ଥା ବୋଲି ସେ ଦୋହରାଇଛନ୍ତି । ସେପଟେ ନୂଆ ଆଇନକୁ କିପରି ଲାଗୁ କରାଯିବ ଓ ଏହାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ ।

OTV is now on Whatsapp

Join and get latest news update delivered to you via whatsapp

Join Now