• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ipl
ଆଇପିଏଲ୍‌ ମହାସମର: ରାଜସ୍ଥାନକୁ ୨୫ ରନ୍‌ରେ ହରାଇଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲ୍-୧୧ରୁ ବାଦ୍ ପଡ଼ିଲା ରାଜସ୍ଥାନ ରୟାଲ୍ସ।  ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏଲିମିନେଟରରେ ରାଜସ୍ଥାନକୁ ୨୫ ରନ୍‌ରେ ହରାଇ ମ୍ୟାଚ୍ ହାତେଇ ନେଇଛି କୋଲକାତା ନାଇଟ୍ ରାଇଡର୍ସ। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ଓ୍ୱିକେଟ୍ ହରାଇ ୧୬୯ ରନ୍ ହାସଲ କରିଥିଲା। ଅଧିନାୟକ ଦିନେଶ କାର୍ତ୍ତିକଙ୍କ ୫୨ ଓ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍‌ଙ୍କ ୪୯ ରନ ବଳରେ ରାଜସ୍ଥାନ ଆଗରେ ୧୭୦ ରନ୍‌ର ଟାର୍ଗେଟ ରଖିଥିଲା କୋଲକାତା। ତେବେ […]

she team
ଆରମ୍ଭ ହେଲା ଗଜପତି ଏସ୍‌ପିଙ୍କ ସି-ଟିମ୍

ଗଜପତି(ଆଦର୍ସ ଦାସ) :  ବ୍ଲାକ ଟି ସାର୍ଟ ସାଙ୍ଗକୁ ଜିନ୍ ପ୍ୟାଣ୍ଟ ଏବଂ ହ୍ୱାଇଟ ସୁ। ରୋଡ୍ ରୋମିଓଙ୍କୁ ସାବାଡ କରିବା ପାଇଁ  ଏ ହେଉଛନ୍ତି ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ସି-ଟିମ୍।  ଶୁକ୍ରବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଏହି ଟିମ୍। ଏଥିପାଇଁ ସ୍ୱତନ୍ତ୍ର ଲୋଗ ଉନ୍ମୋଚନ ସହ ସହାୟତା ପାଇଁ ସ୍ୱତନ୍ତ୍ର ନମ୍ବର ମଧ୍ୟ ଜାରି କରାଯାଇଛି। ଅସୁବିଧା ସମୟରେ ୯୪୩୮୯୧୬୭୦୭ ଏବଂ ୦୬୮୧୫-୨୨୨୩୮୮ ନମ୍ବରରେ କଲ୍ କରିବା ମାତ୍ରେ […]

dutee chand
ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ଅବହେଳା

ଭୁବନେଶ୍ୱର: ରିଓ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାରଙ୍କ ଅବହେଳା।  ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ  କିନ୍ତୁ ଏହା ଭିତରେ ଦୁଇବର୍ଷ ବିତି ଯାଇଥିଲେ ବି ଦୂତିଙ୍କୁ ଘରଖଣ୍ଡିଏ ମିଳିନାହିଁ। ରିଓ ଅଲିମ୍ପିକରେ ଭାଗ ନେଇ ସାରା ଓଡିଶାକୁ ଗର୍ବିତ କରିଥିବା ଏହି ଆଥଲେଟ୍‌ ଏବେ ନିଜର କ୍ଷୋଭକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଜାଗା ଟିଏ […]

meeting
ପ୍ଲସ୍ ୩ରେ ଏକକ ପାଠ୍ୟକ୍ରମ ଲାଗୁ ନେଇ ମାନସ ମନ୍ଥନ

ଭୁବନେଶ୍ୱର : ରାଜ୍ୟରେ ପ୍ଲସ୍ ୩ରେ ଏକକ ପାଠ୍ୟକ୍ରମ ଲାଗୁ ନେଇ ହୋଇଛି ମାନସ ମନ୍ଥନ। ଭୁବନେଶ୍ୱରରେ ପ୍ଲସ୍ ୩ କଲେଜ ଅଧ୍ୟକ୍ଷ ମାନଙ୍କ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଛି। ଏହାସହ ଉଚ୍ଚଶିକ୍ଷାର ବିକାଶ କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏହି ସମ୍ମିଳନୀରେ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷ ଯୋଗଦେଇଛନ୍ତି। ଅଧ୍ୟକ୍ଷ ମାନଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ଅତିରିକ୍ତ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ।

kolkata
ଜଳଖିଆ ଖାଇ ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରୀ ଅସୁସ୍ଥ

କୋଲକାତା: କୋଲକାତା ଅଭିମୁଖେ ଯାଉଥିବା ୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ପପ୍ରେସରେ ଜଳଖିଆ ଖାଇ ୩୩ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁସାରେ, ପ୍ରଥମେ ବେଲ୍‌ଦା ଷ୍ଟେସନ ନିକଟରେ ୨ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ।  କିଛି ସମୟ ଭିତରେ ଆଉ ୧୫ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଟ୍ରେନ ଖଡଗପୁର ଷ୍ଟେସନରେ ପହଞ୍ଚିବା ପରେ ଅସୁସ୍ଥଥିବା ୧୫ଜଣ ଯାତ୍ରୀଙ୍କୁ  ଚିକିତ୍ସା କରାଯାଇଥିଲା।  ଏଥିପାଇଁ ଟ୍ରେନଟି ଖଡଗପୁର ଷ୍ଟେସନରେ ପ୍ରାୟ ଏକ […]

rainfall
ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ସତର୍କତା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆକାଶ ମେଘାଛନ୍ନ ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ଓ କୁଆପଥର ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘଣ୍ଟାପ୍ରତି ୪୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ ମଧ୍ୟ କରିଛି ପାଣିପାଗ ବିଭାଗ। ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନେ […]

doctor
ଡାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ମେଡିକାଲ କଲେଜ୍‌ରେ ଉତ୍ତେଜନା

ବାରିପଦା : ମୟୂରଭଞ୍ଜ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା।  ଡାକ୍ତର ଓ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାମ ବନ୍ଦ କରି ଫାଣ୍ଡି ଆଗରେ ଧାରଣାରେ ବସିଥିଲେ କାର୍ଯ୍ୟରତ ଡାକ୍ତର ଓ ନର୍ସ।ମୟୂରଭଞ୍ଜ ସିଡିଏମ୍ଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ନର୍ସ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।  ଖୁବ୍ ଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବାପାଇଁ ସେ ଅନୁରୋଧ କରିଛନ୍ତି।  ସୋମବାର ଏ ସଂପର୍କରେ ଆଲୋଚନା ହୋଇ ଏହାର ସମାଧାନ […]

sambalpur
ପୁଣି ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା

ସମ୍ବଲପୁର: ପୁଣି ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା। ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି  ୧୫ ବର୍ଷୀୟା ନାବାଳିକାଙ୍କ ସହ ଗତ ୨ ତାରିଖରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଗତକାଲି ଘରେ କେହି ନ ଥିବା ବେଳେ ନାବାଳିକା ଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲ୍‌ରେ […]

rabada
ଶ୍ରୀଲଙ୍କାକୁ ସେମିଫାଇନାଲ୍‌ ରେସ୍‌ରୁ ବିଦା କଲା ଦକ୍ଷିଣ ଆଫ୍ରିକା

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସମ୍ମାନ ରକ୍ଷା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ୧ ୱିକେଟ୍ […]

revenue
୨୩ ଦିନ ପରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଦୀର୍ଘ ୨୩ ଦିନର ଆନ୍ଦୋଳନ ପରେ ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗ ଦେବେ ରାଜସ୍ୱ ଅମଲା ସଂଘ। ୨୩ ଦିନ ଧରି ଜିଦ୍‌ରେ ଅଟଳ ରହିବା ପରେ ଗତକାଲି ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ଓଡ଼ିଶା ରାଜସ୍ୱ ଅମଲା ସଂଘ। ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।  ତେଣୁ ଆସନ୍ତାକାଲି ଠାରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସାଧାରଣ ସଂପାଦକ ନରେଶ ମହାପାତ୍ର […]

rmy
ସୁଧୁରୁନି ପାକିସ୍ତାନ: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ସୀମାରେ ଯୁଦ୍ଧ ସ୍ଥିତି

ଶ୍ରୀନଗର: ସୁଧୁରୁନି ପାକିସ୍ତାନ। ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି। ଏହାକୁ ନେଇ ଭାରତ-ପାକ୍ ସୀମାରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ଦେଖା ଦେଇଛି। ଗତକାଲି ପୁଣି ମୋର୍ଟାର ମାଡ଼ କରିଛି ପାକିସ୍ତାନ। ଏଥିରେ ୪ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ସୀମାବର୍ତ୍ତୀ ଅଞ୍ଚଳରେ ଅନେକ ଘର ବି କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି। ଲଗାତର ୭ଦିନ ଧରି ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ […]

TEAM INDIA
ଟିମ୍ ଇଣ୍ଡିଆର ନୂଆ ଅରେଞ୍ଜ୍ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ : ଭାରତର ଆଇସିସି ବିଶ୍ୱକପରେ ଅରେଞ୍ଜ୍ ଜର୍ସି ଉପରୁ ପର୍ଦ୍ଦା ହଟିଛି। ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ନାଇକି ଶୁକ୍ରବାର ଅରେଞ୍ଜ୍ ଜର୍ସିର ଫଟୋ ଜାରି କରିଛି। ରବିବାର ଇଂଲଣ୍ଡ ବିପକ୍ଷ ହେବାକୁଥିବା ମ୍ୟାଚରେ ଭାରତୀୟ ଟିମ୍ ଏହି ଜର୍ସି ପିନ୍ଧି ଖେଳିବ। ଏ ନେଇ ନାଇକି ପକ୍ଷରୁ କୁହାଯାଇଛି ଯେ, ଟିମ୍ ଇଣ୍ଡିଆ ଜୁନ୍ ୩୦ ତାରିଖରେ ବର୍ମିଂହାମରେ ପ୍ରଥମଥର ତା’ର ନୂଆ ଜର୍ସି ପିନ୍ଧିବ। ଚଳିତ ବର୍ଷ ଦିନିକିଆ ଏବଂ ଆୱେ କିଟର […]

congress
କଂଗ୍ରେସରେ ଆର୍ଥିକ ସଙ୍କଟ: ୫ ମାସ ହେଲା ପିସିସିକୁ ଟଙ୍କାଟିଏ ବି ମିଳିନି

ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଏବେ ପାଣ୍ଠିର ଘୋର ସଙ୍କଟ ଦେଖା ଦେଇଛି। ପାଞ୍ଚ ମାସ ହେଲାଣି ଏଆଇସିସିରୁ କୌଣସି ପିସିସିକୁ ଟଙ୍କାଟିଏ ବି ଫଣ୍ଡ ଆସିନି। ଏମିତିକି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ବି ଦଳ ଅର୍ଥ ସଂଗ୍ରହ କରିପାରୁନି। ସ୍ଥିତିର ମୁକାବିଲା ପାଇଁ ଦଳୀୟ ସଦସ୍ୟମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛି କଂଗ୍ରେସ। ଏଥିସହିତ ଖର୍ଚ୍ଚ କମାଇବାକୁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସର ଅବସ୍ଥା ଏଭଳି ହୋଇଛି ଯେ, ଦଳ ଚଳାଇବାକୁ ନେତା […]

ଐଓଊଆଈ
ପିଇବା ପାଣି ପାଇଁ ବଜେଟ୍‌ରେ ବ୍ୟବସ୍ଥା

ଭୁବନେଶ୍ୱର : ପାଇପ୍‌ ଜଳ ଯୋଗାଣ ପାଇଁ ୫ ହଜାର କୋଟିର ବ୍ୟୟ ବରାଦ। ଗ୍ରାମାଞ୍ଚଳରେ ପାଇପ୍‌ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଓ ସହରାଞ୍ଚଳରେ ପିଇବା ପାଣି ପାଇଁ ୩୮୫ କୋଟି ଟଙ୍କା। ଏହି ବ୍ୟୟ ଅଟକଳ ବସୁଧା ଯୋଜନା ଅଧୀନ।ଜାତୀୟ ଗ୍ରାମାଞ୍ଚଳ ପିଇବା ପାଣି କାର୍ଯ୍ୟକ୍ରମ(ଏନ୍‌ଆରଡିଡବ୍ଲ୍ୟୁପି) ପାଇଁ ୫୦୦ କୋଟିର ବ୍ୟୟ ବରାଦ ଏସସି / ଏସଟିଙ୍କ ପାଇଁ ୧-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପାଇଁ ୨୩ ହଜାର ୭୬୦ […]

moong
ଆପଣଙ୍କୁ ସାରା ଜୀବନ ଫିଟ୍‌ ରଖିବ, ରୋଗ ଦାଉରୁ ରକ୍ଷା କରିବ ଏହି ଖାଦ୍ୟ....

ଭୁବନେଶ୍ୱର( ବିମଳ ବେହେରା):  ଆଜିକାଲି ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପାଟିକୁ ସୁଆଦିଆ ଲାଗୁଛି ଓ ପେଟ ପୂରୁଛି ସତ । କିନ୍ତ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ମିନେରାଲ ମିଳିପାରୁ ନାହିଁ । ତେଣୁ ଆମର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଆମ ପ୍ରତିଦିନ ନୂଆ ନୂଆ ରୋଗର ଶିକାର ହୋଇ ଚାଲିଛୁ । ଆମ ହାତ ପାହାନ୍ତାରେ ଏଭଳି ଖାଦ୍ୟ ଅଛି ଯାହା ଖାଇଲେ ଆମ ଶରୀରର ଭିଟାମିନ୍ ଅଭାବ ଦୂର […]

sami
ଶାମିଙ୍କୁ ନିର୍ଲଜ-ଲଫଙ୍ଗା କହିଲେ ପତ୍ନୀ ହସୀନ୍‌ ଜାହାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସଙ୍ଗୀନ ପୁଣି ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍‌ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି ବୋଲି ସେ ଫେସବୁକ୍‌ ଜରିଆରେ ଅଭିଯୋଗ ଆଣିଛନ୍ତି। ଶାମି ଓ ହସୀନ୍‌ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗିରହିଥିବାବେଳେ ଏବେ ହସୀନ୍‌ ଆଣିଥିବା ଅଭିଯୋଗ ଏହାକୁ […]

pakka ghar
ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍କାଘର ବାହାସ୍ପୋଟ

ଭୁବନେଶ୍ୱର: ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣର ସଫଳତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ ୧୭ ଲକ୍ଷ ପକ୍କାଘର କରି ବାହାବା ଗୋଟାଉ ଥିବା ସରକାରଙ୍କ ଖୋଦ୍ ପଞ୍ଚାୟତିରାଜ ବିଭାଗର ତଥ୍ୟ ହିଁ ଏହି ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଦେଇଥିବା ତଥ୍ୟ ସହ ସରକାରଙ୍କ ତଥ୍ୟର ତାଳ ମେଳ ନାହିଁ। ଏପଟେ ପକାଘର ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଗରିବଙ୍କ ଆଖିରୁ ପାଣି ମଲାଣି। ହେଲେ […]

health
ଶିକ୍ଷା ବଜେଟ୍ କମିଲା ; ସ୍ୱାସ୍ଥ୍ୟ ବଜେଟ ଟଙ୍କାଟିଏ ବି ବଢ଼ିଲାନି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ କ୍ଷମତାସୀନ ବିଜେଡି ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟକୁ ଜନମଙ୍ଗଳ ଓ ବିକାଶମୁଖୀ ବଜେଟ ବୋଲି ଦାବି କରିବା ସହ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର‌୍ୟ ଦୂରୀକରଣ, ଖାଦ୍ୟ ନିରାପତ୍ତା, ସର୍ବାଙ୍ଗୀନ ବିକାଶ ସମେତ ମହିଳା, ଶିଶୁ, ଚାଷୀ, ଶ୍ରମିକ, ବରିଷ୍ଠ ନାଗରିକ,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଥିବା ଅର୍ଥମନ୍ତ୍ରୀ […]

kumaraswamyoath
ମୋଦି ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ

ବେଙ୍ଗାଲୁରୁ: କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ ବାହାନାରେ ମୋଦି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ। ଗୋଟିଏ ମଞ୍ଚରେ ଏକାଠି ହେଲେ ସୋନିଆ, ରାହୁଲ, ମମତା, ମାୟାବତୀ, ଅଖିଳେଶ ଓ ଚନ୍ଦ୍ରବାବୁଙ୍କ ଭଳି ଡଜନେରୁ ଅଧିକ ତୁଙ୍ଗ ରାଜନେତା । ବାର୍ତ୍ତା ଦେଇଛନ୍ତି, ଏବେ ଏକାଠି ହେବାର ସମୟ। ଏହାରି ଭିତରେ ଏକ ଭବ୍ୟ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚ୍.ଡି. କୁମାରସ୍ୱାମୀ। ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି କଂଗ୍ରେସର ଜି. ପରମେଶ୍ୱର। ଆଜି ଥିଲା କର୍ଣ୍ଣାଟକ ହାଇଡ୍ରାମାର ଆଉ […]

NREGA
ମନରେଗାରେ ମେସିନ୍‌ରେ ହେଉଛି କାମ, ହାତ ବାନ୍ଧି ବସିଛନ୍ତି ଶ୍ରମିକ

ନୟାଗଡ଼: ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ନୟାଗଡ଼ ଜିଲ୍ଲାରେ । ଏହି ଜିଲ୍ଲାର ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ ଓ ଛଣପୋଖରୀ ଗାଁରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ୍। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ, ଛଣପୋଖରୀ ଗାଁରେ ଜେସିବି ମେସିନ ଲଗାଇ ରାତିରେ କାମ ହେଉଛି । ପୋଖରୀ କାମ ବାବଦକୁ ପ୍ରାୟ ୧୫ ଲକ୍ଷ […]

waterproblem
  ମୁନ୍ଦାଏ ପାଣି ପାଇଁ ଯେଉଁଠି ବାଜି ଲାଗେ ଜୀବନ

ବଲାଙ୍ଗିର/କେନ୍ଦୁଝର: ଯୋଜନ ଦୂରରେ ଯୋଜନା। ସରକାରଙ୍କ ବିକାଶ ମୂଳକ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚିପାରୁନି । ସବୁଦିନ ପାଣି ମୁନ୍ଦାଏ ପାଇଁ ଯିବାକୁ ପଡ଼ୁଛି ମାଇଲ୍ ମାଇଲ୍ ବାଟ। ତଥାପି ବି ମିଳୁନି ଶୁଦ୍ଧ ପାଣି, ଲୋକେ ପାଣି ପାଇଁ ସଂଘର୍ଷ କରୁଛନ୍ତି। ବଲାଙ୍ଗିର କରୁଆଁଝର ଗାଁ ଏବଂ ତେଲକୋଇର ରାଙ୍କି ଗାଁରେ ଏଭିଳି ଅବସ୍ଥା ଦେଖିବାକୁ ମିଳିଛି। ବଲାଙ୍ଗିର କରୁଆଁଝର ଗାଁରେ ଲୋକେ ପାଣି ପାଇଁ କିଭଳି ସଂଘର୍ଷ କରୁଛନ୍ତି ତା ନ ଦେଖିଲେ ବିଶ୍ୱାସ ହେବ […]