• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

NREGA
ମନରେଗାରେ ମେସିନ୍‌ରେ ହେଉଛି କାମ, ହାତ ବାନ୍ଧି ବସିଛନ୍ତି ଶ୍ରମିକ

ନୟାଗଡ଼: ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ନୟାଗଡ଼ ଜିଲ୍ଲାରେ । ଏହି ଜିଲ୍ଲାର ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ ଓ ଛଣପୋଖରୀ ଗାଁରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ୍। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ, ଛଣପୋଖରୀ ଗାଁରେ ଜେସିବି ମେସିନ ଲଗାଇ ରାତିରେ କାମ ହେଉଛି । ପୋଖରୀ କାମ ବାବଦକୁ ପ୍ରାୟ ୧୫ ଲକ୍ଷ […]

waterproblem
  ମୁନ୍ଦାଏ ପାଣି ପାଇଁ ଯେଉଁଠି ବାଜି ଲାଗେ ଜୀବନ

ବଲାଙ୍ଗିର/କେନ୍ଦୁଝର: ଯୋଜନ ଦୂରରେ ଯୋଜନା। ସରକାରଙ୍କ ବିକାଶ ମୂଳକ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚିପାରୁନି । ସବୁଦିନ ପାଣି ମୁନ୍ଦାଏ ପାଇଁ ଯିବାକୁ ପଡ଼ୁଛି ମାଇଲ୍ ମାଇଲ୍ ବାଟ। ତଥାପି ବି ମିଳୁନି ଶୁଦ୍ଧ ପାଣି, ଲୋକେ ପାଣି ପାଇଁ ସଂଘର୍ଷ କରୁଛନ୍ତି। ବଲାଙ୍ଗିର କରୁଆଁଝର ଗାଁ ଏବଂ ତେଲକୋଇର ରାଙ୍କି ଗାଁରେ ଏଭିଳି ଅବସ୍ଥା ଦେଖିବାକୁ ମିଳିଛି। ବଲାଙ୍ଗିର କରୁଆଁଝର ଗାଁରେ ଲୋକେ ପାଣି ପାଇଁ କିଭଳି ସଂଘର୍ଷ କରୁଛନ୍ତି ତା ନ ଦେଖିଲେ ବିଶ୍ୱାସ ହେବ […]

ଈଓଊଫଓ ଭଓଊଈଓ
ରଥଯାତ୍ରା ବେଳେ ପିପିଲି ଟୋଲ୍‌ ଗେଟ୍‌ରେ ଆଦାୟ ହେବନି ଫି’

ପୁରୀ : ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମଝିରେ ଅଛି ମାତ୍ର ୫ଦିନ। ଏଥର ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଶେଷ ସମନ୍ୱୟ କମିଟି ବୈଠକ। ଯେଉଁଥିରେ ମୁଖତଃ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ରେଳ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ସହ ଓ ଶୃଙ୍ଖଳିତ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା। ଏକ ବଡ଼ ନିଷ୍ପତ୍ତି କ୍ରମେ ଏଥର ଗୁଣ୍ଡିଚା, ବାହୁଡ଼ା ଓ […]

BUDGET
ବଜେଟରେ ‘ମିଶନ ଶକ୍ତି’; ମହିଳା ବିକାଶକୁ ମିଳିଛି ଗୁରୁତ୍ୱ

ଭୁବନେଶ୍ୱର : ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ବିକାଶ ସହ ମିଶନ ଶକ୍ତିକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ମହିଳା ସଶକ୍ତିକରଣ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଅଧୀନରେ ଥିବା ସେମାନଙ୍କ ସଂଘ ପାଇଁ ୩୦୧ […]

citahahelicopter
ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିୟମିତ ଉଡାଣ ବେଳେ ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ୯ଟା ୫୦ରେ ହେଲିକପ୍ଟର ଜାମ୍ମୁରୁ ନାଥାକୁ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ହେଲିକପ୍ଟରରେ ଦୁଇଜଣ ବିମାନ କର୍ମଚାରୀ ଓ ଦୁଇଜଣ ଯାତ୍ରୀ ଥିଲେ।  ସମସ୍ତେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ି ନ ଥିବା ବେଳେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

school pASS FAIL
ଫେରିବ ପାସ୍-ଫେଲ୍ ! ପଞ୍ଚମ ଓ ଅଷ୍ଟମରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା

ଭୁବନେଶ୍ୱର : ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହୋଇପାରେ ପାସ୍ ଫେଲ ବ୍ୟବସ୍ଥା। ଉଭୟ ଶ୍ରେଣୀରେ ପିଲାଙ୍କ ପାଇଁ ପରୀକ୍ଷା ଓ ପାସ୍‌ଫେଲ ବ୍ୟବସ୍ଥା କରାଇବାକୁ ଯୋଜନା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବହୁ ପୂର୍ବରୁ ପ୍ରଚଳିତ ଥିବା ଏ ବ୍ୟବସ୍ଥାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ଗଭୀର ଭାବେ ଅନୁଶୀଳନ କରାଯାଉଛି। ପଞ୍ଚମରେ ଫେଲ ପିଲାଙ୍କୁ ପୁଣି ଥରେ ପରୀକ୍ଷା […]

sterliteprotest
ତୁତିକୋରିନ ଗୁଳିକାଣ୍ଡକୁ ନେଇ ତେଜିଲା ତାମିଲନାଡୁ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଥିରୁଅନନ୍ତପୁରମ: ତୁତିକୋରିନରେ ଥିବା ଷ୍ଟେରଲାଇଟ୍ କମ୍ପାନୀଙ୍କୁ ବିରୋଧ କରି ପୋଲିସ ଗୁଳିରେ ୧୧ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାରେ ତାମିଲନାଡୁରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି। ଏହାକୁ ବ୍ରିଟିଶ ଅମଳର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସହ ତୁଳନା କରିଛନ୍ତି ଡିଏମ୍‌କେ ନେତା ଏମ.କେ.ଷ୍ଟାଲିନ୍। ପୋଲିସ କାହା ନିର୍ଦ୍ଦେଶରେ ଗୁଳି ଚଳାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପିଏମ୍‌କେ ନେତା ଅନବୁ ମଣି ରାମଦୋସ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ପୋଲିସ ଅତି ନୃଶଂସ ଭାବେ ସାଧାରଣ ଲୋକଙ୍କୁ ହତ୍ୟା କରିଛି। ଗୁଳିମାଡ଼ […]

school
ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ପ୍ରୟାସ

ଭୁବନେଶ୍ୱର : ଘରୋଇ ସ୍କୁଲ ଭଳି କେମିତି ଭଲ ରେଜଲ୍ଟ କରିବେ ସରକାରୀ ସ୍କୁଲ ? ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ିବ କିପରି ? ପିଲାଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉତ୍ତମ ଶିକ୍ଷା ଗ୍ରହଣରେ ପିତାମାତାଙ୍କ ଭୂମିକା କଣ ? ଏଭଳି କିଛି ମୌଳିକ ପ୍ରଶ୍ନର ସାମୁହିକ ଉତ୍ତର ଏବଂ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ଆଜି ରାଜ୍ୟବ୍ୟାପୀ ପ୍ରଥମ ଥର ଲାଗି ସମସ୍ତ ସ୍କୁଲରେ ଅନୁଷ୍ଠିତ ହୋଇଛି ଶିକ୍ଷକ-ଅଭିଭାବକ ବୈଠକ। […]

fuel image
ତୈଳ ଦର ଚିନ୍ତା: ବସିଲା କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ : ବଢୁଥିବା ତୈଳ ଦରକୁ ନେଇ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ପେଟ୍ରୋଲ, ଡିଜେଲ୍ ଦରକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ସେପଟେ ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଇଚ୍ଛୁକ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବପ୍ରତାପ ଶୁକ୍ଲା। ତେବେ ଏଥିପାଇଁ ସବୁ ରାଜ୍ୟକୁ ଚିନ୍ତା କରିବାକୁ […]

sushant-1
ଅକ୍ଷମତା ପାଖରେ ହାରିଯାଇ ନାହାଁନ୍ତି ସୁଶାନ୍ତ : ପରିବା ବିକି ବୃଦ୍ଧା ମାଆର ହୋଇଛନ୍ତି ସାହାରା

ଭୁବନେଶ୍ୱର (ପ୍ରଦେଶ ପ୍ରତ୍ୟୁଷ) :  ସମୟ ଓ ପରିସ୍ଥିତି ମଣିଷକୁ ଅନେକ କିଛି ଶିଖାଇଥାଏ। ଏହାକୁ ପାଥେୟ କରି ମଣିଷ ସବୁ ଦୁଃଖ ଓ ଅଭାବକୁ ସାମ୍ନା କରେ। ଦୃଢ ଇଚ୍ଛା ଶକ୍ତିରେ ଜୀବନ ଜିଇଁବା ଶିଖେ। ଏମିତି ଏକ ଘଟଣା ଘଟିଛି ସୁଶାନ୍ତଙ୍କ ଜୀବନରେ। ସୁଶାନ୍ତ କୁମାର ଗୌଡ଼। ରୁହନ୍ତି ଭୁବନେଶ୍ୱରର ଘାଟକିଆ ଅଞ୍ଚଳର ନାକା ଗେଟ୍‌ ତଳସାହିରେ। ବୟସ ୨୨ବର୍ଷ ହେବ। ନିଜର ମା ଛଡା ନିଜର ବୋଲି ଆଉ କେହି ନାହାନ୍ତି। ଗୋଟିଏ […]

bidget
୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ ; କେଉଁ ବିଭାଗ ପାଇଁ କେତେ ବଜେଟ୍ ଆବଣ୍ଟନ ହୋଇଛି , ଜାଣନ୍ତୁ

ଭୁବନେଶ୍ୱର  : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ପାଣ୍ଠି ଅର୍ଥ ବିଭାଗକୁ ଆବଣ୍ଟିତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ ବିଭାଗ ଓ କୃଷି ବିଭାଗ ପାଇଁ ଅପେକ୍ଷାକୃତ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି। ବିଭାଗ                      […]

train inquiry
ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ

ରାୟଗଡ଼ା(ମନୋଜ ପାତ୍ର) : ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣା ପରେ ଆରମ୍ଭ ହୋଇଛି ତଦନ୍ତ। ଟାୱାର ମେଣ୍ଟେନାସ ଇଞ୍ଜିନ ଧକ୍କା ଓ ଏଥିରେ ତିନି ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଖୋଳତାଡ଼ କରାଯାଇଛି। କୋଲକତାରୁ ଆସିଥିବା ସେଫ୍ଟି କମିଶନର ଆର.କେ. ଶର୍ମାଙ୍କ ନେତୃତ୍ୱରେ ଟିମ୍ ରାୟଗଡ଼ା ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ତଦନ୍ତକାରୀ ଟିମ୍‌ରେ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲ୍‌ୱେର ଚିଫ୍ ସେଫ୍ଟି ଅଫିସର, ଇଲେକ୍ଟ୍ରିକାଲ, ଟେକନିକାଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।  ସିଙ୍ଗାପୁର […]

train
ବିଦ୍ୟୁତ ତାର ଛିଡ଼ିବା ଯୋଗୁଁ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ, ଟ୍ରେନ ସେବା ବାତିଲ

ଭୁବନେଶ୍ୱର :  କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ।  ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ରେଳଲାଇନର କିଛି ସ୍ଥାନରେ ବିଦ୍ୟୁତ ତାର ଛିଡ଼ି ଯାଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ  ଟ୍ରେନର ସିଗନାଲ ସିଷ୍ଟମ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ହେବାରୁ ଭୁବନେଶ୍ୱରରୁ ପୁରୀ, ବ୍ରହ୍ମପୁର ଏବଂ ଭଦ୍ରକକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ଯୋଗୁଁ କିଛି ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱର […]

lightening
ବଜ୍ରପାତରେ ଜଳିଗଲା ଘର

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଝଣଝଣାରେ ବଜ୍ରପାତ ଯୋଗୁ ଅଘଟଣ। ବଜ୍ରାଘାତ ଯୋଗୁ ଜଣଙ୍କ ଘରେ ନିଆଁ ଲାଗି ଯାଇଛି। ଫଳରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହୁଛି। କାଳବୈଶାଖୀକୁ ନେଇ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ମିନିଟ ମଧ୍ୟରେ ପ୍ରବଳ […]

mahaprayana
ମହାପ୍ରୟାଣ ଗାଡ଼ି ମିଳିଲାନି ! ଖଟିଆରେ ଗଲା ମୃତଦେହ

ବାଲିଗୁଡ଼ା (ଅଜିତ ନାଏକ): ମୃତଦେହକୁ ଯେପରି କେହି ଅସମ୍ମାନ ନକରିବେ, ସେଥିପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମୃତଦେହକୁ ମିଳୁନି ସମ୍ମାନ। ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ମୃତଦେହକୁ ଖଟିଆରେ ବୋହିଲେ। ଆଜି ଏପରି ଘଟଣା କନ୍ଧମାନ ଜିଲ୍ଲାରେ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଶ୍ରୀନିକେତା ପଞ୍ଚାୟତର ଡଲାବାଡ଼ି ଗାଁର କିରଣ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର […]

nira
ପୂର୍ଣ୍ଣାଙ୍ଗ ବଜେଟ୍‌ର ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର  ୨୦ ହଜାର ୭୧୪ କୋଟି ଟଙ୍କା କୃଷି ବଜେଟ୍‌ ଉପସ୍ଥାପନ କରାଯାଇଥିବା ବେଳେ  ପୂର୍ଣ୍ଣାଙ୍ଗ ବଜେଟ୍‌ର ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା। କେଉଁ କ୍ଷେତ୍ରରେ କେତେ   ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି ଟଙ୍କା […]

puri
ଅଣାଯିବ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାସୁଙ୍ଗା ପାଟ

ପୁରୀ : ଶ୍ରୀମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ନୀତିରେ ବାସୁଙ୍ଗା ପାଟର ବେଶ୍ ଗୁରୁତ୍ୱ ରହିଛି। ଏହି ବାସୁଙ୍ଗା ପାଟ କିଭଳି ଉନ୍ନତ ମାନର ଅଣାଯିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍ ଆଜି କଟକ ଜିଲ୍ଲା ନୂଆପାଟଣା ଗସ୍ତ କରିବେ। ଏହି ଟିମ୍‌ରେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର, କାର୍ତ୍ତିକ ଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ରଙ୍କ ସମେତ ପାଟରା ସେବାୟତ, ବୟନିକା ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ […]

nira
ଓଡ଼ିଶା ବଜେଟ୍‌ ୨୦୧୯-୨୦ : ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି।  ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରୁଛନ୍ତି। କୃଷି ବଜେଟ୍‌ରେ କଣ କଣ ଉପସ୍ଥାପିତ ହେଉଛି ଜାଣନ୍ତୁ – ଫୋନି ବାତ୍ୟା ପାଇଁ ଓଡ଼ିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି  ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା ହେବ  ମହିଳାଙ୍କୁ ସଶକ୍ତୀକରଣ ଆମ ସରକାରର ମୂଳ ମନ୍ତ୍ର  ପରିବେଶ ସନ୍ତୁଳନ ପାଇଁ ବଜେଟ ପୁସ୍ତିକା ଛପା ହ୍ରାସ କରାଯାଇଛି, ଆଗାମୀ ବର୍ଷ […]

kalabaisakhi
୧୫ଟି ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ସତର୍କତା। ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୧୧ଟା ୩୦ ମିନିଟ ମଧ୍ୟରେ ବଜ୍ରପାତର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।  ଢେଙ୍କାନାଳ, ଅନୁଗୁଳ, ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି, ବଜ୍ରପାତ ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ […]

kanheilala
ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କୁ ‘କହ୍ନେଇଲାଲ ଦାସ କଥା’ ସମ୍ମାନ ପ୍ରଦାନ

ବାଲେଶ୍ୱର (ରଣଜିତ ପ।କଳ): ୨୮ ବର୍ଷର ଜୀବନକାଳ ମଧ୍ୟରେ କହ୍ନେଇଲାଲ ଦାସଙ୍କ ଅନବଦ୍ୟ ସାହିତ୍ୟ ସୃଷ୍ଟି ଆଗାମୀ ଦିନରେ ଓଡ଼ିଶା ସାହିତ୍ୟକୁ ରୁଦ୍ଧିମନ୍ତ କରିବ। ସ୍ୱଳ୍ପ ସମୟ ଜୀବନରେ ସେ ଯେଉଁ କଳାକୃତି ଛାଡ଼ି ଯାଇଛନ୍ତି, ତାହା ସର୍ବକାଳ ପାଇଁ ଆଦୃତ ହୋଇ ରହିବ। ଓଡ଼ିଆ ଭାଷା ସାହିତ୍ୟର କଥାକାର କହ୍ନେଇଲାଲ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କୁ ‘କହ୍ନେଇଲାଲ ଦାସ କଥା’ ସମ୍ମାନ ପ୍ରଦାନ […]